Posted inଜାତୀୟ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ ଜଗବୀର ସିଂହ ରାଣା(୫୦)ଙ୍କ ସୋମବାର ଆଜାଦପୁର ରେଲଓ୍ବେ ଟ୍ରାକର ୭ନଂ ସିଗ୍‌ନାଲରେ ଡ୍ୟୁଟି ରହିଥିଲା। ରାତି ସାଢ଼େ ୯ଟାରେ ଟ୍ରାକର ଦୁଇ ପାର୍ଶ୍ୱରେ ଗ୍ରୀନ ସିଗ୍‌ନାଲ ରହିଥିବା ବେଳେ  ସେହି ସମୟରେ ଗୋଟିଏ ଟ୍ରେନ ଦିଲ୍ଲୀରୁ ଅମ୍ବାଲା ଯାଉଥିଲା। ଠିକ୍‌ ସେହି ସମୟରେ ଅନ୍ୟ ଟ୍ରେନ୍‌ଟି କାଲ୍‌କାରୁ ନୂଆଦିଲ୍ଲୀ ଆଡ଼କୁ ଆସୁଥିଲା। ସେହି ସମୟରେ ଟ୍ରାକ ଉପରେ ଦୁଇ ତିନି ଜଣ ଛୁଆ ଓ ମହିଳା ରାସ୍ତା ପାର କରୁଥିବା ଦେଖି ଜଗବୀର ତାଙ୍କୁ  ପାଟି କରିଥିଲେ। ହେଲେ ଟ୍ରେନର ଶବ୍ଦରୁ ସେମାନଙ୍କୁ ଜଗବୀରଙ୍କ କଥା ଶୁଣାଯାଇନଥିଲା। ପରେ ଜଗବୀର ତାଙ୍କ ନିକଟକୁ ଦୌଡ଼ି ଯାଇ ସେମାନଙ୍କୁ ଅନ୍ୟ ଟ୍ରାକକୁ ଧକ୍କା ଦେଇଥିଲେ, ହେଲେ ନିଜକୁ ବଞ୍ଚାଇପାରିନଥିଲେ। ଟ୍ରାକରେ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ

ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍‌ ଶରଦ ପାୱାର...

ତିରୁପତି ମନ୍ଦିରରୁ ହଟିଲେ ୪ ଅଣହିନ୍ଦୁ କର୍ମଚାରୀ, ପଛରେ ରହିଛି ଏହି କାରଣ…

ଅମରାବତୀ,୧୯ା୭: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ (TTD) ମନ୍ଦିର ଅନ୍ୟ ଧର୍ମ ପାଳନ କରୁଥିବା ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହି କର୍ମଚାରୀମାନଙ୍କ...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: କୋର୍ଟ ନ ହେଲେ ଜାମିନ

ନୂଆଦିଲ୍ଲୀ,୧୯ା୭(ପି.ଟି.):ସ୍ବତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ...

ଗୁଗଲ୍‌-ମେଟାକୁ ED ଛାଟ: ଏବେ ଏହି ୨ କମ୍ପାନୀକୁ ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ,୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ...

୨ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ୍‌, ହଠାତ୍‌ ଚାକିରି ଛାଡ଼ିଦେଲେ ଏହି ଅଫିସର: ଦେଶରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୭: ଇଡି ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ସେହି ଇଡି ଅଧିକାରୀ ଯିଏ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲେ। କପିଲ...

୪ ବର୍ଷର ଝିଅକୁ ବଳାତ୍କାର କଲେ ସ୍କୁଲ ଭ୍ୟାନ୍‌ ଡ୍ରାଇଭର୍‌: ଅଭିଯୋଗ କରିବାରୁ ମିଳିଲା…

ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ସ୍କୁଲକୁ ନେଇ ଯାଉଥିବା ସମୟରେ ଜଣେ ଭ୍ୟାନ ଡ୍ରାଇଭରଙ୍କ ଦ୍ୱାରା ୪ ବର୍ଷର ଶିଶୁ କନ୍ୟା ସହିତ ବଳାତ୍କାର...

ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: PoKରେ ଖୋଳିଖୋଲି ବୁଲୁଛନ୍ତି ମାସୁଦ ଆଝାର

ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍‌ଗିଟ-ବାଲଷ୍ଟାନ୍‌ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍‌ରେ ଥିବା...

ରାତିରେ ଶୋଇଥିଲେ ଭାଜପା ନେତା, ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଭୋପାଳ, ୧୯ା୭:ମଧ୍ୟପ୍ରଦେଶର ମନ୍ଦସୌର ଜିଲାରେ ଶ୍ୟାମଲାଲ ଧାକଡ଼ (୪୫) ନାମକ ଜଣେ ଭାଜପା ନେତା ନିଜ ଘରେ ଶୋଇଥିବା ସମୟରେ ତାଙ୍କୁ ଜଣେ ଅଚିହ୍ନା ଆକ୍ରମଣକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri