ନିଜେ ରକତ୍‌ ଦେଇ ଗରଭ୍‌ବତୀକଁର ଜୀବନ୍‌ ବଁଚାଲେ ଡାକ୍‌ତର

 

ମନମୁଣ୍ଡା, ୧୮।୨ (ଡି.ଏନ୍‌.ଏ.)-
‘ରକତ୍‌ ଦାନ ମହତ୍‌ ଦାନ’ ଇ ନାରା ଦେଇ ସମାଜରେ ଲୁକ୍‌କୁ ସଚେତନ କରାଯାଉଛେ। ଅନେକ ଜାଗାରେ ରକ୍‌ତ ଦାନ ଶିବିରର ବି ଆୟୋଜନ ହେଉଛେ। ହେଲେ ଆଏଜ୍‌ ବି ଆମର ରାଏଜେ ଅନେକ ଗରିବ୍‌ ଦୁଖି ଦରକାର ସମିଆରେ ରକତ୍‌ ଅଭାବୁ ଜୀବନ୍‌ ମରନ୍‌ ସମସିଆରେ ଯୁଝୁଛନ୍‌। ହେଲେ ଇ ନାରାକେ ସତ୍‌ କରି ଦେଖେଇଛନ୍‌ ଝନେ କାର୍ଯ୍ୟରତ ଡାକ୍‌ତର।
ସୂଚନା ଅନ୍‌ସାରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାଯ୍‌ କରୁଛନ୍‌ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା.ମନୋଜ କୁମାର ନାୟକ। ରଇବାର ମନମୁଣ୍ଡା ଥାନା ବାର୍ଡୋଲ ଗଁାର ନରେନ୍ଦ୍ର ଜାଲ ଗୁରୁତର ଅବସ୍‌ତାରେ ତାକର ଗରଭ୍‌ବତୀ ମାଏକିନା ବ୍ରଜେଶ୍ୱରୀ(୪୦)କୁଁ ମନମୁଣ୍ଡା ଡାକ୍‌ତରଖାନାରେ ଭରତି କରିଥିଲେ। ଡା.ନାୟକ ପରୀକ୍ଷା ନିରୀକ୍ଷା ଉତାରୁ ମା’ର ପେଟେ ଛୁଆଟା ମରିଯାଇଥିବାର ଜାନବାକେ ପାଇଥିଲେ। ସେ ସମିଆରେ ମହିଲାକଁର ଶରୀର ଫୁଲି ଯାଇଥିଲାବେଲେ ବି.ପି. ୨୦୦ ରହିଥିଲା। ଗରଭବତୀ ମହିଲାକଁର ଜୀବନ୍‌ ଉପରେ ବିପଦ ରହିଥିଲା। ଇଆଡ଼େ ଡାକ୍‌ତରଖାନାରେ ସାଜୋସାମାନ ଅଭାବୁ ଡାକ୍‌ତର ବ୍ରଜେଶ୍ୱରୀକୁଁ ବଡ଼ ଡାକ୍‌ତରଖାନାକେ ନେବାକେ ନରେନ୍ଦ୍ରକୁଁ ପରାମଶ ଦେଇଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଲୋକ୍‌। ସେ ଟଁକା ପଏସା ଅଭାବୁ ଉନିଆ କେନ୍‌କେ ନେବାକେ ଅରାଜି ହେବାର ସଂଗେ ଡାକ୍‌ତରକୁଁ ଯାହା ବି ହେଉ ଇଠାନେ ଆପନ୍‌ ଚିକିଛା କରୁନ୍‌ ବଲି ଗୁହାରି କରିଥିଲେ। ଶେଷେ ଡା.ନାୟକ ମନମୁଣ୍ଡା ଡାକ୍‌ତରଖାନାରେ ବ୍ରଜେଶ୍ୱରୀକଁର ନରମାଲ ଡେଲିଭରି କରେଇ ଗୁଟେ ମଲା ଛୁଆ ବାହାର କରିଥିଲେ। ହେଲେ ବହୁତ୍‌ ରକତ୍‌ ପଲେଇ ଯିବାର ଲାଗି ବ୍ରଜେଶ୍ୱରୀ ଦୁରବଲ ହେଇଯାଇଥିଲେ। ଏନ୍‌ତା କି ତାହାକୁ ନିହାତି ରକତ୍‌ ଦେବାର ଦରକାର ପଡ଼ିଥିଲା। ଡା.ନାୟକ ନରେନ୍ଦ୍ରକୁଁ (ଠ+) ରକତ୍‌ ୨ ୟୁନିଟ୍‌ ଯୁଗାଡ଼ କରବାକେ କହିଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଆର ଗଁଲିଆ ଲୋକ୍‌ ହେଇଥିବାର ଲାଗି ରକତ୍‌ ଯୁଗାଡ଼ ପରି ନାଇଁପାରଲେ। ଏନ୍‌ତାଥି ଡା.ନାୟକ ସୁବର୍ଣ୍ଣପୁର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଇ ନିଜେ ୨ ୟୁନିଟ୍‌ (ଏବି+) ରକତ୍‌ ଦେଇ ବଦଲାରେ ୨ ୟୁନିଟ୍‌ (ଠ+) ରକତ୍‌ ଆନି ବ୍ରଜେଶ୍ୱରୀକୁଁ ଦେଇଥିଲେ। ଏହେଦେ ବ୍ରଜେଶ୍ୱରୀକଁର ଅବସ୍‌ତା ଗୁଟେ ପରକାର ଠିକ୍‌ ଥିଲାବେଲେ ତାହାକୁ ଆହୁରି ୨ ୟୁନିଟ୍‌ ରକତ୍‌ ଦରକାର ଅଛେ ବଲି ଡା.ନାୟକ କହିଛନ୍‌। ଇ ଘଟନାଟା ଏହେଦେ ଅଂଚଲରେ ଗୁଟେ ଚରଚାର ବିଷେ ହେଇଥିଲାବେଲେ ଡା.ନାୟକକଁର ଇ ମହତ୍‌ କାଯ୍‌କେ ସଭେ ପରଶଁସା କରୁଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରଣସ୍ଥଳରୁ ମିଳିଲା ମଣିଷ କଙ୍କାଳ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣର ତୃତୀୟ ଦିନରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି...

ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାମ ଘୋଷଣା କରିଛି। ପୂର୍ବାହ୍ନରେ ମଧୁସ୍ମିତା...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ୨୦ ଭିତରେ ସଂକ୍ରମଣ ରହୁଥିବାବେଳେ ଗୁରୁବାର ତାହା ବଢି ୪୧ରେ...

୮ରେ ଦାନାବାନ୍ଧିବ ବାତ୍ୟା

ଭୁବନେଶ୍ୱର,୭ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶନିବାର ଏହା ଅବପାତ (ଡିପ୍ରେସନ)ରେ ପରିଣତ...

ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ

କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍‌.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍‌ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼...

କରୋନାରେ ଏଏସ୍‌ଆଇଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୯ (ବ୍ୟୁରୋ): କରୋନାରେ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ଜଣେ ଏଏସ୍‌ଆଇ ଶିଶିର କୁମାର ସେଠୀ(୪୫)ଙ୍କ ଜୀବନ ଦୀପ ଲିଭିଯାଇଛି। ତାଙ୍କ ଘର କଟକ ସଦର ଥାନା...

ଶୁଆ ଶାବକଙ୍କ ପ୍ରତି ବଢ଼ୁଛି ନିଷ୍ଠୁରତା, ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆଖି ଠିକ୍‌ ଭାବେ ଫିଟି ନାହିଁ। ଦେହରେ ପର ବି ସମ୍ପୂର୍ଣ୍ଣ ଲାଗି ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ମା’ ମୁହଁରୁ ଖାଦ୍ୟ, ଆଉ ସ୍ନେହକୁ...

ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍‌ ଲୋକାର୍ପିତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ...

Advertisement
Archives

Model This Week