Posted inଜାତୀୟ

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ରୁ ୨୦୦୫ ମଧ୍ୟରେ ବାରମ୍ବାର ବଳାତ୍କାର କରାଯାଇଥିବା ଅଭିଯୋଗ ୨ ଭଉଣୀ କରିଥିଲେ। ଏନେଇ ୨୦୧୩ରେ ମାମଲା ଦାଏର ହୋଇଥିଲା। ୫୦ ଜଣ ଲୋକଙ୍କୁ ଏହି ମାମଲାରେ କୋର୍ଟରେ ପଚରାଉଚରା କରାଯାଇଥିଲା। ସ୍ଥାନୀୟ ଲାଜପୋର୍‌ ଜେଲ୍‌ରେ ବାରାକ୍‌ ନମ୍ବର ୬ରେ ଏବେ ନାରାୟଣ ସାଇ ରହୁଛନ୍ତି। ତାଙ୍କୁ ୧୭୫୦ ନମ୍ବର କଏଦୀ ଭାବେ ଅଭିହିତ କରାଯାଇଛି। ଏଣିକି କେବଳ କଏଦୀ ନମ୍ବର ଦ୍ୱାରା ନାରାୟଣଙ୍କୁ ଜେଲରେ ପରିଚିତି ମିଳିବ। ତାଙ୍କ ଯୋଗ୍ୟତା ଆଧାରରେ କାମ ମଧ୍ୟ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

୧୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହସିଲେ ସ୍ବାସ୍ଥ୍ୟମନ୍ତ୍ରୀ? ସାମ୍ବାଦିକ ସମ୍ମିଳନୀରେ କହିଲେ, ‘ବିରତି ପରେ ଦେବେ ଉତ୍ତର’

ଜୟପୁର,୧୪।୭: ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାରଙ୍କ ଠାରୁ ପ୍ରାୟ ଅଠର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଏବଂ ରାଜ୍ୟର ପ୍ରାୟ ପଚାଶ ଜଣଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri