ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ କରି ପାରିନି। ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁରରୁ ଓ ପ୍ରାକ୍ତନ ମନ୍ତ୍ରୀ ପଦ୍ମନାଭ ବେହେରା ବୀରମହାରାଜପୁର ବିଧାନସଭା ଆସନରୁ ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛନ୍ତି। ନିରଞ୍ଜନ ୨୫ହଜାର ୭୨୬ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ଅଶୋକ କୁମାର ପୂଜାରୀଙ୍କୁ ଓ ପଦ୍ମନାଭ ୧୩ ହଜାର ୭୧ ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ଇଂ ରଘୁଦାଥ ଜଗଦଲାଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ଫଳାଫଳ ଅନୁଯାୟୀ ବିଜୁ ଜନତା ଦଳର ନିରଞ୍ଜନ ପୂଜାରୀ ୯୯, ୦୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଅଶୋକ ପୂଜାରୀ ୭୩, ୩୪୭ ଖଣ୍ଡ, ଭାରତୀୟ ଜାତୀୟ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ୨୩, ୩୨୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ୬୫,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର ରଘୁନାଥ ଜଗଦଲା ୫୨,୧୨୦ ଓ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନୋଦ କୁମାର ପାତ୍ର ୪୦, ୭୩୦ ଖଣ୍ଡ ଭୋଟ ପାଇଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ଗୁରୁବାର ସୋନପୁରରେ ୪୬ଟି ପର୍ଯ୍ୟାୟରେ ନିର୍ବାଚନ ମଣ୍ଡଳୀର ୩୧୯ଟି ବୁଥ୍‌ର ଓ ବୀରମହାରାଜପୁରରେ ୩୯ଟି ପର୍ଯ୍ୟାୟରେ ୨୬୭ଟି ବୁଥ୍‌ର ଭୋଟ ଗ୍ରହଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୨ ଛାତ୍ର ଗିରଫ

ବ୍ରହ୍ମପୁର ଅଫିସ ,୧୫।୧ – ଗଞ୍ଜାମ ଜିଲାରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଏଥିରେ ସାମିଲ...

ଧରିତ୍ରୀ ପ୍ରଭାବ: ଆଜି ବ୍ରହ୍ମାନନ୍ଦଙ୍କ ଧାନ କିଣିବେ ସରକାର; ଟୁଇଟ୍‌ ଯୋଗେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ଗାଁର ଚାଷୀ ବ୍ରହ୍ମାନନ୍ଦ ଦାଶଙ୍କ ଧାନ କିଣା ହେଉ ନ ଥିଲା। ଚାଷ କାର୍ଯ୍ୟ...

ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ...

ଲକ୍‌ଡାଉନ ନିୟମ ଉଲ୍ଲଂଘନ ପରେ ରାଜନୈତିକ ବିବାଦ: ଗାଷ୍ଠୀକନ୍ଦଳ, ଏମ୍‌ପିଙ୍କ ଦୋଷ ଲୁଚାଇବାକୁ କମିଶନରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ଭାଜପା ପକ୍ଷରୁ ବିଏମ୍‌ସି କମିଶନରଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ବିଜେଡି ପଲଟା ଆକ୍ରମଣ କରିଛି। ଭାଜପା ଭୁବନେଶ୍ୱର ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠୀ...

NEET ଟପ୍ପର ସୋଏବ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା...

ବର୍ଷା ଛାଡ଼ିଲା, ବଢ଼ିବ ଥଣ୍ଡା; ୩ ଦିନ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୫।୧(ବ୍ୟୁରୋ)-ଗତ ଦୁଇଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଥଣ୍ଡା ପରିବେଶ ସୃଷ୍ଟି କରିଛି । ବର୍ଷା ଛାଡିଯାଇଥିଲେ...

ନାରୀ ନିର୍ଯାତନା, ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଯାଏ ଗୃହକାର୍ଯ୍ୟ ମୁଲତବୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଯାଜପୁର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶ୍ନକାଳ ବାତିଲ କରି...

୨୯ରେ ଓସୁର ତୃତୀୟ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର, ୨୦।୧୧(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ତାରିଖରେ ସମ୍ବଲପୁରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କୁଳାଧିପତି ତଥା...

Play 250+ Trending Games
Archives

Model This Week

Why Dharitri