Posted inଜାତୀୟ

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବାକୁ ସ୍ଥିର କରାଯାଇଥିବା ବେଳେ ଏନେଇ ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏବେ ଏହି ମାମଲାରେ ଟୁଇଷ୍ଟ ଆସିଛି। ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ନିଜର ପୂର୍ବ ଓକିଲଙ୍କୁ ଦୋଷାରୋପ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କୁହାଯାଉଛି। ମୁକେଶ କହିଛନ୍ତି ତାଙ୍କୁ ଜଣାଇ ଦିଆଯାଇ ନ ଥିଲା କି କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ୩ ବର୍ଷ ସମୟ ମିଳିଥାଏ। ତେଣୁ ଏବେ ତାଙ୍କର ସମସ୍ତ ଆଇନ ବ୍ୟବସ୍ଥାକୁ ରଦ୍ଦ କରାଯାଇ ଏବେ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି। ଏବେ ସେ ଓକିଲ ଏମ୍‌. ଏଲ୍‌. ଶର୍ମାଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଥିବା ଶୁଣିବାକୁ ମିଳିଛି। ଏଥିରେ ପ୍ରତିପକ୍ଷ ଭାବେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଆମିକସ କ୍ୟୁରୀ(କୋର୍ଟ ପରାମର୍ଶଦାତା)ଙ୍କୁ ରଖାଯାଇଛି। ଏଥିରେ କୁହାଯାଇଛି କି ମୁକେଶଙ୍କ ରିଭ୍ୟୁ ପିଟିସନ ଖାରଜ ହେବାର ୩ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାର ସମୟ ଥିଲା। ଯାହା ଜୁଲାଇ ୨୦୨୧ପର୍ଯ୍ୟନ୍ତ ରହିଛି। ଆମିକସ କ୍ୟୁରୀ ଜବରଦସ୍ତ ତାଙ୍କଠାରୁ ଦସ୍ତଖତ କରାଇ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ବୋଲି ମୁକେଶ ଅଭିଯୋଗ କହିଛନ୍ତି। ଯେଉଁଥିପାଇଁ ସେ ନ୍ୟାୟ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହାକୁ ଦେଖିବା ପରେ ଆସନ୍ତା ୨୦ରେ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ଫାଶୀ ହେବା ଲାଗି ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୬।୬: ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଆରୋଗ୍ୟ ସେତୁ ଆପ୍‌ ଉପରେ ପାକିସ୍ତାନ ହ୍ୟାକରର ନଜର

ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।...

କରୋନ: ଗୋଟିଏ ଦିନରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ, ଆକ୍ଟିଭ କେଶ ୫୩ ହଜାର ଟପିଲା

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡି ଗଲେଣି। ଗତ ୨୪ ଘଣ୍ଟାରେ...

ଭାରତରେ ବିଏଫ୍‌.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ…

ନୂଆଦିଲ୍ଲୀ,୨୨।୧୨ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍‌.୭ ଏବଂ ବିଏଫ୍‌.୧୨ ମାମଲା କାୟା...

୫୮ ଆସନ ପାଇଁ ମତଦାନ ଆରମ୍ଭ…

ଲକ୍ଷ୍ନୌ ୧୦।୨ : ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୧୧ଟି ଜିଲାର ୫୮ଟି ବିଧାନପସଭା ଆସନରେ...

ଛତିଶଗଡ ମାଓବାଦୀ ଆକ୍ରମଣ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର ଶହିଦ ହୋଇଛନ୍ତି। ଏହି...

ଦୀର୍ଘାୟୁ ହେବା ପାଇଁ କରନ୍ତୁ ଏପରି…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏହାଦ୍ୱାରା ଜୀବନ...

Advertisement
Archives

Model This Week