ନିର୍ଦ୍ଧାରଣ ହୋଇପାରୁନି ଅବଢ଼ା ଦର

ପୁରୀ ଅଫିସ,୭।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିଲାଗି ସବୁପ୍ରକାର ବ୍ୟବସ୍ଥା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛି। ପରିଚାଳନା କମିଟି ବୈଠକ ବସି ଏ ବିଷୟରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯାଉଛି। ବୈଠକ ଶେଷରେ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉଥିବା କହୁଛନ୍ତି। କିନ୍ତୁ ଅବଢା ଦର ନିର୍ଦ୍ଧାରଣ ପ୍ରସଙ୍ଗ ଆଲୋଚନା ହେଉ ନାହିଁ। ସେହିପରି ଭକ୍ତଙ୍କୁ ପୂର୍ବରୁ ବଣ୍ଟାଯାଉଥିବା ମହାପ୍ରସାଦ ଏବେ ବନ୍ଦ ରହିଥିଲେ ମଧ୍ୟ ସେ ବିଷୟରେ କେହି କିଛି କହୁନାହାନ୍ତି। ଏସବୁକୁ ଅଧିକାରୀ ଏବଂ କମିଟି ସଦସ୍ୟ ଏକପ୍ରକାର ଭୁଲିଯାଇଛନ୍ତି ବୋଲି କୁହାଯାଇଛି।
୨୦୧୮ ସେପ୍ଟେମ୍ବର ୧୧ରେ ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ଏକାଧିକ ନିଷ୍ପତ୍ତି ନେଇଥିଲା। ସେଥିରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ଲାଗିବା ପାଇଁ ମଧ୍ୟ ସହମତି ହୋଇଥିଲା। ସେହିବର୍ଷ ଡିସେମ୍ବର ୪ରେ ସ୍ବତନ୍ତ୍ର ଭାବେ ବରାଦି ଭୋଗରେ ରୋଷେଇ ହୋଇଥିଲା ମହାପ୍ରସାଦ। ମନ୍ଦିର ପ୍ରଶାସନ ଆବଶ୍ୟକ ଡାଲି, ଚାଉଳ, ପରିବା, କୁଡୁଆ ପ୍ରଭୃତି ସାମଗ୍ରୀ ଯୋଗାଇ ଦେଇଥିଲା। ମନ୍ଦିର ପ୍ରଶାସନର ଅଧିକାରୀ ଓ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ବାବଧାନରେ ରୋଷେଇ ହୋଇଥିଲା। ଏଥିରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ, କେତେ କୁଡ଼ୁଆ ଲାଗିଛି, ପାରିଶ୍ରମିକ କ’ଣ ରହିବ ତାହା ବିଚାରକୁ ନିଆଯାଇ ଦର ନିର୍ଦ୍ଧାରଣ ହେବ। ଖୁବ୍‌ଶୀଘ୍ର ମହାପ୍ରସାଦ ଦର ତାଲିକା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ। ଫଳରେ ଭକ୍ତମାନେ ଆଉ ଜୁଲମ୍‌ର ଶିକାର ହେବେ ନାହିଁ । ଅବଢ଼ା ପାଇଁ ସୁଆରଙ୍କ ସହ କେହି ମୂଲଚାଲ କରିବେ ନାହିଁ କି ଦୁର୍ବ୍ୟବହାର ଶିକାର ହେବେ ନାହିଁ ବୋଲି କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଅବଢ଼ା ଦର ନିର୍ଦ୍ଧାରଣ ହୋଇପାରିନାହିଁ। ଏ ସମ୍ପର୍କରେ ପଚରାଯିବାରୁ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ, ଅବଢ଼ା ଦର ନିର୍ଦ୍ଧାରଣ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଥିଲା। ଦର ମଧ୍ୟ ଚୂଡ଼ାନ୍ତ ହୋଇଛି। ସୁପ୍ରିମ୍‌କୋର୍ଟଙ୍କଠାରୁ ନିର୍ଦ୍ଦେଶ ଆସିବା ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯିବ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବ ବୋଲି ରାମଚନ୍ଦ୍ର କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଦାରୁବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ପ୍ରତ୍ୟେକେ ମହାପ୍ରସାଦ କଣିକାଏ ପାଇବାକୁ ଇଚ୍ଛା କରିଥାନ୍ତି। ହେଲେ ସମସ୍ତେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଖାଇବାକୁ ସମର୍ଥ ହୋଇ ନ ଥାନ୍ତି। ତେଣୁ ମହାପ୍ରସାଦ ପାଇଁ ଆଶା ରଖିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଅବଢା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶିପାହାଚରେ ଦୁଇଟି ବଡ଼ ଆଟିକାରେ ପ୍ରତ୍ୟହ ଏହି ମହାପ୍ରସାଦ ବଣ୍ଟାଯାଉଥିଲା। ହେଲେ ପ୍ରାୟ ଦେଢବର୍ଷ ହେବ ଏହା ବନ୍ଦ ହୋଇଯାଇଛି। କେତେଜଣ ସେବାୟତ ମନମୁଖି ଭାବେ ଏହାକୁ ବନ୍ଦ କରି ଦେଇଛନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟରେ ଏଥିଲାଗି ୧.୫ କୋଟି ଟଙ୍କାର ବଜେଟ ମଧ୍ୟ କରାଯାଇଥିଲା। କିନ୍ତୁ ଏହାର ସୁପରିଚାଳନା କରାଯାଇପାରୁ ନାହିଁ। କେତେଜଣ ସେବକଙ୍କ ଜିଦ୍‌ ଆଗରେ ଏଭଳି ଶ୍ରଦ୍ଧାଳୁ ହିତକର ବ୍ୟବସ୍ଥା ବନ୍ଦ ହୋଇଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?