ନାଲି ଶାଢ଼ୀରେ ମରାଠୀ ଲୁକ୍‌ରେ ନଜର ଆସିଲେ ଫାତିମା

ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖ୍‌ଙ୍କ ଏବେ ଅପ୍‌ କମିଂ ଫିଲ୍ମ ଆସିବାକୁ ଯାଉଛି। ଫାତିମାଙ୍କ ଅପ୍‌ କମିଂ ଫିଲ୍ମ ‘ ସୁରଜ ପେ ମଙ୍ଗଲ ଭାରି’ରେ ସେ ଜଣେ ମରାଠି ମହିଳା ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଥିବା ନିଜ ଲୁକ୍‌ର ପ୍ରଥମ ଫଟୋକୁ ଫାତିମା ଭାଲେଟାଇନ୍ସ ଡେ’ ଅବସରରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ‘ଏହି ମରାଠି ଝିଅ ସମସ୍ତଙ୍କ ଉପରେ ପଡ଼ିବ ଭାରି’। ଏହି ଫଟୋରେ ଫାତିମାଙ୍କୁ ନାଲି ଶାଢ଼ୀ ଓ ଚୁଡ଼ିରେ ଦେଖିବାକୁ ମିଳିଥିବା ବେଳେ ଏଥିରେ ସେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଫିଲ୍ମରେ ଫାତିମାଙ୍କ ସହ ମନୋଜ ବାଜପେୟୀ ଓ ଦିଲଜିତ ଦୋସାଞ୍ଝଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। ଅଭିଶେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୦ ଦଶକରେ ମୁମ୍ବାଇର ଏକ ପରିବାରର କାହାଣୀକୁ ନେଇ ଆଧାରିତ ହୋଇଛି। ପାରିବାରିକ କମେଡିକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ଚଳିତ ବର୍ଷର ଶେଷ ଆଡ଼କୁ ରିଲିଜ୍‌ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ...

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

କରନ୍‌ଙ୍କ ଉପରେ ରାଗିଗଲେ କଙ୍ଗନାଙ୍କ ଭଉଣୀ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ନିକଟରେ ପଦ୍ମଶ୍ରୀ ପୁରସ୍କାର...

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ...

ଆମିରଙ୍କ ଯୋଗୁ ବଲିଉଡ୍‌ରେ ହୁମାଙ୍କୁ ମିଳିଲା ସୁଯୋଗ

ମୁମ୍ବାଇ: ବଲିଉଡ୍‌ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ...

ଡିସେମ୍ବରରେ ଆଲିୟା-ରଣବୀରଙ୍କ ବାହାଘର

ମୁମ୍ବାଇ: ବଲିଉଡ୍‌ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ରଣବୀର କପୁର ଆଉ ଆଲିୟା ଭଟ୍ଟଙ୍କ ଫ୍ୟାନ୍‌ ତେବେ ଆପଣଙ୍କୁ ଏହି ଲାଟେଷ୍ଟ...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

ଜୋର୍‌ କା ଝଟ୍‌କା

ଚଳିତ ମାସ ୨୦ରେ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍‌ କା ଝଟ୍‌କା’। କମେଡିଭିତ୍ତିକ ଏହି ଫିଲ୍ମଟିର କାହାଣୀରେ ଏଭଳି ମସଲା ରହିଛି, ଯାହା...

Coronavirus Update


Archives

Model This Week

Why Dharitri