Posted inଖେଳ

ନାଡା ଅଧୀନକୁ ଆସିଲା ବିସିସିଆଇ: ଜାତୀୟ କ୍ରୀଡ଼ା ଫେଡେରେଶନ ହେବା ନେଇ ବାଟ ଫିଟିଲା

ନୂଆଦିଲ୍ଲୀ, ୧୦।୮(ପି.ଟି.)- ଦୀର୍ଘବର୍ଷ ଧରି ମନାକରି ଆସୁଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଅଧୀନକୁ ଆସିବାକୁ ରାଜି ହୋଇଛି। ବୋର୍ଡର ଏହି ନିଷ୍ପତ୍ତି ଐତିହାସିକ ସାବ୍ୟସ୍ତ ହୋଇଛି। ଫଳରେ ଅର୍ଥନୈତିକ ସ୍ବାଧୀନତା ସତ୍ତ୍ୱେ ସରକାରଙ୍କ ନିୟମ ଅନୁସାରେ ବିସିସିଆଇ ଏବେ ଜାତୀୟ ସ୍ପୋଟର୍‌ସ ଫେଡେରେଶନ(ଏନ୍‌ଏସ୍‌ଏଫ୍‌)ରେ ପରିଣତ ହେବାର ପଥ ପରିଷ୍କାର ହୋଇଛି।
ଶୁକ୍ରବାର କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା ଏବଂ ନାଡା ଡିଜି ନବିନ ଅଗ୍ରଓ୍ବାଲ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଓ କ୍ରିକେଟ ଅପରେଶନ ମୁଖ୍ୟ ସବା କରିମଙ୍କୁ ଭେଟିଥିଲେ। ବିସିସିଆଇ ଏବେ ନାଡ଼ା ଅଧୀନକୁ ଆସିଲା ଓ ଏ ନେଇ ବୋର୍ଡ ଲିଖିତ ଭାବେ ଅବଗତ କରାଇଛି। ଏଥିସହିତ ସବୁ କ୍ରିକେଟର ନାଡ଼ା ଦ୍ୱାରା ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଝୁଲନିୟା କହିଛନ୍ତି। ନାଡା ଅଧୀନକୁ ଆସି ବିସିସିଆଇ ଏବେ ସ୍ପୋଟର୍‌ସ ଫେଡେରେଶନରେ ପରିଣତ ହେବାର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଛି। ଫଳରେ ଏହାର ପ୍ରଭାବ ଜବରଦସ୍ତ ରହିବ ବୋଲି ଆଶା କରାଯାଉଛି। ଏବେ ସରକାରଙ୍କ ସୂଚନା ଅଧିକାର ଆଇନ (ଆରଟିଆଇ)ର ଅଧୀନକୁ ଆସିବା ପାଇଁ ବିସିସିଆଇ ଆହୁରି ଅଧିକ ଚାପର ସମ୍ମୁଖୀନ ହେବ ବୋଲି ଆଶା କରାଯାଉଛି।
ବିସିସିଆଇ ୩ଟି ପ୍ରସଙ୍ଗ ଉପସ୍ଥାପନା କରିଥିଲା। ଡୋପ୍‌ ଟେଷ୍ଟିଂ କ୍ୱାଲିଟିର କିଟ୍‌, ପାଥୋଲୋଜିଷ୍ଟଙ୍କ ଦକ୍ଷତା ଓ ନମୁନା ବା ସାମ୍ପଲ ସଂଗ୍ରହ ନେଇ ବୋର୍ଡ ନିଜର ଚନ୍ତା ପ୍ରକଟ କରିଥିଲା। ଯେକୌଣସି ପ୍ରକାର ସୁବିଧାସୁଯୋଗ ଦେବାକୁ ଆମେ ବିସିସିଆଇକୁ ପ୍ରତିଶ୍ରୁତି ଦେଇଛୁ। ତେବେ ଏଥିପାଇଁ କିଛି ଅର୍ଥ ପୈଠ କରିବାକୁ ପଡିବ ବୋଲି ବୋର୍ଡକୁ ଅବଗତ କରାଇଛୁ ବୋଲି ଝୁଲନିୟା କହିଛନ୍ତି। ତେବେ ସବୁ ଏନଏସ୍‌ଏଫ୍‌ଗୁଡିକ ପାଇଁ ସମାନ ପ୍ରକାର ସୁବିଧାସୁଯୋଗ ରହିବ। ବିସିସିଆଇ ଏହାର ଊର୍ଦ୍ଧ୍ୱରେ ନୁହଁ। ସମସ୍ତଙ୍କୁ ଦେଶର ନିୟମ ମାନିବାକୁ ହେବ ବୋଲି ଝୁଲନିୟା ସ୍ପଷ୍ଟ କରିଛନ୍ତି।
ବିସିସିଆଇ ସବୁ ନିୟମକୁ ମାନିବ ବୋଲି ଜୋହରି କହିଛନ୍ତି। ଆମେ କେତୋଟି ବିଷୟ ଉପସ୍ଥାପନା କରିଥିଲୁ ଓ କ୍ରୀଡ଼ା ସଚିବ ତାହାକୁ ବିଚାରକୁ ନେବେ ବୋଲି କହିଛନ୍ତି। ଉଚ୍ଚମାନର ପରୀକ୍ଷା ପାଇଁ ଆମେ ଅଧିକ ଅର୍ଥ ଦେବାକୁ ରାଜି ବୋଲି ଜୋହରି କହିଛନ୍ତି। ବିସିସିଆଇ ପୂର୍ବରୁ ନାଡା ଅଧୀନକୁ ଆସିବାକୁ ଅମଙ୍ଗ ହେଉଥିଲା। ବୋର୍ଡ ନିଜକୁ ଏକ ସ୍ବୟଂଚାଳିତ ସଂସ୍ଥା ବୋଲି କହୁଥିଲା। କେବଳ ସେତିକି ନୁହଁ, ସରକାରଙ୍କ ପାଣ୍ଠି ଉପରେ ନିର୍ଭର କରୁ ନ ଥିବାର ବିସିସିଆଇ ଅନ୍ୟ ଜାତୀୟ ସ୍ପୋଟର୍‌ସ ଫେଡେରେଶନଠାରୁ ନଜକୁ ଭିନ୍ନ ମନେକରୁଥିଲା। ବୋର୍ଡ ସେତେବେଳେ ‘ହୋୟାର ଏବାଉଟ୍‌ କ୍ଲଜ୍‌’ ନେଇ ଆପତ୍ତି ଉଠାଇଥିଲା। ଆଉଟ ଅଫ୍‌ କମ୍ପିଟିଶନ ଟେଷ୍ଟ ବା ପ୍ରତିଯୋଗିତା ବାହାରେ ଯେକୌଣସି ସ୍ଥାନରେ ପରୀକ୍ଷା କରିବାର ନିୟମକୁ ବିସିସିଆଇ ସେତେବେଳେ ପସନ୍ଦ କରି ନ ଥିଲା। ଏହାଦ୍ୱାରା ପ୍ରାଇଭେସି ବା ବ୍ୟକ୍ତିଗତ ବ୍ୟାପାରରେ ହସ୍ତକ୍ଷେପ ହେବ ବୋଲି ଭାରତୀୟ କ୍ରିକେଟରମାନେ ନିଜର ଚିନ୍ତାବ୍ୟକ୍ତ କରିଥିଲେ।
ହୋୟାର ଏବାଉଟ୍‌ କ୍ଲଜ୍‌ରେ ଆଥଲେଟମାନେ ଏକ ଡିକ୍ଲାରେଶନ ଫର୍ମରେ ସ୍ବାକ୍ଷର କରିବେ। ଏହି ନିୟମ ଅନୁସାରେ ଖେଳାଳିମାନେ ବର୍ଷରେ ୩ଟି ସ୍ବତନ୍ତ୍ର ତାରିଖ ଜଣାଇବେ ଓ ଏହି ତାରିଖ ଅବସରରେ ଆଥଲେଟ୍‌ମାନେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିବେ ଓ ନାଡା ଦ୍ୱାର ଡୋପ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଥିବେ। ଯାହା ଫଳରେ ନାଡାର ଡୋପ୍‌ କଣ୍ଟ୍ରୋଲ ଅଫିସର (ଡିସିଓ) ତାଙ୍କର ନମୁନା ନେଇପାରିବେ। ଯଦି କୌଣସି ଆଥଲେଟ୍‌ ଏହି ତାରିଖଗୁଡିକରେ ଉପସ୍ଥିତ ହେବାରେ ବିଫଳ ହେବେ ତାହାଲେ ସେମାନେ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ନିୟମ ବା କୋଡ ଉଲ୍ଲଂଘନ କରିବା ଅଭିଯୋଗରେ ବାସନ୍ଦାଦେଶକୁ ନିମନ୍ତ୍ରଣ କରିବେ। ଏହାର ସଦ୍ୟତମ ଓ ଶ୍ରେଷ୍ଠ ଉଦାହରଣ ହେଉଛି ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ଏହି ନିୟମ ଉଲ୍ଲଂଘନ କରି ସେ ଜାମାଇକା ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ।
ଏ ପର୍ଯ୍ୟନ୍ତ ସ୍ବିଡେନ ସ୍ଥିତ ଅନ୍ତର୍ଜାତୀୟ ଡୋପ୍‌ ଟେଷ୍ଟିଂ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ଖେଳାଳିମାନଙ୍କ ନମୁନା ସଂଗ୍ରହ କରି ଜାତୀୟ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏ୍‌)ରେ ଦାଖଲ କରିଆସୁଛି। ଅବଶ୍ୟ ଆଇଡିଟିଏମ୍‌ ଏବେ ସ୍ବୀକୃତିପ୍ରାପ୍ତ ଏଜେନ୍ସି ହୋଇ ରହିନାହିଁ ବୋଲି ଝୁଲନିୟା କହିଛନ୍ତି।
ପୂର୍ବରୁ କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇ ନାଡା ଅଧୀନକୁ ଆସିବା ଉଚିତ୍‌ ବୋଲି କହିଆସୁଥିଲା ଓ ତା’ର ଏହି ଆଭିମୁଖ୍ୟକୁ ବାଜୟ ରଖିଥିଲା। ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଭାରତ ଗସ୍ତକୁ ମନ୍ତ୍ରଣାଳୟ ଅନୁମୋଦନ ନ କରିବା ଫଳରେ ନାଡା ଅଧୀନକୁ ଆସିବାକୁ ଓ ଆଣ୍ଟି ଡୋପିଂ ନିୟମକୁ ମାନିବାକୁ ବିସିସିଆଇ ଉପରେ ଚାପ ବଢିଥିଲା। ଏହା ଶେଷରେ କାମ ଦେଇଛି ବୋଲି ଧରିନେବାକୁ ହେବ। ବିସିସିଆଇ ନାଡା ଅଧୀନକୁ ଆସିବା ପରେ ଏ’ ସିରିଜ ଓ ମହିଳା ସିରିଜ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ଫଳରେ ଦୀର୍ଘ ୬ ମାସର ପ୍ରତୀକ୍ଷା ଶେଷ ହୋଇଛି।
ଗତ ମାର୍ଚ୍ଚରେ ବିସିସିଆଇ ନାଡା ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସହିତ ଏକ ସର୍ତ୍ତ ରଖି ତ୍ରିପାକ୍ଷିକ ଚୁକ୍ତିରେ ସ୍ବାକ୍ଷର କରିବାକୁ ରାଜି ହୋଇଥିଲା। ଏବେ ମନ୍ତ୍ରଣାଳୟର ଅନୁମତି ବିନା ବିସିସିଆଇ ସରକାରଙ୍କ କୌଣସି ସଂସ୍ଥା ସହ କିଛି ବି ଚୁକ୍ତି କରିପାରିବ ନାହିଁ ବୋଲି ଝୁଲନିୟା କହିଛନ୍ତି। ବିସିସିଆଇ ଏବେ ଆରଟିଆଇ ପରିସର ଭୁକ୍ତ ହେବା ନେଇ କୌଣସି ଆଲୋଚନା ହୋଇ ନାହିଁ ବୋଲି ଜୋହରି କହିଛନ୍ତି। ଏ ସଂକ୍ରାନ୍ତରେ ଆଗକୁ ଏକ ବୈପ୍ଳବିକ ପରିବର୍ତ୍ତନ ହେବ ଓ କ୍ରିକେଟ ଥଥା ଏହାର ପ୍ରଶାସନରେ ସ୍ବଚ୍ଛତା ବଢିବ ବୋଲି ଆଶା କରାଯାଉଛି॥


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ବିପୁଳ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri