ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏସବୁ ମଧ୍ୟରେ ସ୍ନାନ ସମୟରେ ନିମ୍ବ ପାଣିର ବ୍ୟବହାର ଉପକାରୀ ବୋଲି କୁହାଯାଇପାରେ। ଏହାଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଯେପରିକି:-

-ତ୍ୱଚା ସମ୍ବନ୍ଧୀୟ ରୋଗ: ପାଣିରେ ନିମ୍ବ ପତ୍ରକୁ ଫୁଟାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ପାଣିରେ ମିଶାଇ ଗାଧୋଇବା ଦ୍ୱାରା କାଛୁ, କୁଣ୍ଡିଆ, ଜ୍ୱଳନ, ଛଉ ଭଳି ସମସ୍ୟା ଦୂରେଇ ଯାଇଥାଏ। ଏଥିସହ ସୋରାୟସିସ୍‌ ଏବଂ ଏକ୍ଜିମା ଭଳି ତ୍ୱଚା ଜନିତ ରୋଗ ମଧ୍ୟ ହୋଇ ନ ଥାଏ।

-ଶରୀରର ଦୁର୍ଗନ୍ଧ ଦୂର ହୁଏ: ଝାଳ ବାହାରିବା କାରଣରୁ ଅନେକଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବା ଦେଖାଯାଇଥାଏ। ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏଭଳି ସମସ୍ୟା କମ୍‌ ହୋଇଥାଏ। ତେବେ ଗାଧୋଇବା ପରେ ନିମ୍ବ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା କୋମଳ, ବ୍ରଣ ପରି ସମସ୍ୟା କମ୍‌ ହୋଇଥାଏ।

-ରୂପି: ରୂପି ହୋଇ କେଶ ଝଡ଼ିବା ଭଳି ସମସ୍ୟା ସାଧାରଣ କଥା। ତେବେ ଏଥିପାଇଁ ସାମ୍ପୁ କରିବା ପରେ ନିମ୍ବ ପାଣିରେ କେଶକୁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ମୂଳ ମଜଭୂତ ହେବା ସହ ରୂପି ଦୂର ହୋଇଥାଏ। କେଶରେ ଉଜ୍ୱଳତା ଫେରେ।

– ପୋଡ଼ି ଯିବା ଦ୍ୱାରା ସୃଷ୍ଟ ଘା’କୁ ଠିକ୍‌ କରିବା ଲାଗି ନିମ୍ବ ପାଣିରେ ଗାଧୋଇବା ଉଚିତ। ଏହାଦ୍ୱାରା ଶୀଘ୍ର ନୂତନ ଚର୍ମ ଆସିଥାଏ। ଏଥିସହ ଆଲର୍ଜି ଓ ସଂଙ୍କ୍ରମଣ ଭୟ ଦୂର ହୋଇଥାଏ।

ନିମ୍ବ ପାଣି ଶରୀରର କଷ୍ଟକୁ ଲାଘବ କରିବା ସହ ତ୍ୱଚାକୁ ପୋଷଣ କରେ। ଏହା ଆଣ୍ଟି ଏଜିଂ ଏଜେଣ୍ଟ ପରି କାମ କରି ତ୍ୱଚାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି କେଶରେ ନୁହେଁ ଏସବୁ ଥିରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

ପର୍ସରେ ରଖିଲେ କମିବ ଖର୍ଚ୍ଚ

ଟଙ୍କା ରଖିବା ପାଇଁ ସମସ୍ତେ ପର୍ସ ରଖନ୍ତି। ଟଙ୍କା ସହ ସେଥିରେ ଅନେକ ଆବଶ୍ୟକୀୟ ଜିନିଷ ବି ରଖନ୍ତି। ତେବେ ଅନେକେ ଅଭିଯୋଗ କରନ୍ତି ଯେ,...

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି, ହେଲେ ଏମାନଙ୍କ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ...

ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା

‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍‌ ୨.୫ର ପରିମାଣ...

ସାଇଲେଣ୍ଟ୍‌ କିଲର୍‌ ସାଜିଛି ଉଚ୍ଚ ରକ୍ତଚାପ…

ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି...

ଏହି ୪ ଭୁଲ୍‌ ରକ୍ତ ଶର୍କରାକୁ ବଢ଼ାଇ ଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି...

ଡାଇବେଟିସ୍‌ ଆଶଙ୍କା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ...

କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

Advertisement
Archives

Model This Week