ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ବାରିପଦା ଅଫିସ, ୧୨ା୨- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେହିଭଳି ଦୋଷୀଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଦୋଷୀ ଯୁବକ ଜଣଙ୍କ ହେଲେ କରଞ୍ଜିଆ ଥାନା ଅଞ୍ଚଳର ଦିଲ୍ଲୀପ ହୋ (୩୪)।
ମାମଲାରୁ ପ୍ରକାଶ ଯେ, ୨୦୧୫ ଜୁଲାଇ ୧୧ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ୫ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କ ବିଦ୍ୟାଳୟରୁ ଘରକୁ ଫେରୁ ଥିବା ବେଳେ ପାଣି ନେବା ବାହାନାରେ ଦିଲ୍ଲୀପ ତାଙ୍କୁୁ ଘରକୁ ଡ଼ାକି ବଳାତ୍କାର କରିଥିଲେ। ନାବାଳିକା ଜଣଙ୍କ ଏକଥା ଘରେ ଜଣାଇବାରୁ ପରିବାର ଲୋକେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୧୧୮/୧୫) ରୁଜୁ କରି ପୋଲିସ ଦିଲ୍ଲୀପଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ୧୪ ଜଣୀ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଥିଲେ। ସରକାରୀ ଓକିଲ ଅଭିନ୍ନ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri