ନିର୍ମାଣ ନ ସରୁଣୁ ଫାଟିଲା କଂକ୍ରିଟ୍‌

ରୂପ୍‌ସା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ୬୦ନଂ. ଜାତୀୟ ରାଜପଥରୁ ମୟୂରଭଞ୍ଜର ୧୮ନଂ. ଜାତୀୟ ରାଜପଥର ବୈଶିଙ୍ଗାକୁ ସଂଯୋଗ ହୋଇଥିବା ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ କ୍ଷେତ୍ରରେ ଉଭୟ ଜିଲାବାସୀ ଏହି ରାସ୍ତା ଉପରେ ନିର୍ଭରଶୀଳ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ରୂପ୍‌ସା ବସ୍‌ଷ୍ଟାଣ୍ଡଠାରୁ ଗେଟ ବଜାର ପର୍ଯ୍ୟନ୍ତ ଥିବା ପୁରୁଣା ରାସ୍ତାର ସମ୍ପ୍ରସାରଣ ଓ ପୁନଃ ନିର୍ମାଣ ପାଇଁ ବ୍ୟୟବରାଦ କରିଥିଲେ। ତଦନୁସାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ନିମ୍ନମାନର ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ କଂକ୍ରିଟ୍‌ ଫାଟି ଆଁ ହୋଇଥିବା ଦେଖିବାକୁ ମିଳିଛି। ଫଳରେ କୋଟି କୋଟି ଟଙ୍କାର ପ୍ରକଳ୍ପ ବରବାଦ ହେବାର ଆଶଙ୍କା ଦେଖାଦେଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।
ରୂପ୍‌ସା ବସ୍‌ଷ୍ଟାଣ୍ଡଠାରୁ ଗେଟ୍‌ ବଜାର ପର୍ଯ୍ୟନ୍ତ ୪କି.ମି. ରାସ୍ତାର ପ୍ରଶସ୍ତୀକରଣ ସହ ପୁନଃ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ୱାର୍ଡ଼ ଡିପାର୍ଟମେଣ୍ଟ ତରଫରୁ ୪କୋଟି ୮୦ଲକ୍ଷ ୫ହଜାର ୫୦୪ ଟଙ୍କା ବ୍ୟୟ ଅଟକଳ ମଞ୍ଜୁରୀ ହୋଇଥିଲା। ତଦନୁଯାୟୀ ଆର ଆଣ୍ଡ ବି ବାଲେଶ୍ୱର ଡିଭିଜନ ୨ ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ ସ୍ଥାନଠାରୁ ୧୫କି.ମି. ଦୂର ନହରପାଟଣା ନିକଟସ୍ଥ ଏକ ବ୍ଲିଚିଂ ପ୍ଲାଣ୍ଟରୁ କଂକ୍ରିଟ୍‌, ବାଲି, ସିମେଣ୍ଟ ଗୋଳାଯାଇ ମିଶ୍ରିତ ମସଲାକୁ ଟ୍ରାନ୍‌ଜିଟ୍‌ ମିକ୍ସର ଗାଡ଼ି ଯୋଗେ ଅଣାଯାଇ ରାସ୍ତା ନିର୍ମାଣ ହେଉଛି। ମାତ୍ର ଚିପ୍‌ସ, ବାଲି, ସିମେଣ୍ଟ ଭାଗ ମାପରେ ଅନିୟମିତତା ଯୋଗୁ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ରାସ୍ତା ଫାଟିଯାଇଛି। ଏଥିସହ ଗତ ୧୦ତାରିଖ ସନ୍ଧ୍ୟାରେ ଏସ୍‌ବିଆଇ ଏଟିଏମ୍‌ ପାଖରେ ଛୋଟ ଛୋଟ ଚିପ୍‌ସ ମସଲାରେ ରାସ୍ତା ନିର୍ମାଣକୁ ଷ୍ଟେଶନ ବଜାର କମିଟି ସଭାପତି ପ୍ରଦୀପ ପଟ୍ଟନାୟକ, ଉପସଭାପତି ରବୀନ୍ଦ୍ର ପରିଡ଼ା, ବ୍ୟବସାୟୀ ନିତ୍ୟାନନ୍ଦ ପଟ୍ଟନାୟକ, ବବି ରାୟ, ସୁଶାନ୍ତ ବେହେରା ପ୍ରମୁଖ ବିରୋଧ କରିଥିଲେ। ଫଳରେ ୨ଟି ଟ୍ରାନ୍‌ଜିଟ୍‌ ମିକ୍ସର ଗାଡ଼ିରେ ଥିବା ମସଲାକୁ ଫେରାଇ ଦିଆଯାଇଥିଲା। ନିମ୍ନମାନର ନିର୍ମିତ ୩ ମିଟର ରାସ୍ତାକୁ କଟର ଯୋଗେ ସମ୍ପୂର୍ଣ୍ଣ କାଟି ଗୁରୁବାର ପୁଣି ନିର୍ମାଣ ହୋଇଥିଲା। ଘଟଣାସ୍ଥଳରେ ବସ୍ତା ଆର୍‌ ଆଣ୍ଡ ବି ଏସ୍‌ଡ଼ିଓ ମନୋରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ ପହଞ୍ଚତ୍ କାର୍ଯ୍ୟ ତଦାରଖ କରିଥିଲେ। ନିମ୍ନମାନର ନିର୍ମାଣ ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦେଇ ନୂତନ ଭାବେ ନିର୍ମାଣ ପାଇଁ ଠିକାଦାରଙ୍କୁ କହିଥିଲେ। ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏସ୍‌ଡ଼ିଓ ବେହେରାଙ୍କୁ ପଚରାଯିବାରୁ ସେ କହିଲେ, ପ୍ଲାନ, ଏଷ୍ଟିମେଟ ମୁତାବକ ରାସ୍ତା ନିର୍ମାଣ ପାଇଁ ଠିକାଦାରଙ୍କୁ କୁହାଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ବିରୋଧରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri