Posted inଜାତୀୟ

ଦୋଷୀ ଫାଶୀ ଖୁଣ୍ଟରେ ଛୁଲିଲା ପରେ ଖୁସି ହେବି: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କ ପାଇଁ ଗୁରୁବାର ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ ପରିସରରେ ଫାଶୀ ଦିଆଯିବାକୁ ସ୍ଥିର କରିଛନ୍ତି କୋର୍ଟ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଖୁସି ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’ ଅଶା ଦେବୀ। ସେ କହିଛନ୍ତି ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ରହିଛି। ଏବେ ସମସ୍ତ ଦୋଷୀଙ୍କ ନ୍ୟାୟ ବ୍ୟବସ୍ଥା ସରି ଯାଇଥିବାରୁ ମାର୍ଚ୍ଚ ୨୦ରେ ଏମାନଙ୍କୁ ଫାଶୀ ଦିଆଯିବା ନିଶ୍ଚିତ ବୋଲି ସେ ଧରି ଦେଇଛନ୍ତି। ହେଲେ ଯେଉଁଦିନ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଛୁଲିବେ ସେଦିନ ତାଙ୍କ ଝିଅଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଚତୁର୍ଥଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବା ପରେ ସମାନ୍ୟ ବିଚଳିତ ଥିବା ପରିଲକ୍ଷିତ ହୋଇଛି। ସେ ଗଣମାଧ୍ୟମ ଉପରେ ତାଙ୍କ ରାଗ ସୁଝାଇବା ଭଳି ଅନେକ କିଛି କଥା କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା...

ଅଭିନେତା କମଲ ଖାନ ଗିରଫ

ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ...

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ...

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌...

ଅଖିଳେଶଙ୍କ ନିମନ୍ତ୍ରଣ ରକ୍ଷା କଲେନି ଶିବପାଲ-ଜୟନ୍ତ-ପଲ୍ଲବୀ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବାର ୨୦ଦିନ ପରେ ମଙ୍ଗଳବାର ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ନିଜ ସହଯୋଗୀ ଦଳଙ୍କ ସହ ଏକ ବୈଠକ ଆୟୋଜିତ...

ଏପ୍ରିଲ ୧୭ ଯାଏ ନ୍ୟାୟିକ ହେପାଜତରେ ରହିବେ ସିସୋଡିଆ

ନୂଆଦିଲ୍ଲୀ,୫।୪: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ରୌଜ ଏଭିନ୍ୟୁ...

ଦାଦାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କଲେ ୩ ମୁସଲମାନ ଭାଇ

ଅହମ୍ମଦାବାଦ,୧୬।୯: ଗୁଜରାଟ ଅମରେଲି ଜିଲା ସବରକୁଣ୍ଡଲା ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ଦେଶରେ ଯେତେବେଳେ ଧର୍ମ ନାଁରେ ଅପପ୍ରଚାର ଚାଲିଛି ସେତେବେଳେ...

ଅଯୋଧ୍ୟା ଯିବେ ନାହିଁ ଉଦ୍ଧବ

ମୁମ୍ବାଇ,୧୮।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେ ଅଯୋଧ୍ୟା ଗସ୍ତ କରିବେ ନାହିଁ...

Advertisement
Archives

Model This Week