ନିଜ ଗାତରେ ଚାଇନା

ସମ୍ପାଦକୀୟ/ତଥାଗତ ସତପଥୀ
ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍‌ ଠାବ ହୋଇସାରିଲାଣି। ଏହାକୁ ଥର୍ମୋ ନ୍ୟୁକ୍ଲିୟର ପାଣ୍ଡେମିକ୍‌ ସହ ବୈଜ୍ଞାନିକମାନେ ତୁଳନା କରୁଛନ୍ତି। ଏହି ଭୂତାଣୁକୁ ନିୟନ୍ତ୍ରଣକୁ ଆଣିବା ଲାଗି ଚାଇନା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କହୁଛି। ଏଭଳି ଦୃଢ଼ୋକ୍ତି ପ୍ରକାଶ କରୁଥିବା ଚାଇନା ନିଜକୁ ଏକ ସନ୍ଦେହରେ ପକାଉଛି। ବିଶ୍ୱବ୍ୟାପୀ ଆଲୋଚନା ହେଲାଣି ଯେ, ଏହି ସଂକ୍ରାମକ ଭୂତାଣୁ ହୁଏତ ଏକ ମିଲିଟାରୀ ଗବେଷଣା ଅନ୍ତର୍ଭୁକ୍ତ ଥିଲା। ଆମେରିକା ଗଣମାଧ୍ୟମ କହିବା ଅନୁଯାୟୀ, ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଜୈବିକ ଯୁଦ୍ଧାସ୍ତ୍ର ବା ବାୟୋଲୋଜିକାଲ ଓି୍ବପନ୍‌ ପ୍ରସ୍ତୁତ କରାଯାଉଥିଲା। ସମ୍ଭବତଃ କୌଣସି ଏକ ଦୁର୍ଘଟଣା କ୍ରମେ ଏହି ଗବେଷଣାଗାରରୁ ଭୂତାଣୁ ପଦାକୁ ବାହାରି ଆସିଛି। ପ୍ରଥମେ ଚାଇନାର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଗଲା ଯେ, ସବୁପ୍ରକାର ଜୀବଜନ୍ତୁ ଖାଉଥିବା ଚାଇନାବାସୀ ହୁଏତ ସେଥିମଧ୍ୟରୁ କାହାଠାରୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ମଣିଷ ଦେହରେ ସେହି ଭୂତାଣୁ ସକ୍ରିୟ ହେବା ପରେ ତାହା କରୋନା ଭାଇରସ୍‌ ରୂପ ଧାରଣ କରିଥିଲା। ଏବେ ଚାଇନାର ସେହି କାହାଣୀ ବିଶ୍ୱବ୍ୟାପୀ କାହାରି ବିଶ୍ୱାସଯୋଗ୍ୟ ହେଲାନାହିଁ। ବିଭିନ୍ନ ଦେଶ ଏବେ ଚାଇନାକୁ ଓ ଚାଇନାଠାରୁ ବିମାନସେବା ବନ୍ଦ କରିବା ସହିତ କୌଣସି ଚାଇନା ସାମଗ୍ରୀ ଆମଦାନୀ ବନ୍ଦ କରିଦେବା ଫଳରେ ତା’ର ଅର୍ଥନୈତିକ ସ୍ଥିତି ପ୍ରଭାବିତ ହୋଇଛି। ସେହି ଭୟରେ ଚାଇନା ଏବେ କହୁଛି, କରୋନା ଭୂତାଣୁ ରୋକିବାରେ ନିଜେ ଦାୟିତ୍ୱ ନେବ। ଏଥିରୁ ସ୍ପଷ୍ଟ ବୁଝାପଡୁଛି, ପରୀକ୍ଷାଗାରରେ ଦୁର୍ଘଟଣା ଘଟିଲେ ଚାଇନା ପାଖରେ ତାହାର ଗଦ ବା ପ୍ରତିଷେଧକ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ୧୦ ଦିନ ମଧ୍ୟରେ କରୋନା ଭାଇରସ୍‌ ରୋକିବା ପାଇଁ ହସ୍ପିଟାଲ ନିର୍ମାଣ ହୋଇଥାଇପାରେ, କିନ୍ତୁ ରୋଗୀ ପାଇଁ ଆଜି ପର୍ଯ୍ୟନ୍ତ ଔଷଧ ବାହାରିପାରି ନାହିଁ। ଏଇ ଖିଅରୁ ଆଉ ପାଦେ ଆଗକୁ ଗଲେ ବୁଝାପଡିବ ଯେ, ଜୈବିକ ଯୁଦ୍ଧାସ୍ତ୍ର ଗବେଷଣା ଓ ବିକଶିତ କରୁଥିବା ଦେଶଗୁଡ଼ିକ ସମଗ୍ର ମାନବଜାତି ପାଇଁ ବିପଦ।
ଭାରତରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ ପଟେ ପାକିସ୍ତାନ ଭଳି ପିମ୍ପୁଡ଼ି ଦେଶକୁ ଶତ୍ରୁ ଭାବେ ଚିତ୍ରଣ କରୁଥିବା ବେଳେ ଅନ୍ୟପଟେ ଏକଚ୍ଛତ୍ରବାଦୀ ଚାଇନାର ସବୁ କାର୍ଯ୍ୟକୁ ଉଦାହରଣ ଭାବେ ଦର୍ଶାଇଥାଆନ୍ତି। ଚାଇନାକୁ ହୃଦୟରୁ ପ୍ରଶଂସା କରୁଥିବା ଏହି ଗୋଷ୍ଠୀ ସବୁବେଳେ ସେହି ସରକାରର ଅଗଣତାନ୍ତ୍ରିକ ପଦ୍ଧତିରେ କେଉଁଭଳି ଦେଶ ଉନ୍ନତ ହେଉଛି ତାହା ଉଲ୍ଲେଖ କରିଥାଆନ୍ତି।
ଶେଷରେ ଏତିକି କହିହେବ ଯେ, ଚାଇନା ଭଳି ମହାବଳିଆ ଦେଶକୁ ଏକ ଅଦୃଶ୍ୟ ଭୂତାଣୁ ଦ୍ୱାରା ଆଣ୍ଠେଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri