ନିବେଶକଙ୍କୁ ୩ ଲକ୍ଷ କୋଟି ଟଙ୍କା କ୍ଷତି

ମୁମ୍ବାଇ,୭-୧:ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୮୮ ପଏଣ୍ଟ ହ୍ରାସ ଘଟିଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ବଡ ହ୍ରାସ ବୋଲି ଜଣାପଡିଛି। ଇରାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ ଇରାନ ସେନାର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ଘଟିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି। ଆମେରିକା ଇରାନର ୫୦ ସ୍ଥାନ ଉପରେ ଆକ୍ରମଣ କରିବ ବୋଲି ଚେତାବନୀ ମଧ୍ୟ ଦେଇଛି। ଯାହାର ପ୍ରଭାବ ସାରା ବିଶ୍ୱର ଶେୟାର ବଜାର ଉପରେ ଗତ କିଛି ଦିନ ହେବ ଦେଖାଯାଇଛି। ହେଲେ ଏହାର ପ୍ରଭାବରେ ସୋମବାର ଭାରତୀୟ ଶେୟାର ବଜାର ୬ ମାସର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଏହାଯୋଗୁ ନିବେଶକ ୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଅଶୋଧିତ ତୈଳ ଦର ବଢିବା ଯୋଗୁ ନିବେଶକମାନେ ନିରାପଦ ଆସେଟ୍‌ ଉପରେ ନିବେଶ ନେଇ ଅଗ୍ରସର ହେବାରୁ ବଜାର ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି।
ଜୁଲାଇ ପରଠାରୁ ସେନ୍‌ସେକ୍ସର ପରଫରମାନ୍ସ ସୋମବାର ସବୁଠାରୁ ଖରାପ ରହିଛି। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୭୮୭.୯୮ ପଏଣ୍ଟ ବା ୧.୯୦% ୪୦,୬୭୬.୬୩ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଦିନ ମଧ୍ୟରେ ସେନସେକ୍ସ ୪୦,୬୧୩.୯୬ ପଏଣ୍ଟ ସ୍ତରକୁ ଖସିଥିଲା। ଏହାବାଦ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୩୩.୬୦ ପଏଣ୍ଟ ବା ୧.୯୧% ଖସିବା ଯୋଗୁ ଏହା ୧୧,୯୯୩.୦୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ବିଏସ୍‌ଇ ସେନସେକ୍ସର ବିଭିନ୍ନ କ୍ଷେତ୍ରର ଶେୟାର କାରବାର କ୍ଷତିଗ୍ରସ୍ତ ରହିଛି। ଧାତୁ, ଫାଇନାନ୍ସ, ରିୟଲ ଇଷ୍ଟେଟ, ବ୍ୟାଙ୍କିଙ୍ଗ, ଶକ୍ତି, ଅଟୋମୋବାଇଲ, ତୈଳ ଏବଂ ବାଷ୍ପ, କ୍ୟାପିଟାଲଗୁଡସ୍‌ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୂଚୀ ୨.୯୬% ହ୍ରାସ ହୋଇଛି। ସେନସେକ୍ସର ମିଡକ୍ୟାପ ଏବଂ ସ୍ମଲ କ୍ୟାପ୍‌ ୨.୩୧ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଯୋଗୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଛି। ଟଙ୍କା ମୂଲ୍ୟ ଡଲାର ତୁଳନାରେ ୧୩ ପଇସା କମିବା ସହ ୭୧.୯୩ ସ୍ତରରେ ରହିଛି। ସେହିଭଳି ବ୍ରେଣ୍ଟ ଅଶୋଧିତ ତୈଳ ଦର ସୋମବାର ବ୍ୟାରେଲ ପିଛା ୧.୩୭% ବୃଦ୍ଧି ଘଟି ୭୦ଡଲାର ସ୍ତରରେ ରହିଛି। ସେହିଭଳି ସୁନା ଦର ସର୍ବକାଳୀନ ରେକର୍ଡ ୪୧,୭୩୦ ସ୍ତର ଛଇଁଥିବା ନଜରକୁ ଆସିଛି।
ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢିବ ବୋଲି ନିବେଶକମାନେ ଆଶଙ୍କା କରିଥିବା ଜିଓଜିତ ଫାଇନାନସିଆଲ ସର୍ଭିସେସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ଏଥିଲାଗି ନିବେଶକ ପୁଞ୍ଜି ବଜାର ନିବେଶକୁ ବାଦ ଦେଇଥିବାରୁ ବଜାରରେ ଏଭଳି ସ୍ଥିତି ଦେଖାଯାଇଛି। ସାଂଘାଇ, ହଂକଂ, ଟୋକିଓ, ଏବଂ ସିଓଲର ଶେୟାର ବଜାର ମଧ୍ୟ ନିମ୍ନରେ ରହିଛି। ଅଭିବୃଦ୍ଧିଶୀଳ ବଜାରଗୁଡିକ କଥା ବିଚାର କରିଲେ ଆମେରିକା ଇରାନ ତିକ୍ତତା ଯୋଗୁ ଭାରତୀୟ ବଜାର ଉପରେ ଅଶୋଧିତ ତେଲ ଦର ପ୍ରଭାବ ବେଶି ପଡିଛି। ଭାରତ ଏହାର ଇନ୍ଧନ ଆବଶ୍ୟକତା ପୂରଣ ଲାଗି ବିଦେଶୀ ବଜାର ଉପରେ ନିର୍ଭର କରୁଛି। ଅନ୍ତର୍ଜାତୀୟ ବଜାରରେ କୌଣସି ଅସୁବିଧା ଆସିଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ସବୁବେଳେ ପଡି ଆସିଛି। ନିବେଶକ ଶେୟାର ପରିବର୍ତ୍ତେ ଏବେ ସୁନା ଉପରେ ଧ୍ୟାନ କେନ୍ଦ୍ରିତ କରିବାରୁ ସୁନା ଦର ହଠାତ ବଢିଥିବା ସାଙ୍କଟମ୍‌ ଓ୍ବେଲଥର ଇକ୍ୱିଟି ଇନଭେଷ୍ଟମେଣ୍ଟ ପ୍ରଡକ୍ଟ ପୋର୍ଟଫୋଲିଓ ମ୍ୟାନେଜର ହେମାଙ୍ଗ କାପାସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୪।୧୨:ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ...

ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଯୋଡ଼ି ପାରିବେ ୪ ନୋମିନି, ଲୋକ ସଭାରେ ପାରିତ ହେଲା ବିଲ୍‌

ନୂଆଦିଲ୍ଲୀ, ୩।୧୨: ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର...

ବନ୍ଦ EPFO ଖାତାରୁ କେମିତି ଉଠାଇବେ ଜମା ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୩: ଇପିଏଫଓକୁ ନେଇ ଜରୁରୀ ସୂଚନା। ଯଦି ଇପିଏଫଓ ଆକାଉଣ୍ଟ ବନ୍ଦ ହୋଇଯାଇଛି, ସେଥିରୁ ଜମା ଟଙ୍କା କିପରି ଉଠାଇବାକୁ ନେଇ ଅସୁବିଧାରେ ପଡିଛନ୍ତି। ଜାଣି...

୭ରୁ ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ନିଭାଲ

ଭୁବନେଶ୍ୱର,୩।୧୨: ରାଜ୍ୟର ସର୍ବବୃହତ୍‌ ମେଣ୍ଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ୨୦୨୪ ଡିସେମ୍ବର ୭...

୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୩।୧୨: ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ...

ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ,୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri