ନିଜ ଭୂମିକାରେ ହ୍ରିତିକ୍‌ଙ୍କୁ ଦେଖି ଭାବବିହ୍ବଳ ହେଲେ ଆନନ୍ଦ କୁମାର: କହିଲେ ‘ସୁପର-୩୦’ ଟ୍ରେଲର ପୁରା ପରିବାରକୁ କନ୍ଦାଇ ଦେଲା

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର ପରଦାକୁ ଆସିଛି। ଦର୍ଶକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ଟୁଇଟରରେ ପ୍ରତିକ୍ରିୟା ରଖି ହ୍ରିତିକ୍‌ଙ୍କ କାମର ପ୍ରଶଂସା କରୁଛନ୍ତି। ଚଳଚ୍ଚିତ୍ରଟି ବିହାରରେ କୋଚିଂ ସେଣ୍ଟର ଚଳାଉଥିବା ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ। ତେବେ ଆନନ୍ଦ କୁମାର ପରିବାର ସହ ଟ୍ରେଲରକୁ ଦେଖିବା ସହ ହ୍ରିତିକ୍‌ଙ୍କ ଅଭିନୟର ଭୂରି ପ୍ରଶଂସା କରିଛନ୍ତି।

ନିଜ ଟୁଇଟର ପୃଷ୍ଠାରେ ଆନନ୍ଦ କୁମାର ଲେଖିଛନ୍ତି, ଟ୍ରେଲର୍‌ ଦେଖିଲୁ। ପୁରା ପରିବାର ଆଖିରେ ଲୁହ ଆସିଗଲା। କିଛି ସମୟ ଦୃଶ୍ୟରେ ହ୍ରିତିକ୍‌ ନୁହଁନ୍ତି ବରଂ ମୁଁ ଥିଲି ବୋଲି ଲାଗିଲା। ସଂଘର୍ଷ ବେଳର ସେ ସମୟ ମନେ ପଡ଼ିଗଲା। ଖରାପ ପରିସ୍ଥିତିରେ ଛାତ୍ରମାନଙ୍କୁ ପଢ଼ାଇବା ଆଦି। ଏଥିଲାଗି ସମସ୍ତ ଟିମ୍‌କୁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି।

ନିକଟରେ ଚଳଚ୍ଚିତ୍ରର ଅନେକ ପୋଷ୍ଟର ରିଲିଜ କରାଯାଇଥିଲା। ତେବେ ଏହା ଜାନୁୟାରୀ ୨୦୧୯ରେ ପରଦାକୁ ଆସିବ ବୋଲି ଶୁଣିବାକୁ ମିଳୁଥିଲା। ମାତ୍ର ତାହା ହୋଇପାରି ନ ଥିଲା। ଏହାପରେ ଜୁଲାଇ ୨୬ରେ ଫିଲ୍ମକୁ ରିଲିଜ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ହେଲେ କଙ୍ଗନା ରାଣାଓ୍ବତ୍‌ଙ୍କ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ରିଲିଜ ଡେଟ୍‌ ଥିବା ଯୋଗୁ ଏପରି କରା ନ ଯାଇ ଜୁଲାଇ ୧୨ରେ ଫିଲ୍ମ ରିଲିଜ ହେବା ନେଇ ନିର୍ଧାରିତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ ଏବଂ ଅନୁରାଗ କଶ୍ୟପ। ଟ୍ରେଲର୍‌ରୁ ଦର୍ଶକଙ୍କ ମନ କିଣୁଥିବା ‘ସୁପର-୩୦’ ପରଦା ଉପରେ କି କମାଲ କରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ଐଶ୍ଚର୍ଯ୍ୟାଙ୍କୁ କରୋନା

କରୋନା ଭାଇରସ ଏବେ ଦେଶରେ କାୟା ବିସ୍ତାର କରିଛି। ବର୍ତ୍ତମାନ ସାଧାରଣ ଲୋକଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମଧ୍ୟ କରୋନା ଚିନ୍ତା ଘାରିଛି। ଜଣେ...

‘୪ ବର୍ଷରେ ଟଙ୍କାଟିଏ ବି ରୋଜଗାର କରିନାହିଁ’

ବମ୍ବେ: କରୋନା ମନୋରଞ୍ଜନଜଗତ ସହ ଜଡ଼ିତ କଳାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ମହାମାରୀକୁ ନେଇ କଟକଣା କାରଣରୁ ଅନେକ ଫିଲ୍ମର ଶୁଟିଂ ଅଟକି ରହିଥିବା ବେଳେ...

ସିନେମା ଫ୍ଲପ୍‌ ନାୟିକା ହିଟ୍‌

ପରିଣିତି ଚୋପ୍ରା। ସ୍କୁଲ ହେଉ କି କଲେଜ କ୍ୟାରିୟରରେ ସେ ନିଜକୁ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ କରାଇ ପାରିଥିଲେ। ତା’ ସହ ଶ୍ରେଷ୍ଠ...

ବିବାହର ୪ ବର୍ଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରାକ୍ଷୀଙ୍କ ପୂର୍ବ ପ୍ରେମିକ

ବମ୍ବେ: ବିବାହର ଚାରି ବର୍ଷ ପରେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କ ପୂର୍ବ ପ୍ରେମିକ ପୂର୍ବ ପ୍ରେମିକ ତଥା ଅଭିନେତା ଅଭିଶେକ...

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା...

ଅଭିନେତା ଅନୁପମ ଖେରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ଇଣ୍ଡଷ୍ଟ୍ରିର ଉଚ୍ଚକୋଟୀର ତାରକା ଭାବେ ଜଣାଶୁଣା। ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଆଜି ଅନୁପମ ତାଙ୍କର ୬୮ତମ...

ନିର୍ମାଣ ହେବ ଶେଫ ସଞ୍ଜିବ କପୁରଙ୍କ ବାୟୋପିକ

ମୁମ୍ବାଇ: ଶେଫ ସଞ୍ଜିବ କପୁରଙ୍କ ଶୋ’ ‘ସଞ୍ଜିବ କପୁରର୍ସ କିଚେନ’କୁ ସମସ୍ତେ ଅଳ୍ପ ବହୁତେ ମନେ ରଖିଥିବେ ନିଶ୍ଚୟ । ଟେଲିଭିଜନର ଏହା ଏକ ଲୋକପ୍ରିୟ...

ରାମ ଅବତାରରେ ପ୍ରଭାସ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବେଠାରୁ ଚର୍ଚ୍ଚା ଚାଲିଛି । ଏଥିରେ ସବୁଠାରୁ ଭିନ୍ନ କ୍ୟାରେକ୍ଟରରେ ପ୍ରଭାସଙ୍କୁ...

Advertisement
Archives

Model This Week