‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍‌ ନୁହେଁ’: ଶ୍ରୀକାନ୍ତ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କାରଖାନାର ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ ୪୫ଦିନ ହେବ ପ୍ରତିବାଦ ଚଳାଇଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପ୍ରତିବାଦରେ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି। ‘ନୀଳାଚଳ’ କ୍ଷତି କରୁଥିବା କୁହାଯାଉଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଶ୍ନ ଉଠାଇଛନ୍ତି। ସମୁଦାୟ ୧୪ଶହ କୋଟି ଟଙ୍କା କ୍ଷତି ହୋଇଥିବା ସରକାର କହୁଛନ୍ତି। ଏହି କ୍ଷତିର ମୁଖ୍ୟ କାରଣ ‘କଞ୍ଚାମାଲ’-‘ଲୁହାପଥର’ ବୋଲି ଜଣାପଡିଛି । ବଜାର ଦରରେ ଏମ୍‌ସିଠାରୁ ‘ନୀଳାଚଳ’ ଲୁହାପଥର କିଣୁଛି । ଅନ୍ୟ ଘରୋଇ ଶିଳ୍ପଗୁଡ଼ିକ ତାଙ୍କ ନିଜସ୍ବ ଖଣିରୁ ମାତ୍ର ୫୦୦ ଟଙ୍କାରେ ଲୁହାପଥର ପାଉଥିଲାବେଳେ ‘ନୀଳାଚଳ’ ବଜାର ଦରରେ ହାରାହାରି ୩ ହଜାର ଟଙ୍କାରେ କିଣୁଛି। ଅର୍ଥାତ୍‌ ପ୍ରତି ଟନ୍‌ରେ ପ୍ରାୟ ୨୫ ଶହ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ଏହି ସରକାରୀ ଉଦ୍ୟୋଗ କିପରି ଲାଭ କରିବ ଏବଂ ଅନ୍ୟ ଶିଳ୍ପ ସହ ପ୍ରତିଯୋଗିତା କରିବ ବୋଲି ଶ୍ରୀକାନ୍ତ ପ୍ରଶ୍ନ ଉଠାଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନା ବିଧାୟକମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସେତେବେଳେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଉପା ସରକାରଙ୍କ ନିଷ୍ପତ୍ତି ଯୋଗୁ ନୀଳାଚଳକୁ ୧୨୦ ମିଲିୟନ ଟନ୍‌ ଗଚ୍ଛିତ ଥିବା ଏକ ଲୁହାପଥର ଖଣି ମିଳିବାର ରାସ୍ତା ଖୋଲିଥିଲା । ଗତ ୫ବର୍ଷ ଧରି ଏହି ଖଣିର ଜମି ଅଧିଗ୍ରହଣରେ ବିଳମ୍ବ ହେଲା । ଏବେ ଏହି ଅନୁମତି ମିଳିଲା ପରେ ଖଣିରୁ ଉପତ୍ାଦନ ଆରମ୍ଭ ହୋଇଛି । ଠିକ୍‌ ଏହି ସମୟରେ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ସରକାର ନେଇଛନ୍ତିି । ଏହା ପଛରେ କ’ଣ ରହସ୍ୟ ନା ଭୟଙ୍କର ଷଡ଼ଯନ୍ତ୍ର ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ କାରଖାନା ପ୍ରତିଷ୍ଠା ବେଳେ ସେହି ଅଞ୍ଚଳର ସାଧାରଣ ଲୋକେ ତାଙ୍କ ୨୫ଶହ ଏକର ଜମିକୁ କମ୍‌ ଦାମରେ ସରକାରଙ୍କୁ ଦେଇଥିଲେ । ବର୍ତ୍ତମାନ ଏହାର ମୂଲ୍ୟ ଅତିକମ୍‌ରେ ଏକର ପିଛା ୩୦ ଲକ୍ଷ ଟଙ୍କାରୁ କମ୍‌ ହେବନାହିଁ । ଏବେ ତ ପୁରୀରେ ରାଜ୍ୟ ସରକାର ଏକର ପିଛା ପ୍ରାୟ ୯ କୋଟି ପ୍ୟାକେଜ ଦେଇ ଲୋକଙ୍କ ଜମି ଅଧିଗ୍ରହଣ କଲେ । କଳିଙ୍ଗ ନଗରବାସୀଙ୍କର ଏହି ମୂଲ୍ୟବାନ୍‌ ଜମିକୁ କାହିିଁକି ମାଗଣାରେ ଘରୋଇ ଶିଳ୍ପକୁ ହସ୍ତାନ୍ତର କରାଯିବ ତା’ର ଉତ୍ତର ରଖନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀଙ୍କ ଗୁପ୍ତ ବୁଝାମଣା ଲୋକଲୋଚନକୁ ଆସୁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଏବଂ ରାଜ୍ୟବାସୀଙ୍କୁ ଅନ୍ଧକାରରେ ରଖାଯାଇଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ କାୈଣସି ପ୍ରଶ୍ନ ଉଠୁନାହିଁ। ଚୁପ୍‌ଚାପ୍‌ ରାଜ୍ୟ ଓ କେନ୍ଦ୍ର ସରକାର କେବଳ ଏକ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ଓଡ଼ିଶାର ଏହି ‘ରତ୍ନଭଣ୍ଡାର’କୁ କାହିଁକି ହସ୍ତାନ୍ତର କରୁଛନ୍ତି, ସେନେଇ ଲୋକମାନଙ୍କ ଜାଣିବାର ଅଧିକାର ଅଛି। ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ‘ନୀଳାଚଳ କାରଖାନା’ ସମ୍ପର୍କରେ ଏକ ବିଶେଷ ଆଲୋଚନା ହେଉ। ଏହାସହ ଉକ୍ତ କାରଖାନାକୁ କାହିଁକି ଘରୋଇକରଣ କରାଯାଉଛି ତା’ର ସମସ୍ତ ତଥ୍ୟସହ ଏକ ”ଶ୍ୱେତପତ୍ର“ ବିଧାନସଭାରେ ଉପସ୍ଥାପିତ କରାଯାଉ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବାପା ମୋ ମା’ଙ୍କୁ ହାଣିଦେଲେ

ଆନନ୍ଦପୁର/ଘସିପୁରା,୧୬।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଅମାରଙ୍ଗ ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଛି। ଗ୍ରାମର କିଛି ଲୋକ...

ଅଭିଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ୍‌ ଦଫା

ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି...

ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଊର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ବର୍ଜ୍ୟବସ୍ତରୁ ଊର୍ଜା ଉତ୍ପାଦନ ପାଇଁ ଇଣ୍ଡିଆନ ଅଏଲ କର୍ପୋରେଶନ...

ମିଳିଲା ୩ ସାଙ୍ଗଙ୍କ ମୃତଦେହ

କଟକ ଅଫିସ,୧୨।୪: କଟକ ଯୋବ୍ରା ଆନିକଟରେ ୩ ଯୁବକ ଭାସିଯିବା ଘଟଣାରେ ମଙ୍ଗଳବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା...

ପୂଜା ମଣ୍ଡପରେ ମିଳିବନି ମା’ଙ୍କ ଦର୍ଶନ

ଭୁବନେଶ୍ୱର, ୨୩।୯ (ବ୍ୟୁରୋ): ପାଖେଇ ଆସିଲାଣି ମା’ ଦୂର୍ଗାଙ୍କ ଦଶହରା ପୂଜା। କଟକଣା ଭିତରେ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ...

ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସୋମବାର ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ସ୍କୁଲରେ ଯେପରି ସୁରକ୍ଷା...

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶୁକ୍ରବାର ପୁଣି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ଗତ ବୁଧବାର ମଧ୍ୟ...

ଘୋଷଯାତ୍ରା ମଧ୍ୟରେ ହେବ ଶ୍ରୀମନ୍ଦିର ମରାମତି: ୮ ଦିନରେ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ମରାମତି କାମ ହେବ। ଆସନ୍ତା ଜୁଲାଇ ୪ରେ ଘୋଷଯାତ୍ରା ଶେଷ ହେବା ପରେ ୫ ଓ ୬ତାରିଖରେ...

Advertisement
Archives

Model This Week