Posted inଖେଳ

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ ଓ ପୁରୁଷରେ ଅଂଶୁ କୁମାର ଭୂୟଁା ଚାମ୍ପିୟନ ହୋଇଛନ୍ତି। ମହିଳା ଫାଇନାଲରେ ଅନମ ଗତଥରର ଚାମ୍ପିୟନ ଋତୁପର୍ଣ୍ଣା ଚୌଧୁରୀଙ୍କୁ ୭-୫, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଅନମଙ୍କ ପାଇଁ ଏହା ହେଉଛି ପ୍ରଥମ ସିଙ୍ଗଲ୍ସ ଟାଇଟଲ। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଂଶୁ ୬-୧, ୬-୨ ସେଟ୍‌ରେ କୁମାର ଅନୁରାଗ ସରନଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏହାକୁ ମିଶାଇ ଅଂଶୁ ମୋଟ ୫ ଥର ନାଲ୍‌କୋ ଓପନ ଜିତିଛନ୍ତି। ଅଜୟ କୁମାର ନିଶଙ୍କଙ୍କୁ ସାଥିକରି ସେ ଏଠାରେ ପୁରୁଷ ଡବଲ୍ସ ଟାଇଟଲ ମଧ୍ୟ ଜିତିଛନ୍ତି। ୧୪ ବର୍ଷରୁ କମ୍‌ ବାଳିକାରେ ନିମା ସାରା କିସ୍‌ପୋଟା, ୧୨ ବର୍ଷରୁ କମ୍‌ ବାଳକରେ ଲଳିତ ଟୁଡୁ ଓ ୧୬ ବର୍ଷରୁ କମ୍‌ ବାଳକରେ ଡି. ଆର୍ଯ୍ୟନ ସ୍ବାମୀ ଚାମ୍ପିୟନ ହୋଇଛନ୍ତି। ନାଲ୍‌କୋ ସିଏମଡି ଶ୍ରୀଧର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟାଟା ଷ୍ଟିଲ୍‌ (ଭୁବନେଶ୍ୱର) ଚିଫ୍‌ ରେସିଡେଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଦେବାଶିଷ ଜେନା, ଭୁବନେଶ୍ୱର ଜିଲା ଟେନିସ ଆସୋସିଏଶନ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫ମ ଉଇକେଟରେ ରେକର୍ଡ ଭାଗୀଦାରି

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ନିକୋଲାସ ପୁରନ ଓ କିରନ ପୋଲାର୍ଡ ୫ମ ଉଇକେଟ ଯୋଡ଼ିରେ ୧୩୫ ରନ ସଂଗ୍ରହ କରିଥିଲେ। ବାରବାଟୀ ଗ୍ରାଉଣ୍ଡରେ ୫ମ ଉଇକେଟରେ...

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

ପୁଣି ରାଗିଲେ ଧୋନୀ

ଦୁବାଇ,୧୪।୧୦: ଆଇପିଏଲ୍‌ ୨୦୨୦ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନାହିଁ। ଦଳ ୮ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ବିଜୟ ହାସଲ...

ବଲ୍‌ରେ ସାନିଟାଇଜର ଲଗାଇ ବୋଲିଂ କରିବାରୁ ବାସନ୍ଦ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୬।୯: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମୁହଁରେ ମାସ୍କ ପରିଧାନ କରିବା ସହିତ ହାତକୁ ସାନିଟାଇଜର ମାଧ୍ୟମରେ ସଫା ରଖିବାକୁ ବିଶ୍ୱ...

ଟୁର୍‌ ଡି ଫ୍ରାନ୍ସ: ୯ମ ଷ୍ଟେଜ୍‌ ସୁଦ୍ଧା ଜୁଲିଆନ ଆଗରେ

ପ୍ୟାରିସ୍‌, ୧୬।୭- ବିଶ୍ୱରେ ଅନୁଷ୍ଠିତ ହେଉଥିବା ତିନୋଟି ଗ୍ରାଣ୍ଡ ସାଇକ୍ଲିଂ ଟୁର୍‌ର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଟୁର୍‌ ଡି ଫ୍ରାନ୍ସର ୧୦୬ତମ ସଂସ୍କରଣ ଇତିମଧ୍ୟରେ ୯ମ...

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା।...

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ...

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି।...

Advertisement


Archives

Model This Week