Posted inଜାତୀୟ

ନାମାଙ୍କନ ରଦ୍ଦ ହେଲା ପରେ ବି ଶ୍ରତ୍ରୁଘ୍ନଙ୍କର ନିର୍ବାଚନ ଲଢ଼ିବା ନିଶା ଭାଙ୍ଗିନି

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀର କର୍ନଟ ପ୍ଲେସ୍‌ ନିକଟରେ ଥିବା ହନୁମାନ ମନ୍ଦିରଠାରେ ଚା’ ଦୋକାନ କରିଛନ୍ତି ଜଣେ ଯୁବକ। ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଏହି ଯୁବକଙ୍କର ନାମାଙ୍କନ ପତ୍ରରେ ତ୍ରୁଟି ଥିବାରୁ ଏହାକୁ ରଦ୍ଦ କରିଛନ୍ତି। ନାମାଙ୍କନ ଦାଖଲ ଶେଷ ହେବାର ଗୋଟିଏ ଦିନ ପରେ ଜାମନଗର ତହସିଲଦାରଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ନାମାଙ୍କନରେ ତ୍ରୁଟି ଥିବାରୁ ଏହାକୁ ନାକଚ କରାଯାଇଥିବା ସମ୍ପୃକ୍ତ ଅଧିକାରୀ କହିଥିଲେ। ଶ୍ରତ୍ରୁଘ୍ନଙ୍କ ମନ ଦୁଃଖରେ ଭାଙ୍ଗିପଡ଼ିଥିଲା। ଜଣେ ଚା‘ ବିକାଳି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଚା‘ ବିକୁଥିବା ଜଣେ ବ୍ୟକ୍ତି କାହିଁକି ନିର୍ବାଚନ ଲଢ଼ିପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଶ୍ରତ୍ରୁଘ୍ନ। ଜାଣିଶୁଣି ତାଙ୍କ ନାମାଙ୍କନ ରଦ୍ଦ ହୋଇଥିବା ଅଭିଯୋଗ କରୁଛନ୍ତି ସେ। ତେବେ ଏହା ତାଙ୍କ ଗରାଖଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଶ୍ରତ୍ରୁଘ୍ନଙ୍କ ନିର୍ବାଚନ ଲଢ଼ିବା ନିଶା ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ...

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ...

ଆସାମରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ‘ଜୀବନ ଏବଂ ମୃତ୍ୟୁର ବିଷୟ’: ହିମନ୍ତ ବିସ୍ୱଶର୍ମା

ନୂଆଦିଲ୍ଲୀ,୧୭।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱଶର୍ମା ବୁଧବାର କହିଛନ୍ତି ଯେ ତାଙ୍କ ରାଜ୍ୟରେ ପରିବର୍ତ୍ତିତ ଜନସଂଖ୍ୟା ଏକ ବଡ଼ ଚିନ୍ତାର ବିଷୟ। ଆସାମରେ ମୁସଲମାନ ଜନସଂଖ୍ୟାରେ...

ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲମେଟ୍‌ ପିନ୍ଧିଥିଲେ,...

ମୁକେଶ ଅମ୍ବାନୀଙ୍କୁ ଲୁଟେରା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଅନେକ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଏହି...

୨୫ ଥର ଆବେଦନ ପରେ ବି ଶୁଣିଲାନି ପ୍ରଶାସନ, ଜିଲାପାଳଙ୍କ ଅଫିସରେ କାନ୍ଦିକାନ୍ଦି ଗଡ଼ିଲେ ଚାଷୀ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଜଣେ ଚାଷୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଜଣେ ଚାଷୀ ତାଙ୍କ ଜମି ଫେରାଇବା ପାଇଁ କଲେକ୍ଟରଙ୍କ କାର୍ଯ୍ୟାଳୟରେ ୨୫ଥର ଆବେଦନ...

୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି

ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।...

କଲେଜ କ୍ୟାଣ୍ଟିନରେ ଆଉ ମିଳିବନି ସିଙ୍ଗଡା, କଚୋଡି

ନୂଆଦିଲ୍ଲୀ,୧୭।୭: ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକର କ୍ୟାଣ୍ଟିନରେ ଉପଲବ୍ଧ ଖାଦ୍ୟ ସମ୍ବନ୍ଧରେ ୟୁଜିସି ନିକଟରେ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତିରେ ଅସ୍ବାସ୍ଥ୍ୟକର ଖାଦ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri