PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ PF ଆକାଉଣ୍ଟରେ ୮.୨୫% ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଦେଇଛି। ଏବେ କୋଟି କୋଟି କର୍ମଚାରୀଙ୍କ PF ଆକାଉଣ୍ଟରେ ଖୁବ ଶୀଘ୍ର ସୁଧ ଟଙ୍କା ଦେଖାଯିବାକୁ ଲାଗିବ ଏବଂ ଏହାଦ୍ୱାରା ପିଏଫ ଆକାଉଣ୍ଟରେ ଥିବା ପଇସା ମଧ୍ୟ ବଢ଼ିଯିବ। ଆପଣଙ୍କର ପିଏଫ ବାଲାନ୍ସ ଏବଂ ଆସିଥିବା ସୁଧ କେମିତି ଚେକ କରିବେ, ତାହା ଆପଣ ଏଠାରୁ ଜାଣିପାରିବେ। ଏହାସହ ଯଦି ସୁଧ ଦେଖା ନଯାଏ ତେବେ କଣ କରିବାକୁ ହେବ, ତାହା ମଧ୍ୟ ଏଠାରେ ବୁଝାଯାଇଛି।

ସୂଚନାଯୋଗ୍ୟ ଯେ, EPFO ପକ୍ଷରୁ ଫିଲ୍ଡ ଅଫିସଗୁଡ଼ିକୁ ଆକାଉଣ୍ଟରେ ୮.୨୫% ସୁଧ କ୍ରେଡିଟ କରିବାକୁ ଆଦେଶ ଦିଆଯାଇଛି। ସୁଧ ଟଙ୍କା ଅଲଗା ଅଲଗା ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଅପଡେଟ୍‌ ହେବ। ଯଦି ଆପଣଙ୍କ ଆକାଉଣ୍ଟରେ ଏବେ ସୁଧ ଦେଖାଯାଉ ନାହିଁ, ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ସବୁ ଆକାଉଣ୍ଟରେ ସୁଧ ଧୀରେ ଧୀରେ ଜମା କରାଯିବ।

୧. EPFO ୱେବସାଇଟ- EPFOର ମେମ୍ବର ପାସବୁକ ୱେବସାଇଟ୍‌କୁ ଯାଆନ୍ତୁ। ସେଠାରେ UAN ଏବଂ ପାସୱାର୍ଡ ଦେଇ ଲଗଇନ କରନ୍ତୁ। ଏହାପରେ ’Member ID’ ବାଛିବା ମାତ୍ରେ ପିଏଫ ବାଲାନ୍ସ ଏବଂ ସୁଧ ଦେଖାଯିବ।

୨. ଉମଙ୍ଗ (UMANG) ଆପ- ଉମଙ୍ଗ ଆପ ଖୋଲନ୍ତୁ, EPFO ସର୍ଭିସ ବାଛନ୍ତୁ ଏବଂ ‘View Passbook’ ଉପରେ କ୍ଲିକ କରନ୍ତୁ। ଏବେ UAN ଜରିଆରେ ଲଗଇନ କରିବା ପରେ ବାଲାନ୍ସ ଦେଖିପାରିବେ।

୩. ମିସ୍ଡ କଲ- ଆପଣଙ୍କର ପଞ୍ଜୀକୃତ (Registered) ମୋବାଇଲ ନମ୍ବରରୁ 9966044425 କୁ ଏକ ମିସ୍ଡ କଲ ଦିଅନ୍ତୁ। କିଛି ସମୟ ମଧ୍ୟରେ ମେସେଜ ମାଧ୍ୟମରେ ପିଏଫ ବାଲାନ୍ସର ସୂଚନା ମିଳିଯିବ।

୪. ମେସେଜ ଜରିଆରେ ବାଲାନ୍ସ- ଯଦି ଆପଣଙ୍କର UAN ଆକ୍ଟିଭ ଅଛି ଏବଂ ଏହା ଆଧାର, ପ୍ୟାନ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଅଛି, ତେବେ ପଞ୍ଜୀକୃତ ମୋବାଇଲରୁ ’EPFOHO UAN’ ଲେଖି 7738299899କୁ ମେସେଜ ପଠାନ୍ତୁ। କିଛି ସମୟ ମଧ୍ୟରେ ବାଲାନ୍ସ ସୂଚନା ମିଳିଯିବ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?