ନିଜ ପାଇଁ ଟିକେ…

ସ୍ନେହ ପ୍ରେମ ଆଉ ଭଲପାଇବାର ପରଶ ଦେଇ ସମସ୍ତଙ୍କୁ ନିଜର କରିବାକୁ ସବୁବେଳେ ଚେଷ୍ଟା କରିଥାଏ ଗୃହିଣୀ। ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ଭିତରେ ସେ କିନ୍ତୁ ଭୁଲି ଯାଏ ନିଜକୁ । ହେଲେ ସତ କଥା ହେଲା ସମସ୍ତଙ୍କୁ ଭଲପାଇବାକୁ ହେଲେ ପ୍ରଥମେ ନିଜକୁ ଭଲପାଇବାକୁ ହୁଏ। ଏଥିପାଇଁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ବି ଜରୁରୀ…

ସବୁବେଳେ ପିଲାଙ୍କ ପାଇଁ କିମ୍ବା ଘର ଲାଗି ବିଭିନ୍ନ ପ୍ରକାରର କାମ କରିଥାନ୍ତି ଗୃହିଣୀ। ସମସ୍ତଙ୍କର ଭଲମନ୍ଦ ଖବର ବୁଝିବା ଭିତରେ ସେମାନେ କିନ୍ତୁ ନିଜ କଥା ପୂରା ଭୁଲି ଯାଇଥାନ୍ତି। ଏମିତି କି ନିଜର ଖିଆପିଆ କିମ୍ବା ସ୍ବାସ୍ଥ୍ୟର ଯତ୍ନ ନେବା ଯେ ଉଚିତ ଏକଥାକୁ ସମ୍ପୂର୍ଣ୍ଣ ଅବହେଳା କରିଥାନ୍ତି। ମାତ୍ର ନିଜେ ସୁସ୍ଥ ରହିଲେ ହିଁ ପରିବାର ସୁସ୍ଥ ରହିବ, ଜୀବନର ଏହି ଗୂଢ଼ ରହସ୍ୟକୁ ଭୁଲିବା ଉଚିତ ନୁହେଁ। ତେଣୁ ସବୁ କାମ ଭିତରେ ବି ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ନିଜର ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତୁ।
ନା କହିବା ଶିଖନ୍ତୁ:ଆବଶ୍ୟକ ହେଲେ ନିଜର ସୁବିଧା ପାଇଁ କେବେକେବେ ଭଦ୍ରଭାବରେ ନା କହିବା ଶିଖନ୍ତୁ। କାଳେ କେହି ଖରାପ ଭାବିବେ ବୋଲି ଚିନ୍ତା କରି ଆମେ ଅନେକ ସମୟରେ ସବୁକଥାକୁ ମୁଣ୍ଡପାତି ଗ୍ରହଣ କରି ନେଇଥାଉ। କିନ୍ତୁ ଏପରି କରିବା ଦ୍ୱାରା ଅନେକାଂଶରେ ନିଜପ୍ରତି ଅନ୍ୟାୟ ହୋଇଥାଏ।
ମଜା, ମସ୍ତି, ଖୁସି: ଜୀବନରେ କ୍ୟାରିୟର, ଦରମା କିମ୍ବା ଘରକାମ ବ୍ୟତୀତ ମଜା ମସ୍ତି ବି ଜରୁରୀ। ତେଣୁ ନିଜର ଖୁସିକୁ ବି ଗୁରୁତ୍ୱ ଦିଅନ୍ତୁ। ନିଜ ପସନ୍ଦ ଅନୁସାରେ କିଛି କାମ କିମ୍ବା ବୁଲାବୁଲି ଆଦି କରିବାକୁ ଭୁଲନ୍ତୁ ନାହିଁ। ଅବଶ୍ୟ ସବୁବେଳେ ଏ ଦିଗକୁ ଗୁରୁତ୍ୱ ଦେବା ଠିକ୍‌ ନୁହେଁ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ୟୁଜର ଖୁସି ମନାଇବାକୁ ଭୁଲନ୍ତୁ ନାହିଁ।
ନିଜ ପାଇଁ ସମୟ: ସୁସ୍ଥ ରହିବା ପାଇଁ ନିଜ ନିମନ୍ତେ କିଛି ସମୟ ବାହାର କରି ଯୋଗ ଓ ମେଡିଟେସନ୍‌ ନିଶ୍ଚୟ କରନ୍ତୁ। ଜୀବନର ସବୁଠୁ ଭଲ ଏବଂ ଅତି ଆପଣାର ସାଥୀ ହେଉଛି ଆପଣଙ୍କ ଶରୀର ଓ ମନ। ତେଣୁ ଏହି ଦୁଇଟିର ଯତ୍ନ ନେବାକୁ ଯୋଗ ଏବଂ ମେଡିଟେସନ୍‌ ହିଁ ସର୍ବୋତ୍ତମ ଉପାୟ। ଥକ୍କାପଣ କିମ୍ବା ଡିପ୍ରେସନରୁ ଏହା ରକ୍ଷା କରିଥାଏ। ଆଉ ଶରୀର ତଥା ମନ ସୁସ୍ଥ ରହିଲେ ହିଁ ଆପଣ ଉର୍ଜାସମ୍ପନ୍ନ ହୋଇ ଅଧିକ କାମ କରିପାରିବେ।
ତୁଳନା କରନ୍ତୁ ନାହିଁ: କାହା ସହିତ ନିଜକୁ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ। ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। ନିଜର ସବୁ ସଫଳତାକୁ ମନେପକାନ୍ତୁ, ଯାହାଫଳରେ ଆପଣ ଖୁସିରେ ରହିପାରିବେ। ତା’ ଛଡ଼ା ବାସ୍ତବତାକୁ ସ୍ବୀକାର କରନ୍ତୁ ଏବଂ ନିଜ ପରିସ୍ଥିତି ଓ ଯୋଗ୍ୟତାଠାରୁ ବହୁତ ଅଧିକ ପାଇବାର ଇଚ୍ଛା ରଖନ୍ତୁ ନାହିଁ।
ନିଜକୁ କ୍ଷମା ଦିଅନ୍ତୁ: କୌଣସି କାରଣରୁ ଆପଣ ଯଦି ଭୁଲ୍‌ କରି ଦେଇଛନ୍ତି ତେବେ ସେକଥା ଭାବି ସାରା ଜୀବନ ପଶ୍ଚାତ୍ତାପ କରିବା ଠିକ୍‌ ନୁହେଁ। ସେହି ଭୁଲ୍‌ ପାଇଁ ଦୁଃଖରେ ଭାଙ୍ଗିପଡ଼ିଲେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ। ତେଣୁ ସେହି ଭୁଲ୍‌ରୁ ଶିକ୍ଷାଲାଭ କରି ନିଜ ଭୁଲ୍‌କୁ ସୁଧାରି ନିଅନ୍ତୁ। ଆଉ ନିଜର ଭୁଲ୍‌ ପାଇଁ ପ୍ରଥମେ ନିଜକୁ କ୍ଷମା ଦେଇ ଆଗକୁ ପୁଣି ଥରେ କାମ କରିବା ପାଇଁ ଚେଷ୍ଟା କରନ୍ତୁ।
ସମସ୍ତଙ୍କ ସ୍ନେହ ଆଦର: ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ତେଣୁ ସମସ୍ତେ ଯେ ଆପଣଙ୍କୁ ଭଲପାଇବେ ଏପରି ଆଶା କରନ୍ତୁ ନାହିଁ। ଆପଣଙ୍କର ଯଥାସମ୍ଭବ ପ୍ରୟାସ ପରେ ବି ଯଦି କେହି ଆପଣଙ୍କୁ ଗ୍ରହଣ କରି ପାରୁ ନାହାନ୍ତି ତେବେ ମନ ଦୁଃଖ କରନ୍ତୁ ନାହିଁ। ଯଦି ସବୁ ସ୍ଥାନରେ ସମସ୍ତଙ୍କୁ ଖୁସି କରିବାକୁ ଚାହୁଁଥିବେ ତାହା ଏକ ଅସମ୍ଭବ କାମ ବୋଲି ଜାଣି ରଖନ୍ତୁ। ତେଣୁ ସମସ୍ତଙ୍କୁ ଖୁସିରେ ରଖିବା ଚିନ୍ତାରେ ଆପଣ ନିଜର ସବୁ ଖୁସିକୁ ଜଳାଞ୍ଜଳି ଦିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି...

ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା; ଜାଣନ୍ତୁ କିଭଳି ପ୍ରସ୍ତୁତ କଲେ ମିଳିବ ଅଧିକ ଲାଭ

କରୋନା ସଂକ୍ରମଣ କମ୍‌ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହି ମାରାତ୍ମକ ରୋଗ ଉପରେ ରୋକ୍‌ ଲଗାଯାଇପାରୁନାହିଁ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ...

କିଡ୍‌ନୀ ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ବିଶେଷ କରି କିଡ୍‌ନୀ ସମସ୍ୟା ଏବେ ଚିନ୍ତାର କାରଣ...

ଉତ୍ତମ ପରିବେଶ ପାଇଁ…

ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ।...

ଇନ୍‌ଫେକ୍‌ଶନ ବଢ଼ାଏ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ରୋଗ ପାଲଟି ଗଲାଣି। ପ୍ରାରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇଲେ ତାହା ନିୟନ୍ତ୍ରଣରେ ରହିଥାଏ। ଯଦି...

ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ

ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍‌...

ସ୍ତନ କର୍କଟ ଆଶଙ୍କା ବଢ଼ାଉଛି ବାୟୁ ପ୍ରଦୂଷଣ

ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ...

ଡାଇବେଟିସ୍‌ ହୋଇପାରେ ଆଲ୍‌ଜିମର୍ସର କାରଣ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆମକୁ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ତା’...

Advertisement
Archives

Model This Week