ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଭୀମ ବିଶ୍ୱାଳ। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ପରୀକ୍ଷା କରାଯାଇଥିଲା। ରିପୋର୍ଟ ମିଳିବା ପରେ ସେ ନିଶାସକ୍ତ ଥିବା ଜଣାପଡିଥିବା ଏଏସଆଇ ଆର. ଭିମୋରାଓ ରେଡ୍ଡୀ କହିଛନ୍ତି। ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି।
ପ୍ରକାଶଯେ କାର ନଂ.ଓଡି୦୭ୱାଇ-୪୩୩୭ରେ ଚାଳକ ବିଶ୍ୱାଳ ବ୍ରହ୍ମପୁର ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ବୁଲାଇବାକୁ ଆଣିଥିଲେ। ସିମନବାଡ଼ି ଅଞ୍ଚଳରେ କାର୍‌ଟି ବୁଲୁଥିବା ବେଳେ ସିମନବାଡ଼ି ରଥଯାତ୍ରା ଡ୍ୟୁଟିରେ ଥିବା ଆଇଆଇସି ଅଲେଖ ଗରଡ଼ିଆ ଓ ଏଏସ୍‌ଆଇ ରେଡ୍ଡୀ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଦ୍ରୁତଗତିରେ ପଳାଇଥିଲା। ତାଙ୍କୁ ପିଚ୍ଛା କରି ସୁଲୁମାହା ଘାଟିରେ ପୋଲିସ ଧରିଥିଲା। ସୂଚନାଯୋଗ୍ୟ ଯେ, ଆମ ପୋଲିସ ସମିତି ବୈଠକରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବଡ଼ କରିବାକୁ ଦାବି କରାଯାଇଥିଲା। ପୋଲିସ ଏନେଇ ପଦକ୍ଷେପ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆର୍‌ଡିଏ ଅଧିକାରୀ ପରିଚୟ; ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ବଢୁଛି ସାଇବର କ୍ରାଇମ୍‌

ଗୋପାଳପୁର,୭ା୧୧-ଆଇଆର୍‌ଡିଏ (ଇନ୍‌ସ୍ୟୁରାନ୍ସ ରେଗୁଲେଟାରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧିକାରୀ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଡୁରା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ୧୭...

ଆଜି ବିଶ୍ୱ ପଖାଳ ଦିବସ: ପୁରୁଣା ଦିନକୁ ମନେ ପକାଇ ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦ ହେଉଛି ବିଶ୍ୱ ପଖାଳ ଦିବସ। ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଫେରିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍‌ଲାଇନ ଆଣିଛନ୍ତି। ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଗାଇଡ୍‌ଲାଇନରେ...

ଏଥର ଫିକା ପଡିଛି ରଜ

ଭୁବନେଶ୍ୱର,୧୪।୬(ବ୍ୟୁରେ): ଆଜି ପହିଲି ରଜ । ହେଲେ କରୋନା ପାଇଁ ଓଡ଼ିଶାର ଗଣ ପର୍ବ ରଜ ଏଥର ଫିକା ପଡ଼ିଛି। ଏଥର ସେତେଟା ଚଳଚଞ୍ଚଳ ନାହିଁ...

ଧାମନଗର ସମବାୟ ସମିତିରେ ଅଚଳାବସ୍ଥା

ଭଦ୍ରକ ଅଫିସ, ୧୯ା୪ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିରେ ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସମିତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି...

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଫର୍ମ ପୂରଣ ଆରମ୍ଭ

କଟକ ଅଫିସ,୬।୭: ଚଳିତବର୍ଷ ମାଟ୍ରିକ ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ କରୋନା କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ସୋମବାରଠାରୁ ଫର୍ମ ପୂରଣ...

କରୋନା ପରଠୁ ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଛି

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟନ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ...

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା...

Advertisement
Archives

Model This Week