Posted inରାଜ୍ୟ

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୬।୭: ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଶୁକ୍ରବାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁସାରେ, ଅନୁଗୋଳ ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମରେ ୨୦୧୯ ଜାନୁଆରୀ ୨୦ରେ ୧୩ ବର୍ଷିୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ଅନାମ ଦେହୁରୀ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରିଥିଲେ। ଏହି ମାମଲାର ଶୁଣାଣିକରି ଆଡିଶ୍‌ନାଲ ଜିଲା ଜଜ୍‌ କମ୍‌ ସେକ୍ସନ ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଅଧାରକରି ଦଣ୍ଡ ବିଧାନ କରାଯାଇଥିବା ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋକ୍ସୋ ଆଇନ ଲାଗୁ ହେବା ପରେ ଏହା ହେଉଛି ଅନୁଗୋଳ ଜିଲାର ପ୍ରଥମ ଫାଶୀ ଦଣ୍ଡାଦେଶ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ନାମଲେଖା ଅବଧି ୫ ଦିନ ବଢ଼ିଲା

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ଦିନ ବୃଦ୍ଧି କରାଯାଇଛି। ଶନିବାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା...

ବିନା ହେଲମେଟରେ ବାଇକ ପଛରେ ବସିଲେ ଗଣିବେ ଜରିମାନା

ଭୁବନେଶ୍ୱର,୫।୧୨- ଦୁଇ ଚକିଆ ଯାନ ଚଳାଉଥିବା ଏବଂ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧିବେ। ଉଭୟଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯାଇଛି । ଯଦି ପଛରେ...

ସିଲ୍‌ ହେଲା ବିଶାଲ ମେଗା ମାର୍ଟ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଠି ଆତଙ୍କର ବାତାବରଣ। ସଂକ୍ରମଣ ଏଡ଼ାଇବା ପାଇଁ ସରକାର ଓ ବିଭିନ୍ନ ବିଭାଗ ଆଡଭଇଜରି ଜାରି କରି କଟକଣା ଲଗାଇଥିବାବେଳେ...

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଦାରିଙ୍ଗବାଡି/ ଫୁଲବାଣୀ,୩୧।୧୦(ଡି.ଏନ୍‌.ଏ.)ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କନ୍ଧମାଳ ଜିଲା ଗସ୍ତରେ ଥିବା ଅବସରରେ ମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ଭୁବନେଶ୍ୱର, ୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ଦୁଗ୍ଧଚାଷୀମାନେ ମଧ୍ୟ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି। ସେମାନେ ଆଉ ପୂର୍ବଭଳି କୌଣସି ସଂସ୍ଥାକୁ କ୍ଷୀର ଯୋଗାଇପାରୁ ନ ଥିବାବେଳେ...

ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ

ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର...

ପ୍ରବାସୀଙ୍କୁ ନେଇ ଓଡ଼ିଶା ଆସୁଛି ୫ ଟ୍ରେନ୍‌

ଭୁବନେଶ୍ୱର,୯।୫(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରହିତାଦେଶ ଦେବା ପରେ ପୁଣିଥରେ ଓଡ଼ିଶାକୁ ପ୍ରବାସୀଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରବାସୀ ଓଡ଼ିଆଙ୍କୁ ନେଇ...

ତିନି ଲେୟାର, ଏନ୍‌-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଓଡ଼ିଶାରୁ ୪ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହେବାପରେ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଗୋଟିଏ ଲେୟାର ମାସ୍କ ନ ପିନ୍ଧି ତିନି ଲେୟାର...

Advertisement
Archives

Model This Week