Posted inଜାତୀୟ

ନିର୍ବାଚନ ସମୟରେ ହୃଦ୍‌ଘାତରେ ଭୋଟରଙ୍କ ମୃତ୍ୟୁ

ସାହିବଗଞ୍ଜ,୨୦।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ସାହିବଗଞ୍ଜ ଜିଲାର ବୋରିଓଠାରେ ଜଣେ ମତଦାତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଭୋଟ ଗ୍ରହଣ କେନ୍ଦ୍ରରେ ଉକ୍ତ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ଭୋଟରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ଏହା ଏକ ସାଧାରଣ ମୃତ୍ୟୁ ଓ ଏହା କୌଣସି ହିଂସାଜନିତ ନୁହେଁ ବୋଲି ଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଅନ୍ତିମ ପର୍ଯ୍ୟାୟରେ ୨୩୬ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ରହିଛନ୍ତି ୨୯। ଏହି ପର୍ଯ୍ୟାୟରେ ପାଖାପାଖି ୪୦,୦୫,୨୮୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଡିସେମ୍ବର ୨୩ରେ ଏହାର ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି।...

ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ

ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ...

ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର...

ଚାକିରି ମାଗିବାରୁ ଲାଠିମାଡ଼

ପଟିଆଲା,୯ା୩(ଆଇଏଏନ୍‌ଏସ୍‌): ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଦର୍ଶାଇ ରବିବାର ପଟିଆଲାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ...

ସାକ୍ଷୀଙ୍କୁ ହତ୍ୟା ଆଶଙ୍କା

ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର...

ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ

ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ...

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା...

ଦୁଇପଟୁ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨ା୭: ସୀମାକୁ ନେଇ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା ବେଳେ ଏପଟେ ପାକିସ୍ତାନ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଏବଂ...

Advertisement
Archives

Model This Week