ନିୟମ ମାନୁନାହାନ୍ତି ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ: ଗ୍ରାହକଙ୍କ ପାଇଁ ନାହିଁ ଆନୁଷଙ୍ଗିକ ସୁବିଧା

ନୟାଗଡ ଅଫିସ,୨୬ା୨: ନୟାଗଡ଼ ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ ପାଳନ କରୁନାହାନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ ଡିଜେଲ ପକାଇ ଟଙ୍କା ରୋଜଗାର କରିବାରେ ଲାଗିପଡିଛନ୍ତି। ଗ୍ରାହକ ସୁବିଧା ପାଇଲା କି ନାହିଁ ତଦାରଖ ହେଉନି। ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ବି ଧରପଗଡ କରାଯାଉନି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ କି ସୁବିଧା ରହିଛି ସେ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନ କରାଯାଉ ନାହିଁ। ଜିଲା ସଦର ମହକୁମାରେ ସେବା ମିଳୁ ନ ଥିବାବେଳେ ଗ୍ରାମାଞ୍ଚଳ ଓ ଅନ୍ୟ ସହରଗୁଡିକରେ ସେବା ପାଇବା ଆଶା ରଖିବା ବୃଥା। ଏଭଳିସ୍ଥିତିରେ ଖାଉଟିଙ୍କ ପାଇଁ ଥିବା ଖାଉଟି ସୁରକ୍ଷା ଆଇନ ଅପହଞ୍ଚ ହୋଇ ରହିଥିବା ମନେହେଉଛି।

ରଖୁନାହାନ୍ତି ଅଭିଯୋଗ ରେଜିଷ୍ଟର
ପେଟ୍ରୋଲ ପମ୍ପରେ ଅଭିଯୋଗ ରେଜିଷ୍ଟର ରଖିବାର ନିୟମ ରହିଛି। ହେଲେ ଜିଲାର କୌଣସି ପେଟ୍ରୋଲ ପମ୍ପରେ ଆଦୌ ଏହି ସୁବିଧା ନାହିଁ। ଏହି ରେଜିଷ୍ଟର ରଖାଗଲେ ଗ୍ରାହକ କି ଅସୁବିଧାର ସମ୍ମୁଖୀନ ହେଲେ, ସେବା ପାଇଲେ କି ନାହିଁ ତାହା ଉଲ୍ଲେଖ କରିପାରନ୍ତେ। ତେଲ କମ୍ପାନୀ ଏହାର ଯାଞ୍ଚ କରି ଗ୍ରାହକଙ୍କୁ ସେବା ଯୋଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଅନ୍ତେ। କିନ୍ତୁ ଅଡୁଆରେ ପଡିବା ଆଶଙ୍କା କରି ସେମାନେ ଏହି ବ୍ୟବସ୍ଥା ଗ୍ରହଣ କରୁ ନ ଥିବା କୁହାଯାଉଛି।

ମିଳୁନି ପାନୀୟ ଜଳ
ପେଟ୍ରୋଲ ପମ୍ପରେ ପାନୀୟ ଜଳ ସୁବିଧା ରହିବା କଥା। କିଛି ସ୍ଥାନରେ ଏହି ସୁବିଧା କରାଯାଇଛି। ହେଲେ ଏହାକୁ ପେଟ୍ରୋଲ ପମ୍ପ କର୍ମଚାରୀ କାମରେ ଲଗାଉଛନ୍ତି। ଗ୍ରାହକଙ୍କୁ ଏହି ସେବା ବି ଦିଆଯାଉନି। ଅନେକ ପେଟ୍ରୋଲ ପମ୍ପରେ ପାନୀୟଜଳ ସୁବିଧା କରାଯାଇନି। ତେବେ କାଗଜପତ୍ରରେ ସବୁକିଛି ଠିକ୍‌ଠାକ ରହିଛି। ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ। ପୁଣି ଯେଉଁଠି ରହିଛି ତାହା କାମ କରୁନି।

କରାଯାଉନି ପ୍ରେସର ଚେକ୍‌
ପେଟ୍ରୋଲ ପମ୍ପରେ ପ୍ରେସର ଚେକ୍‌ ବ୍ୟବସ୍ଥା ବାଧ୍ୟତାମୂଳକ। ପେଟ୍ରୋଲ ଓ ଡିଜେଲ ପକାଉଥିବା ଗାଡି ଚାଳକମାନେ ମାଗଣାରେ ପ୍ରେସର ଚେକ୍‌ କରିପାରିବେ। ତେବେ ଅଧିକାଂଶ ପେଟ୍ରୋଲ ପମ୍ପରେ ପ୍ରେସର ଦେବା ମେଶିନ୍‌ ନାହିଁ। କଁା ଭଁା ସ୍ଥାନରେ ଏହି ବ୍ୟବସ୍ଥା ଥିଲେ ବି କର୍ମଚାରୀ ନିୟୋଜିତ କରାଯାଇ ନାହିଁ। ଅନ୍ୟ କେଉଁଠି ନାମମାତ୍ର ପ୍ରେସର ଚେକ୍‌ ମେଶିନ୍‌ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି।

ବହୁ ସମୟ ଅପେକ୍ଷା ପରେ ହାତଲେଖା ବିଲ୍‌
ପେଟ୍ରୋଲ ପମ୍ପରେ ପାଇଖାନା ସୁବିଧା, କମ୍ପ୍ୟୁଟର ବିଲ୍‌, ମାଗଣା କଲ୍‌ ସୁବିଧା ଦେବା ପାଇଁ ସରକାରୀ ନିୟମ ରହିଛି। ହେଲେ ଏ ସବୁ ସୁବିଧା ସ୍ବପ୍ନ। ପେଟ୍ରୋଲ ଓ ଡିଜେଲ ପକାଇଲେ ବିଲ୍‌ ଦେଉନାହାନ୍ତି। ମାଗିଲେ ବହୁ ସମୟ ଅପେକ୍ଷା ପରେ ହାତଲେଖା ବିଲ୍‌ ଧରାଉଛନ୍ତି। ଅଧିକାଂଶ ପେଟ୍ରୋଲ ପମ୍ପରେ ହାତଲେଖା ବିଲ୍‌ ମିଳୁ ନ ଥିବାବେଳେ କମ୍ପ୍ୟୁଟର ବିଲ୍‌ ପାଇବା ଆଶା ରଖିବା ନିରର୍ଥକ। ତେଲ ପକାଉଥିବା ଚାଳକ ମାଗଣା ଟେଲିଫୋନ କରିବାର ସୁବିଧା ରହିବା କଥା। ଏହି ସୁବିଧା ଆଦୌ କୌଣସି ପେଟ୍ରୋଲ ପମ୍ପରେ କରାଯାଇନି। ୯୨ ପ୍ରତିଶତ ସ୍ଥାନରେ ପାଇଖାନା ସୁବିଧା ନାହିଁ। କିଛି ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଶୁଣିବାକୁ ମିଳୁଛି।

ଏ ନେଇ ଜିଲା ଖାଉଟି ମଞ୍ଚ ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ସରକାରୀ ନୀତିନିୟମକୁ ଜିଲାର କୌଣସି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମାନୁନାହାନ୍ତି। ଅଭିଯୋଗ କଲେ ଉତ୍ତର ମିଳୁଛି ଗ୍ରାହକଙ୍କୁ ଆନୁଷଙ୍ଗିକ ସେବା ଯୋଗାଇବାକୁ ଆମ ପାଇଁ କିଛି ନିର୍ଦ୍ଦେଶ ନାହିଁ। ଆମ ବିରୋଧରେ ଫେରାଦ୍‌ ହେଲେ କିଛି ହେବନି କହି ଏଡାଇ ଯାଉଛନ୍ତି। ଜିଲା ଖାଉଟି ମଞ୍ଚରେ ଏ ନେଇ ଅଭିଯୋଗ ରଖିଲେ ସୁଫଳ ମିଳୁନି। ଭାଲିଆଡିହିର ରହି ମହାନ୍ତି ନାମକ ଗ୍ରାହକଙ୍କ ଅଭିଯୋଗ ଅନୁସାରେ ଅତର୍କିିତ ଭାବେ ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଉନି। ଯଦ୍ୱାରା ସେମାନେ ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି। ଅପମିଶ୍ରିତ ପେଟ୍ରୋଲ ଡିଜେଲ ପକାଇ ଲାଭବାନ ହେଉଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଲେ ଗ୍ରାହକ ଉପକୃତ ହୋଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri