ନିର୍ବାଚନ ଜିତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ

ଲଣ୍ଡନ,୧୪ା୧୨(ପି.ଟି.):ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ କଞ୍ଜରଭେଟିଭ୍‌ ପାର୍ଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛି। ପାର୍ଲାମେଣ୍ଟର ୬୫୦ ଆସନ ମଧ୍ୟରୁ କଞ୍ଜରଭେଟିଭ୍‌ ପାର୍ଟି ୩୬୪ ଆସନ ଦଖଲ କରିଛି। ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ଜନ୍‌ସନ କ୍ଷମତାକୁ ଫେରିଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜନ୍‌ସନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୨୦ ସପ୍ତାହ କ୍ଷମତାରେ ଥିବା ଜନ୍‌ସନଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଏହି ବିଜୟ ଫଳରେ ବ୍ରେକ୍‌ଜିଟ ଡିଲ୍‌ ଶୀଘ୍ର କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ବ୍ରେକ୍‌ଜିଟକୁ ସଫଳ କରିବା ଲାଗି ଭୋଟ ଦେବାକୁ ଜନ୍‌ସନ ଜୋର୍‌ଦାର ପ୍ରଚାର ଚଳାଇଥିଲେ। ଏହି ନିର୍ବାଚନରେ ଉଭୟ କଞ୍ଜରଭେଟିଭ୍‌ ଓ ଲେବର ପାର୍ଟିରୁ ୧୫ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅନେକ ଏମ୍‌ପି ସେମାନଙ୍କ ଆସନ ବଜାୟ ରଖିଥିଲା ବେଳେ କେତେକ ନୂଆ ମୁହଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି। ପୂର୍ବ ପାର୍ଲାମେଣ୍ଟରେ ଥିବା ସମସ୍ତ ଭାରତୀୟ ବଂଶୋଦ୍ଭବ ଏମ୍‌ପି ସେମାନଙ୍କ ଆସନ ବଜାୟ ରଖିଥିବାବେଳେ କଞ୍ଜରଭେଟିଭ ପାର୍ଟିର ଗଗନ ମହିନ୍ଦ୍ରା ଏବଂ କ୍ଲେୟାର କୁଟିନୋ ଏବଂ ଲେବର ପାର୍ଟିର ନଭେନ୍ଦୁ ମିଶ୍ର ପ୍ରଥମ ଥର ଲାଗି ବିଜୟୀ ହୋଇଛନ୍ତି। ବିଜୟ ରାଲିରେ ଉଦ୍‌ବୋଧନ ଦେଇ ଜନ୍‌ସନ କହିଛନ୍ତି, ବ୍ରିଟେନରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବ୍ରେକ୍‌ଜିଟକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂରହୋଇଛି। ତାଙ୍କ ପ୍ରତି ଦେଶବାସୀ ଦେଖାଇଥିବା ଆସ୍ଥାକୁ ସେ କଦାପି ବ୍ୟର୍ଥ ହେବାକୁ ଦେବେନାହିଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଉନିଂ ଷ୍ଟ୍ରିଟ୍‌ରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୬।୯: କଞ୍ଜରଭେଟିଭ୍‌ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍‌ ଟ୍ରସ୍‌ ଭାରତ-ବ୍ରିଟେନ୍‌ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ ସପକ୍ଷରେ ଥିବା...

ପାକିସ୍ତାନ ଆଣବିକ ବୋମା ଜନକ ଅବ୍ଦୁଲ କାଦିରଙ୍କ ପରଲୋକ…

ଇସଲାମାବାଦ୍‌,୧୦।୧୦: ପାକିସ୍ତାନର ଆଣବିକ ବୋମା ଜନକ ଅବ୍ଦୁଲ୍‌ କାଦିର ଖାଁଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ...

୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ...

ନ୍ୟୁଜିଲାଣ୍ଡ ହେବ ଡାର୍କ ସ୍କାଏ ନେଶନ

ଓ୍ବେଲିଂଟନ୍‌,୫ା୧୧: ଅନ୍ଧାର ଆକାଶ ରାତ୍ରିଚର ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ରାତିରେ କୃତ୍ରିମ ଆଲୋକ ଯୋଗୁ କୀଟମାନଙ୍କ ଗତିବିଧି ହ୍ରାସ ପାଉଥିବାରୁ ଡାର୍କ...

ପାକିସ୍ତାନରେ ଜୋର୍‌ ଜବରଦସ୍ତ କରାଯାଉଛି ଧର୍ମ ପରିବର୍ତ୍ତନ: ଆମେରିକା ରିପୋର୍ଟ

ଇସଲାମାବାଦ୍‌,୩୦।୬: ପାକିସ୍ତାନରେ ହିନ୍ଦୁ ବାଳିକାଙ୍କୁ ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏନେଇ ଆମେରିକା ଦ୍ୱାରା ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ...

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ...

୩୨ଦିନ ମୃତ୍ୟୁ ସହ ଛକାପଞ୍ଝା

ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍‌ ଚଳଚ୍ଚିତ୍ରର କାହାଣୀ ପରି...

କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି

ନୂଆଦିଲ୍ଲୀ/ହେଗ୍‌, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ...

Advertisement
Archives

Model This Week