ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦ ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ଶେଷ ହୋଇଛି। ଗତ ୧୫ ମାସ ହେବ ଗଞ୍ଜାମ ଜିଲାପାଳଙ୍କୁ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜନ ପ୍ରତିନିଧି ନ ଥିବାରୁ ଉନ୍ନୟନ କାର୍ଯ୍ୟ ସବୁ ୱାର୍ଡରେ ଧିମା ହୋଇଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ସରକାରୀ ବାବୁମାନେ ବିକାଶ ମୂଳକ ଯୋଜନା କେବଳ ବୈଠକ ପରେ ବୈଠକରେ ସମୀକ୍ଷା କରୁଛନ୍ତି। ଫଳରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି। ପୂର୍ବତନ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଝୁଲି ରହିଥିବା ପୌର ନିର୍ବାଚନ କେବେ ହେବ ଅନାଇ ରହିଛନ୍ତି। ତେବେ ସରକାରଙ୍କ ଅବହେଳା ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି।
ସୂଚନାଯୋଗ୍ୟ, ମହାନଗରର ୪୦ ୱାର୍ଡ ମଧ୍ୟରୁ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ରହିଛି। ରାଜ୍ୟର ଉଚ୍ଚ ନ୍ୟାୟାଳୟ ସଂରକ୍ଷଣ ବ୍ୟବସ୍ଥା ୫୦% ମଧ୍ୟରେ ରଖିବାକୁ ରାୟ ଦେଇଥିଲେ। ଏହାକୁ ବିରୋଧ କରି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାର ହାଇକୋର୍ଟ ଆଦେଶ କାଏମ ରହିଛି। ତେଣୁ ଅଡ଼ୁଆ ସ୍ଥିତି ଉପୁଜିଛି। ପୁଣି ୱାର୍ଡଗୁଡ଼ିକ ପୁନର୍ଗଠନ ହେବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଥିପାଇଁ ୧୯୫୦ ପୌର ଆଇନ ଏବଂ ୨୦୦୩ ମ୍ୟୁନିସିପାଲ କର୍ପୋରେଶନ ଆଇନର ସଂଶୋଧନ ନିହାତି ଆବଶ୍ୟକ। ତେଣୁ କ୍ୟାବିନେଟ ଅନୁମୋଦନ ପରେ ସଂଶୋଧନ ବିଲ ବିଧାନସଭାରେ ପାରିତ କରିବାକୁ ପଡ଼ିବ । ପରେ ରାଜ୍ୟପାଳଙ୍କ ମୋହର ବାଜିଲେ ତାହା କାର୍ଯ୍ୟକାରୀ ହେବ ।
କେବଳ ପୌର ନିଗମ ନୁହେଁ ସବୁ ପୌର ସଂସ୍ଥା ଓ ଏନ୍ଏସିରେ ଏହା ଲାଗୁ ହେବ । ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌର ପରିଷଦ ଓ ଆଉ ୧୬ ଏନ୍ଏସି ରହିଛି। ଏହି ୧୮ ସହରାଞ୍ଚଳ ଦାୟିତ୍ୱ ୧୫ ମାସ ହେବ ସରକାରୀ ନିୟନ୍ତ୍ରଣରେ ଅଛି । କେବେ ପୌର ନିର୍ବାଚନ ହେବ ତାହା ଅନିଶ୍ଚିତ ହୋଇଯାଇଛି। ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପୌର ସଂସ୍ଥା ବିଜେଡି ଦଖଲରେ ଥିଲା। ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନେ ଶୀଘ୍ର ପୌର ନିର୍ବାଚନ ହେବ ଏବଂ ପୁଣି ବିଜେଡି ଦଖଲକୁ ଆସିବାର ସ୍ବପ୍ନ ଦେଖିଥିଲେ। ତେବେ ଏହାର ନଁା ଗନ୍ଧ ନ ଥିବାରୁ ସମସ୍ତେ ହତାଶ ହୋଇଯାଇଛନ୍ତି। ଏହାର ସୁଯୋଗରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ବିଭିନ୍ନ ଭାବରେ ସମାଲୋଚନା କରୁଛନ୍ତି। ସହରାଞ୍ଚଳ ଭୋଟ ଶାସକ ଦଳ ବିରୋଧରେ ଯିବାର ଆଶଙ୍କା କରି ନିର୍ବାଚନ ପାଇଁ ଭୟ କରୁଥିବା ବିରୋଧୀ ଦର୍ଶାଇଛନ୍ତି।
ବ୍ରହ୍ମପୁର ପୌର ପରିଷଦ ବ୍ରିଟିଶ ସରକାର ଶାସନରେ ୧୮୬୭ ରେ ପ୍ରତିଷ୍ଠା ହୋଇଥିଲା। ପୂର୍ବ ରେକର୍ଡ ନ ଥିଲେ ମଧ୍ୟ ୧୯୪୯ ରୁ ୨୦୦୧ ସୁଦ୍ଧା ୨୩ ଥର ନିର୍ବାଚିତ ପରିଷଦ ଭଙ୍ଗ ହୋଇଛି । ୨୩ ଜିଲାପାଳମାନେ ଶାସନ ମୁଖ୍ୟ ହୋଇଛନ୍ତି। ପୂର୍ବ ମ୍ୟୁନିସିପାଲିଟିର ଶେଷ ପ୍ରଶାସକ ଥିଲେ ଆଇଏଏସ୍ ଅଫିସର ସଞ୍ଜୀବ କୁମାର ମିଶ୍ର । ସେ ୨୦୦୧ ଡିସେମ୍ବର ୯ ରୁ ୨୦୦୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନଗରପାଳ ବା ପ୍ରଶାସକ ଦାୟିତ୍ୱ ତୁଲାଇଥିଲେ । ୨୦୦୩ ଅକ୍ଟୋବର ୮ରେ ଅନୁଷ୍ଠିତ ପୌର ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ଲାଭ କରିଥିଲା ଏବଂ ପ୍ରଥମ ମହିଳା ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୧୩ ପୌର ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ଜିତିବାରୁ ପ୍ରଥମ ମହିଳା ମେୟର ହୋଇଥିଲେ କେ. ମାଧବୀ। ଏବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଗମର ପ୍ରଶାସକ ଦାୟିତ୍ୱରେ ଅଛନ୍ତି।

ମିଠା ଦୋକାନ ସିଲ୍ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ
ଗଞ୍ଜାମ,୩ା୫(ଡି.ଏନ୍.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି।...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ
ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ
ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ
ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା
ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର...

୧୮ ସାଇକେଲ ଜବତ, ଧରାପଡ଼ିଲେ ୨ ଚୋର
ହିଞ୍ଜିଳିକାଟୁ,୨୩।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳରୁ ପରିବା ବଜାର, ବସ୍ଷ୍ଟାଣ୍ଡ, କୋଚିଂ ସେଣ୍ଟର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରୁ ସାଇକେଲ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ...

ଆଜିଠୁ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ
ହିଞ୍ଜିଳିକାଟୁ,୧୭ା୯(ଡି.ଏନ୍.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଶକ୍ତିପୀଠରେ ଶନିବାରଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଆଜିଠାରୁ ବିଜୟାଦଶମୀ ଯାଏ ସମସ୍ତ ଶକ୍ତିପୀଠରେ ୧୬ଟି...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...