ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ୧୫ ମାସ ଝୁଲାଇ ରଖାଯାଇଛି ନିର୍ବାଚନ

ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦ ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ଶେଷ ହୋଇଛି। ଗତ ୧୫ ମାସ ହେବ ଗଞ୍ଜାମ ଜିଲାପାଳଙ୍କୁ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜନ ପ୍ରତିନିଧି ନ ଥିବାରୁ ଉନ୍ନୟନ କାର୍ଯ୍ୟ ସବୁ ୱାର୍ଡରେ ଧିମା ହୋଇଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ସରକାରୀ ବାବୁମାନେ ବିକାଶ ମୂଳକ ଯୋଜନା କେବଳ ବୈଠକ ପରେ ବୈଠକରେ ସମୀକ୍ଷା କରୁଛନ୍ତି। ଫଳରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି। ପୂର୍ବତନ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଝୁଲି ରହିଥିବା ପୌର ନିର୍ବାଚନ କେବେ ହେବ ଅନାଇ ରହିଛନ୍ତି। ତେବେ ସରକାରଙ୍କ ଅବହେଳା ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି।
ସୂଚନାଯୋଗ୍ୟ, ମହାନଗରର ୪୦ ୱାର୍ଡ ମଧ୍ୟରୁ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ରହିଛି। ରାଜ୍ୟର ଉଚ୍ଚ ନ୍ୟାୟାଳୟ ସଂରକ୍ଷଣ ବ୍ୟବସ୍ଥା ୫୦% ମଧ୍ୟରେ ରଖିବାକୁ ରାୟ ଦେଇଥିଲେ। ଏହାକୁ ବିରୋଧ କରି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାର ହାଇକୋର୍ଟ ଆଦେଶ କାଏମ ରହିଛି। ତେଣୁ ଅଡ଼ୁଆ ସ୍ଥିତି ଉପୁଜିଛି। ପୁଣି ୱାର୍ଡଗୁଡ଼ିକ ପୁନର୍ଗଠନ ହେବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଥିପାଇଁ ୧୯୫୦ ପୌର ଆଇନ ଏବଂ ୨୦୦୩ ମ୍ୟୁନିସିପାଲ କର୍ପୋରେଶନ ଆଇନର ସଂଶୋଧନ ନିହାତି ଆବଶ୍ୟକ। ତେଣୁ କ୍ୟାବିନେଟ ଅନୁମୋଦନ ପରେ ସଂଶୋଧନ ବିଲ ବିଧାନସଭାରେ ପାରିତ କରିବାକୁ ପଡ଼ିବ । ପରେ ରାଜ୍ୟପାଳଙ୍କ ମୋହର ବାଜିଲେ ତାହା କାର୍ଯ୍ୟକାରୀ ହେବ ।
କେବଳ ପୌର ନିଗମ ନୁହେଁ ସବୁ ପୌର ସଂସ୍ଥା ଓ ଏନ୍‌ଏସିରେ ଏହା ଲାଗୁ ହେବ । ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌର ପରିଷଦ ଓ ଆଉ ୧୬ ଏନ୍‌ଏସି ରହିଛି। ଏହି ୧୮ ସହରାଞ୍ଚଳ ଦାୟିତ୍ୱ ୧୫ ମାସ ହେବ ସରକାରୀ ନିୟନ୍ତ୍ରଣରେ ଅଛି । କେବେ ପୌର ନିର୍ବାଚନ ହେବ ତାହା ଅନିଶ୍ଚିତ ହୋଇଯାଇଛି। ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପୌର ସଂସ୍ଥା ବିଜେଡି ଦଖଲରେ ଥିଲା। ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନେ ଶୀଘ୍ର ପୌର ନିର୍ବାଚନ ହେବ ଏବଂ ପୁଣି ବିଜେଡି ଦଖଲକୁ ଆସିବାର ସ୍ବପ୍ନ ଦେଖିଥିଲେ। ତେବେ ଏହାର ନଁା ଗନ୍ଧ ନ ଥିବାରୁ ସମସ୍ତେ ହତାଶ ହୋଇଯାଇଛନ୍ତି। ଏହାର ସୁଯୋଗରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ବିଭିନ୍ନ ଭାବରେ ସମାଲୋଚନା କରୁଛନ୍ତି। ସହରାଞ୍ଚଳ ଭୋଟ ଶାସକ ଦଳ ବିରୋଧରେ ଯିବାର ଆଶଙ୍କା କରି ନିର୍ବାଚନ ପାଇଁ ଭୟ କରୁଥିବା ବିରୋଧୀ ଦର୍ଶାଇଛନ୍ତି।
ବ୍ରହ୍ମପୁର ପୌର ପରିଷଦ ବ୍ରିଟିଶ ସରକାର ଶାସନରେ ୧୮୬୭ ରେ ପ୍ରତିଷ୍ଠା ହୋଇଥିଲା। ପୂର୍ବ ରେକର୍ଡ ନ ଥିଲେ ମଧ୍ୟ ୧୯୪୯ ରୁ ୨୦୦୧ ସୁଦ୍ଧା ୨୩ ଥର ନିର୍ବାଚିତ ପରିଷଦ ଭଙ୍ଗ ହୋଇଛି । ୨୩ ଜିଲାପାଳମାନେ ଶାସନ ମୁଖ୍ୟ ହୋଇଛନ୍ତି। ପୂର୍ବ ମ୍ୟୁନିସିପାଲିଟିର ଶେଷ ପ୍ରଶାସକ ଥିଲେ ଆଇଏଏସ୍‌ ଅଫିସର ସଞ୍ଜୀବ କୁମାର ମିଶ୍ର । ସେ ୨୦୦୧ ଡିସେମ୍ବର ୯ ରୁ ୨୦୦୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନଗରପାଳ ବା ପ୍ରଶାସକ ଦାୟିତ୍ୱ ତୁଲାଇଥିଲେ । ୨୦୦୩ ଅକ୍ଟୋବର ୮ରେ ଅନୁଷ୍ଠିତ ପୌର ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ଲାଭ କରିଥିଲା ଏବଂ ପ୍ରଥମ ମହିଳା ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୧୩ ପୌର ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ଜିତିବାରୁ ପ୍ରଥମ ମହିଳା ମେୟର ହୋଇଥିଲେ କେ. ମାଧବୀ। ଏବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଗମର ପ୍ରଶାସକ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?