Posted inଖେଳ

ନିର୍ବାଚନ ଅଧିକାରୀ ନିଯୁକ୍ତି ନେଇ ସିଓଏର ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ,୨୬ା୭(ପି.ଟି.)-ବିସିସିଆଇ ସହ ଅନୁବନ୍ଧିତ ରାଜ୍ୟ ସଂଘଗୁଡ଼ିକର ଆଗାମୀ ନିର୍ବାଚନରେ ନିଯୁକ୍ତ ହେବାକୁ ଥିବା ନିର୍ବାଚନ ଅଧିକାରୀଙ୍କୁ ନେଇ ପ୍ରଶାସକ କମିଟି(ସିଓଏ) ପକ୍ଷରୁ ଗୁରୁବାର ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାରତର ପୂର୍ବତନ ଯୁଗ୍ମ କିମ୍ବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟର ପୂର୍ବତନ ଯୁଗ୍ମ କିମ୍ବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବା ଆବଶ୍ୟକ ବୋଲି ସିଓଏ ଏହି ନିର୍ଦ୍ଦେଶନାମାରେ ଦର୍ଶାଇଛି। ପାଖାପାଖି ୨୦ଟି ରାଜ୍ୟ ସଂଘ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପ୍ରୟାସରେ ରହିଛନ୍ତି। କିଛି ରାଜ୍ୟ ସଂଘ ନିର୍ବାଚନ ଅଧିକାରୀ ନିଯୁକ୍ତି ଦେବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିବା ସିଓଏ ଜାଣିବାକୁ ପାଇଥିଲା। କିଛି ରାଜ୍ୟରେ ରାଜ୍ୟ ନିର୍ବାଚନ ଆୟୋଗ ନ ଥିବାରୁ ସେମାନେ ଏହି ସମସ୍ୟାରେ ପଡ଼ିଥିଲେ। ତେଣୁ ସିଓଏ ଏହି ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଭାରତର ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ, ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପୂର୍ବତନ ସଦସ୍ୟ କିମ୍ବା ପୂର୍ବତନ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସଂଘ ନିର୍ବାଚନର ନିର୍ବାଚନ ଅଧିକାରୀ ହୋଇପାରିବେ। ଯଦି କୌଣସି ସଂଘର ଉପରୋକ୍ତ ଅଧିକାରୀ ମିଳୁନାହାନ୍ତି ତେବେ ପଡ଼ୋଶୀ ରାଜ୍ୟର ଏହିଭଳି ପଦବୀରେ ରହିଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇପାରିବ ବୋଲି ସିଓଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ

ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭,...

ଆଟ୍‌ଲାଣ୍ଟାକୁ ଚାମ୍ପିୟନ୍ସ ଲିଗ୍‌ ଯୋଗ୍ୟତା

ରୋମ୍‌,୨୭।୫(ପିଟି)- ଆଟ୍‌ଲାଣ୍ଟା ବିଜୟ ସହ ପ୍ରଥମ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ସିରି ଏ’ ଲିଗ୍‌...

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ଅପରିବର୍ତ୍ତିତ

ଦୁବାଇ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ୍‌ ସହ ଦୀର୍ଘ ୪ ମାସର ବ୍ୟବଧାନ ପରେ ପଡ଼ିଆକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍‌। ମହାମାରୀ କରୋନା...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍‌…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ...

ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ, ନ୍ୟୁଜିଲାଣ୍ଡକୁ ଯୋଗ୍ୟତା

ନୂଆଦିଲ୍ଲୀ, ୭।୬(ପି.ଟି.)-ଆସନ୍ତାବର୍ଷ ଭାରତରେ ହେବାକୁଥିବା ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଓସେନିଆ ଅଞ୍ଚଳରୁ ଏକମାତ୍ର...

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।...

ଆଇପିଏଲ ପୂର୍ବରୁ ଧୋନୀଙ୍କ ସମ୍ପର୍କରେ ଏମିତି କହିଲେ ଉଥପ୍ପା

ନୂଆଦିଲ୍ଲୀ, ୨୧।୨: ଆଇପିଏଲ ଅକ୍‌ଶନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ସାମିଲ ହୋଇଥିବା ବରିଷ୍ଠ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ଏକ ଭିଡିଓ ଟୁଇଟରରେ ଶେୟାର...

Advertisement
Archives

Model This Week