ନିଜ ଭୂମିକାରେ ହ୍ରିତିକ୍‌ଙ୍କୁ ଦେଖି ଭାବବିହ୍ବଳ ହେଲେ ଆନନ୍ଦ କୁମାର: କହିଲେ ‘ସୁପର-୩୦’ ଟ୍ରେଲର ପୁରା ପରିବାରକୁ କନ୍ଦାଇ ଦେଲା

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର ପରଦାକୁ ଆସିଛି। ଦର୍ଶକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ଟୁଇଟରରେ ପ୍ରତିକ୍ରିୟା ରଖି ହ୍ରିତିକ୍‌ଙ୍କ କାମର ପ୍ରଶଂସା କରୁଛନ୍ତି। ଚଳଚ୍ଚିତ୍ରଟି ବିହାରରେ କୋଚିଂ ସେଣ୍ଟର ଚଳାଉଥିବା ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ। ତେବେ ଆନନ୍ଦ କୁମାର ପରିବାର ସହ ଟ୍ରେଲରକୁ ଦେଖିବା ସହ ହ୍ରିତିକ୍‌ଙ୍କ ଅଭିନୟର ଭୂରି ପ୍ରଶଂସା କରିଛନ୍ତି।

ନିଜ ଟୁଇଟର ପୃଷ୍ଠାରେ ଆନନ୍ଦ କୁମାର ଲେଖିଛନ୍ତି, ଟ୍ରେଲର୍‌ ଦେଖିଲୁ। ପୁରା ପରିବାର ଆଖିରେ ଲୁହ ଆସିଗଲା। କିଛି ସମୟ ଦୃଶ୍ୟରେ ହ୍ରିତିକ୍‌ ନୁହଁନ୍ତି ବରଂ ମୁଁ ଥିଲି ବୋଲି ଲାଗିଲା। ସଂଘର୍ଷ ବେଳର ସେ ସମୟ ମନେ ପଡ଼ିଗଲା। ଖରାପ ପରିସ୍ଥିତିରେ ଛାତ୍ରମାନଙ୍କୁ ପଢ଼ାଇବା ଆଦି। ଏଥିଲାଗି ସମସ୍ତ ଟିମ୍‌କୁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି।

ନିକଟରେ ଚଳଚ୍ଚିତ୍ରର ଅନେକ ପୋଷ୍ଟର ରିଲିଜ କରାଯାଇଥିଲା। ତେବେ ଏହା ଜାନୁୟାରୀ ୨୦୧୯ରେ ପରଦାକୁ ଆସିବ ବୋଲି ଶୁଣିବାକୁ ମିଳୁଥିଲା। ମାତ୍ର ତାହା ହୋଇପାରି ନ ଥିଲା। ଏହାପରେ ଜୁଲାଇ ୨୬ରେ ଫିଲ୍ମକୁ ରିଲିଜ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ହେଲେ କଙ୍ଗନା ରାଣାଓ୍ବତ୍‌ଙ୍କ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ରିଲିଜ ଡେଟ୍‌ ଥିବା ଯୋଗୁ ଏପରି କରା ନ ଯାଇ ଜୁଲାଇ ୧୨ରେ ଫିଲ୍ମ ରିଲିଜ ହେବା ନେଇ ନିର୍ଧାରିତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ ଏବଂ ଅନୁରାଗ କଶ୍ୟପ। ଟ୍ରେଲର୍‌ରୁ ଦର୍ଶକଙ୍କ ମନ କିଣୁଥିବା ‘ସୁପର-୩୦’ ପରଦା ଉପରେ କି କମାଲ କରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?