Posted inଖେଳ

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା ପକ୍କା କରି ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛନ୍ତି। ଅଲ୍‌ରାଉଣ୍ଡର ଜେ.ଜେ. ସ୍ମିଥ୍‌ଙ୍କ ୫୯ ରନ୍‌ର ଇନିଂସ୍‌ ବଳରେ ନାମ୍ବିଆ ୫୪ ରନ୍‌ର ବ୍ୟବଧାନରେ ଓମାନକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ୍‌ କରିଥିଲା। ସ୍ମିଥ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସରେ ୫ ବିଶାଳ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ କ୍ରେଗ୍‌ ଓ୍ବିଲିୟମ୍ସ ୪୫ ରନ୍‌ କରିଥିଲେ। ୨୦୧୬ ଟି୨୦ ବିଶ୍ୱକପ୍‌ରେ ଖେଳିଥିବା ଓମାନ ୧୯.୧ ଓଭରରେ ୧୦୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଖାଓ୍ବର ଅଲି ୪୧, ଆକିବ ଲିୟାସ ୧୮ ଓ ଆମିର କାଲିମ ୧୩ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ବିଜୟୀ ଦଳ ଲାଗି ବର୍ନାର୍ଡ ସ୍କଲଟଜ ଓ ଅଧିନାୟକ ଗେର୍‌ହାର୍ଡ ଇରାସମୁସ ୩ଟି ଲେଖାଏ ଉଇକେଟ ନେଇଥିଲେ। ୨୦୦୩ ଆଇସିସି ୫୦ ଓଭରିଆ ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ସମସ୍ତ ୬ ମ୍ୟାଚ୍‌ ହାରିଥିବା ନାମ୍ବିଆ ସେମିଫାଇନାଲରେ ପାପୁଆ ନ୍ୟୁଗିନିକୁ ଭେଟିବ। ଅନ୍ୟପକ୍ଷରେ ଓମାନ ଏବେ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରେ। କିନ୍ତୁ ଦଳକୁ ପ୍ଲେ ଅଫ୍‌ରେ ହଂକଂକୁ ହରାଇବାକୁ ପଡ଼ିବ। ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୮ ଉଇକେଟରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ପରାସ୍ତ କରି ଅଷ୍ଟ୍ରେଲିଆ ଟିକେଟ୍‌ ପାଇଛି। ପ୍ରଥମେ ବ୍ୟାଟିଂ କରି ୟୁଏଇ ମାତ୍ର ୮୦ ରନ୍‌ କରିବାକୁ ସକ୍ଷମ ହୋଇଥିବାବେଳେ ନେଦରଲାଣ୍ଡ୍ସ ୧୫.୧ ଓଭରରେ ୨ ଉଇକେଟ କ୍ଷତିରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଉଲ୍ଲେଖଥାଉ କି, ପୂର୍ବରୁ ପାପୁଆ ନ୍ୟୁ ଗିନି ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ...

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ଇନ୍ଦୋର,୨।୩: ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆର ଅଶ୍ୱିନ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ...

ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି ।...

ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ କୁନି ପୁଅ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି।...

ଚହଲ-ଧନଶ୍ରୀଙ୍କ ସମ୍ପର୍କରେ ଫାଟ! ସ୍ବାମୀଙ୍କ ସରନେମ୍‌ ହଟାଇବା ପରେ ଏବେ ଲେଖିଲେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ନେଇ ବେଶ୍‌ ଚର୍ଚ୍ଚା ହେଉଛି।...

ଡେନମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୬।୧୦ (ପି.ଟି.):  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

ଦୁବାଇରେ ଚେନ୍ନାଇ ଚମକ

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି।...

ବ୍ୟାଡ଼ମିଣ୍ଟନ ଖେଳାଳି ବିକୁଛନ୍ତି ଚା’

ଲକ୍ଷ୍ନୌ, ୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଲକ୍‌ଡାଉନ୍‌ ଜାତୀୟସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳାଳି ମୁକୁଲ ତିଓ୍ବାରୀଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ...

Advertisement
Archives

Model This Week