ନିର୍ମାଣାଧୀନ ରେଲଓ୍ବେ ଟ୍ରାକ୍‌ ଖାତରେ ପଡ଼ି ଛେଳି ଚରାଳି ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୧୬।୮(ଡି.ଏନ.ଏ.)-ଅନୁଗୋଳ-ଡୁବୁରି ରେଲଓ୍ବେ ଟ୍ରାକ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ଖାତରେ ଖସିପଡ଼ି ଜଣେ ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆଦିତ୍ୟ ପରିଡ଼ା (୩୦)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ବାରିହାପୁର ଗ୍ରାମ ଦେଇ ଅନୁଗୋଳ-ଡୁବୁରି ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି। ବାରିହାପୁର ଗଁା ନିକଟରେ ଅଧିକ ଉଚ୍ଚା ହୋଇଥିବାରୁ ପ୍ରାୟ ୪୦ ଫୁଟ ଗଭୀରର ମାଟି ଖୋଳାଯାଇଛି। ଏବେ ଉକ୍ତ ସ୍ଥାନରେ ୨୦ ଫୁଟ ପାଣି ଜମି ରହିଛି। ଅନ୍ୟପଟେ ବିପଦ ଅଶଙ୍କା ଥିବା ସତ୍ତ୍ୱେ ଉଭୟ ପାର୍ଶ୍ୱରେ କୌଣସି ସୁରକ୍ଷା ବାଡ଼ ଦିଆଯାଇନାହିଁ। ଉକ୍ତ ରାସ୍ତା ଦେଇ ଆଦିତ୍ୟ ଛେଳି ଚରାଇବାକୁ ଯାଉଥିବାବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସିପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ସୂଚନା ପାଇ ପରଜଙ୍ଗ ଅଗ୍ନିଶମ କର୍ମଚାରୀ ପହଁଚି ଆଦିତ୍ୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ତେବେ ବ୍ୟବଛେଦ ପାଇଁ କୌଣସି ଡାକ୍ତର ଉପସ୍ଥିତ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଡାକ୍ତର ପହଞ୍ଚତ୍ବା ପରେ ରାସ୍ତାରୋକୋ ହଟିଥିଲା। ଯୁବକଙ୍କ ମୃତଦେହ ଗ୍ରାମକୁ ଅଣାଯିବା ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରେଲଓ୍ବେ କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଥିଲେ। ତୁରନ୍ତ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ଖୋଳାଯାଇଥିବା ସ୍ଥାନର ଉଭୟ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ତିଆରି କରିବାକୁ ଦାବି କରି ନାରାବାଜି କରିଥିଲେ। ତଥାପି ରେଲଓ୍ବେ ବିଭାଗର କୌଣସି କର୍ମଚାରୀ ଆଲୋଚନା କରିବାକୁ ଆସି ନ ଥିଲେ। ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା। ଅପରାହ୍ନରେ ଲୋକମାନେ କ୍ୟାମ୍ପ ସମ୍ମୁଖରୁ ଉଠିଯାଇ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ତହସିଲଦାର ଜୟନ୍ତ କୁମାର ଜୟସିଂ, ଥାନା ଅଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ପହଞ୍ଚତ୍ ବୁଝାଶୁଝା କରିଥିଲେ। ରେଲଓ୍ବେ ଟ୍ରାକ୍‌ ନିର୍ମାଣରେ ନିୟୋଜିତ ସଂସ୍ଥାର କର୍ମଚାରୀ ପହଞ୍ଚତ୍ ଆଦିତ୍ୟଙ୍କ ସ୍ତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ କମ୍ପାନୀ କାର୍ଯ୍ୟ କରୁଥିବା ଯାଏ ମାସିକ ୮ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri