Posted inଜାତୀୟ

ନିଆଁ ଲାଗିବା ପରେ ଭୁଶୁଡିଲା କାନ୍ଥ: ଉଦ୍ଧାର ବେଳେ ୨ ଦମକଳ କର୍ମଚାରୀ ମୃତ

ଶ୍ରୀନଗର,୧୨।୨: ଜମ୍ମୁର ତାଲାବ ତିଲୋ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଲଡିଂରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଶୁଡିପଡ଼ିଛି। ଏଥିରେ ୨ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତି ୩ଟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ। ସେହି ସମୟରେ ହଠାତ୍‌ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣ ଦମକଳ କର୍ମଚାରୀ ଓ ଦୁଇଜଣ ବ୍ୟକ୍ତି ସେହି ଭଗ୍ନାବଶେଷ ତଳେ ଚାପିହୋଇ ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକିବେଳେ ୨ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଉ ଅନ୍ୟ ଜଣେ ଦମକଳ କର୍ମଚାରୀ ଓ ୨ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ହେଲେ ଏବେ ବି ଆଉ ଜଣେ କର୍ମଚାରୀ ସେହି ଭଗ୍ନାବଶେଷ ତଳେ ଫସିରହିଥିବା କୁହାଯାଉଛି। ସେଥିପାଇଁ ଘଟଣାସ୍ଥଳରେ ଏବେ ବି ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ...

ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ

ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା...

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ...

ମାୟାବତୀଙ୍କ ଟୁଇଟ୍‌ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି…

ଲକ୍ଷ୍ନୌ, ୨୦।୯ : ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଏସପି...

ତ୍ରିପୁରା ବିଧାନସଭା ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ

ଅଗରତାଲା,୧୭।୬: ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ ହୋଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ...

କମଲା ହାରିସ୍‌ଙ୍କ ଅଜାଙ୍କ ଗ୍ରାମ ଉତ୍ସବମୁଖର

ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଯାଉଥିବାବେଳେ ତାଙ୍କ ରନିଂ ମେଟ୍‌ ତଥା ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ମାଆଙ୍କର ଭାରତରେ...

ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌: ୧୫ ମୃତ

ଭୋପାଳ,୯।୫: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବୋରାଡ ନଦୀ ବ୍ରିଜରୁ ମଙ୍ଗବଳାର ଏକ ଯାତ୍ରୀବାହୀ ବସ୍‌ ଖସିପଡିଛି। ଫଳରେ ୧୫ ଜଣଙ୍କର...

୪ ମନ୍ତ୍ରୀ ପଦ ଖାଲି: ଶିବରାଜଙ୍କ ଉପରେ ଚାପ ବଢ଼ିଲା

ଭୋପାଳ,୪।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ରବିବାର ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ...

Advertisement
Archives

Model This Week