ନାମୀଦାମୀ ବ୍ରାଣ୍ଡ ଅଖାରେ ଚାଲିଛି ବ୍ୟବସାୟ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ଦଶରଥପୁର ବ୍ଲକ ଅଧୀନ ନନ୍ଦିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗୋଳ ହାଟ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲିଛି। ଏହି ନକଲି ସିମେଣ୍ଟ କାରଖାନା ଦୀର୍ଘବର୍ଷ ଧରି ଚାଲୁଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ କମ୍ପାନୀର ଅଖାରେ ଭର୍ତ୍ତି କରାଯାଇ ଏହି ନକଲି ସିମେଣ୍ଟ ବଜାରକୁ ଛଡାଯାଉଛି। ଯାହାକୁ କିଛି ଅସାଧୁ ବ୍ୟବସାୟୀଙ୍କ ମାଧ୍ୟମରେ ଏହି ସିମେଣ୍ଟ ଶସ୍ତାରେ ସ୍ଥାନୀୟ ଜନସାଧାରଣ, ଠିକାଦାର ଓ ଆଖପାଖ ଅଞ୍ଚଳରେ ଆବାସ ଯୋଜନାର ଘର ପାଇଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି। ଫଳରେ ଏହି ସିମେଣ୍ଟରେ ନିର୍ମାଣ କରାଯାଉଥିବା ଘର, ରାସ୍ତାଘାଟର ସ୍ଥାୟୀତ୍ୱ ଦୀର୍ଘସ୍ଥାୟୀ ହୋଇପାରୁ ନାହିଁ। ପକ୍କାଘର ଖଣ୍ଡେ କରିବା ସବୁଲୋକଙ୍କ ପାଇଁ ସ୍ବପ୍ନ ହୋଇଥିବାବେଳେ ଅନେକ ଗରିବ ଏହି ନକଲି ସିମେଣ୍ଟ କିଣି ଅସୁବିଧାରେ ପଡିବାକୁ ଯାଉଛନ୍ତି ତାହା ସହଜେ ଅନୁମେୟ। ସ୍ଥାନୀୟ କିଛି ରାଜନେତା, ସରକାରୀ ଅଧିକାରୀ ଓ ମାଫିଆଙ୍କ ସହାୟତାରେ ଏହି ବ୍ୟବସାୟ ଚାଲି ଆସୁଥିଲେ ମଧ୍ୟ ଏହାକୁ ରୋକିବା ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାଯାଇଛି। ତେଣୁ ଜିଲାପାଳ ଓ ଏସ୍‌ପି ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଉକ୍ତ ବେଆଇନ କାରଖାନାକୁ ସିଲ କରିବା ସହିତ ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିବା ନିମନ୍ତେ ଜନସାଧାରଣଙ୍କ ତରଫରୁ ଦାବି ହେଉଛି। ଏ ସଂକ୍ରାନ୍ତରେ ମଙ୍ଗଳପୁର ଥାନା ଆଇଆଇସି ଅସିତ କୁମାର ମହାନ୍ତିଙ୍କୁ ପଚାରିବାରୁ, ଏ ବିଷୟରେ ସେ କିଛି ଜାଣି ନାହାନ୍ତି କି ତାଙ୍କ ନିକଟରେ କେହି ଅଭିଯୋଗ କରି ନାହାନ୍ତି। ଯଦି ଘଟଣାରେ ସତ୍ୟାସତ୍ୟ ଥାଏ ତେବେ ଏହା ଉପରେ ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri