ନିଆରା ଖଳନାୟକ ଶୁଭେନ୍ଦୁ

ଓଡ଼ିଆ ଯାତ୍ରାଜଗତର ଜଣେ ନିଆରା ଖଳନାୟକ ଭାବରେ ଶୁଭେନ୍ଦୁ ଚୌଧୁରୀ ବେଶ୍‌ ଜଣାଶୁଣା। ତାଙ୍କର ଗେଟ୍‌ଅପ୍‌, ଚାହାଣି ପୁଣି ଗମ୍ଭୀର ଗଳାର ଆଓ୍ବାଜ୍‌ ତାଙ୍କର ଖଳନାୟକୀକୁ ଏକ ସ୍ବତନ୍ତ୍ର ଅନ୍ଦାଜ ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନି। ସେଥିପାଇଁ ଶୁଭେନ୍ଦୁ ନିଜର ଏକ ସ୍ବତନ୍ତ୍ର ଦର୍ଶକ ଗୋଷ୍ଠୀ ତିଆରି କରିପାରିଛନ୍ତି। ଚୌଦ୍ୱାର ନିକଟସ୍ଥ କୁମାରପୁରଠାରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ପ୍ରଥମେ ୧୯୯୩ ମସିହାରେ ଆସନ୍ତି ଯାତ୍ରାକୁ। ବୁଦ୍ଧେଶ୍ୱରୀ ଗଣନାଟ୍ୟରେ ଜଣେ ଯୁବ ଖଳ ଅଭିନେତା ଭାବେ ଯୋଗଦେଇ ସେ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରନ୍ତି। ପିଲାଟିବେଳୁ ଯାତ୍ରା, ସିନେମା, ଥିଏଟର ଆଦି ଦେଖିବାରେ ରୁଚି ଥିଲା। ଗଁାରେ ହେଉଥିବା ଡ୍ରାମାରେ ମଧ୍ୟ ସେ ଅଭିନୟ କରି ବାହାବା ସାଉଣ୍ଟୁଥିଲେ। ତାଙ୍କର ଇଚ୍ଛା ଥିଲା ସିନେମାକୁ ଯିବା ପାଇଁ। ସେଥିଲାଗି ସେ ଖ୍ୟାତନାମା ନିର୍ଦ୍ଦେଶକ ଦିବଂଗତ ମହମ୍ମଦ ମହସିନଙ୍କ ନିକଟକୁ ଯିବାଆସିବା କରୁଥିଲେ। ମହସିନଙ୍କ ସହିତ ଶୁଭେନ୍ଦୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ମହସିନଙ୍କୁ ବୁଦ୍ଧେଶ୍ୱରୀ ଗଣନାଟ୍ୟର ଏକ ନାଟକରେ ନିର୍ଦ୍ଦେଶନା ଦେବାକୁ ଡାକରା ଆସିଲା। ନାଟକଟି ଥିଲା ‘ପିନ୍ଧିଲି ସିନ୍ଦୂର ଭାଙ୍ଗିଲା ଶଙ୍ଖା’। ମହସିନ ପାର୍ଟିର ପ୍ରଯୋଜକଙ୍କୁ ଶୁଭେନ୍ଦୁଙ୍କ ବିଷୟରେ କହିଲେ। ତେବେ ପ୍ରଥମରୁ ଯାତ୍ରାକୁ ଯିବା ପାଇଁ ଅନିଚ୍ଛା ଥିଲା ଶୁଭେନ୍ଦୁଙ୍କର। ମହସିନ ତାଙ୍କୁ ବୁଝେଇଦେଲେ ଯେ, ଯାତ୍ରାର ସ୍ଥିତି କ୍ରମଶଃ ସୁଧୁରୁଛି। ଏଥିରେ ଭବିଷ୍ୟତ ଅଛି। ଶୁଭେନ୍ଦୁ ଯୋଗଦେଲେ ବୁଦ୍ଧେଶ୍ୱରୀ ଗଣନାଟ୍ୟରେ। ସେବେଠୁ ଆଉ ସେ ପଛକୁ ଚାହିଁ ନାହାନ୍ତି। ପରେ ପରେ ରାଜଶ୍ରୀ, ବାଘାଯତୀନ, ଶିବାନୀ, କଳିଙ୍ଗ, ଅପେରା ମା’ ତାରିଣୀ, ନଟରାଜ, ବିଶ୍ୱ ରଙ୍ଗମହଲ, ଇନ୍ଦ୍ରଭୁବନ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ନିଜ କଳାର ପ୍ରଦର୍ଶନ କରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ଫେରିଲେ କହିବି, କାଉ ରାବିଲାନି କା, ମୁଁ ତୋର କ’ଣ ହେବି, କୋଟିଏ ଝିଅରେ ଗୋଟିଏ ତୁ, ଛ’ ଖଣ୍ଡ କାଠରେ ହେବ ସବାରି, ଦୁର୍ଗା, ଜହ୍ନିଫୁଲ ଠୋ ଠା, ମୋ ବୟସ ଷୋହଳ ହେଲେ ତୋ ବୟସ କେତେ ଏବଂ ଆହୁରି ଅନେକ’। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଶୁଭେନ୍ଦୁଙ୍କର ଚଳିତବର୍ଷର ନାଟକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତମକଥା ଭାରି ମନେପଡୁଛି, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ ଏବଂ ବର୍ଷା ରାତିର ସାଥୀ। ମୁଖ୍ୟତଃ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଶୁଭେନ୍ଦୁ କହନ୍ତି, ତାଙ୍କ ବାପା ଶିଶିର କୁମାର ସାହୁ, ମା’ କାମିନୀବାଳା ସାହୁ ଏବଂ ଅଭିନେତ୍ରୀ ପତ୍ନୀ ଟିକିନାଙ୍କ ସମେତ ଗ୍ରାମବାସୀଙ୍କ ପ୍ରେରଣା ତାଙ୍କୁ ଏତେବାଟ ଟାଣି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ...

ଏହିସବୁ ଅଭିନେତ୍ରୀ ଦେଖିବାକୁ ଅବିକଳ ନିଜ ମା’ଙ୍କ ପରି

କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ମା’ କ୍ୟାମେରା ସାମ୍ନାକୁ ଆସି ନ ଥା’ନ୍ତି ସତ ମାତ୍ର ଝିଅମାନଙ୍କ ପଛରେ ସବୁ ସମୟରେ ରହିଥା’ନ୍ତି। ସେମାନଙ୍କୁ ବହୁ ସମର୍ଥନ...

ଏହି ଅଭିନେତ୍ରୀଙ୍କ ସ୍ବପ୍ନରେ ଆସିଲେ ସୁଶାନ୍ତ ସିଂ ରାଜପୁତ! କହିଲେ ତୁମ ପୁଅ ହୋଇ ଜନ୍ମ ନେବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ସହ ଥିବା ପୁରୁଣା...

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ...

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ

ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

୪୫ ବର୍ଷରେ ପାଦ ଦେଲେ ପ୍ରୀତି ଜିଣ୍ଟା: ୨ ଥର ନିଶ୍ଚିତ ମୁତ୍ୟୁ ମୁହଁରୁ ବଞ୍ଚିଥିଲେ

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଶୁକ୍ରବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର...


Coronavirus Update

Archives

Model This Week

Why Dharitri