Posted inଖେଳ

ନାଡାରେ ସାମିଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୯।୮- ଦୀର୍ଘଦିନ ଧରି ମନାକରିବା ପରେ ଦେଶରେ କ୍ରିକେଟର ପରିଚାଳନା କରୁଥିବା ବିସିସିଆଇ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପରିସର ଅନ୍ତର୍ଭୁକ୍ତ ହୋଇଛି। ଆର୍ଥିକ ଭାବେ ସ୍ବଚ୍ଛଳ ହେଲେ ମଧ୍ୟ ବିସିସିଆଇ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମାନ୍ୟତା ପାଇଛି। କ୍ରୀଡ଼ା ସେକ୍ରେଟାରୀ ରାଧେଶ୍ୟାମ ଝୁଲାନିୟା ଓ ନାଡା ଡିଜି ନବୀନ ଅଗ୍ରଓ୍ବାଲ ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ବୋର୍ଡର ଜିଏମ୍‌ ( କ୍ରିକେଟ ଅପରେଶନ) ସବା କରିମଙ୍କୁ ଶୁକ୍ରବାର ଭେଟିଥିଲେ। ନାଡାର ଆଣ୍ଟି ଡୋପିଂ ନିୟମ ପାଳନ କରିବାକୁ ବିସିସିଆଇ ପ୍ରସ୍ତୁତ ବୋଲି ଲିଖିତ ଆକାରରେ ଜଣାଇଥିବା କରିମ କହିଛନ୍ତି। ଏଥିଯୋଗୁ ପ୍ରତ୍ୟେକ କ୍ରିକେଟରଙ୍କୁ ଡୋପ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ବିସିସିଆଇ ପକ୍ଷରୁ ୩ ପ୍ରଶ୍ନ କରାଯାଇଥିଲା। ପ୍ରଥମତଃ ଯେଉଁ ସରଞ୍ଜାମ ଦ୍ୱାରା ଡୋପ ଟେଷ୍ଟ କରାଯାଉଛି, ତାହାର କ୍ୱାଲିଟି ଯାଞ୍ଚ। ଦ୍ୱିତୀୟରେ ହେଲା ପାଥୋଲୋଜିର କ୍ଷମତା ଓ ଅନ୍ତିମ ତଥା ୩ୟ ହେଲା ନମୁନା କେଉଁଭଳି ସଂଗ୍ରହ କରାଯାଉଛି। ଏହାର ଉତ୍ତରରେ ଝୁଲାନିୟା କହିଥିଲେ, ସେମାନେ ଯେଉଁଭଳି ଚାହିଁବେ ଆମେ ସୁବିଧା ଦେବୁ। ଏଥିନେଇ ସେମାନଙ୍କୁ ସମସ୍ତ ଖର୍ଚ୍ଚ ବୋଝ ଉଠାଇବାକୁ ପଡ଼ିବ। କାରଣ କୌଣସି ନିର୍ଦ୍ଦିଷ୍ଟ ଏନ୍‌ଏସ୍‌ଏଫ୍‌ ଲାଗି ଉଚ୍ଚସ୍ତରୀୟ ଲ୍ୟାବ ଯୋଗାଇ ହେବ ନାହିଁ। ବିସିସିଆଇ ଓ ଅନ୍ୟ ଏନ୍‌ଏସ୍‌ଏଫ୍‌ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ସେମାନଙ୍କୁ ନିୟମ ମାନିବାକୁ ପଡ଼ିବ। ଏହାପରେ ଜୋହରି କହିଛନ୍ତି, ସେମାନେ ଦେଇଥିବା ପ୍ରସ୍ତାବକୁ ଆମେ ଗ୍ରହଣ କରୁଛୁ। ଆମେ ସମସ୍ତ ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ। ପୂର୍ବରୁ ବିସିସିଆଇ ନାଡା ପରିସର ଭୁକ୍ତ ହେବାକୁ ବିରୋଧ କରୁଥିଲା। କାରଣ ଏହା କୌଣସି ଜାତୀୟ କ୍ରୀଡ଼ା ମହାସଂଘ ନୁହେଁ। ନିଜେ ପରିଚାଳିତ ହେଉଥିବା ସଂସ୍ଥା ଥିଲା। ଏଣୁ ଏହାକୁ ସରକାରଙ୍କ କୌଣସି ଫଣ୍ଡର ଆବଶ୍ୟକତା ନାହିଁ। ତେବେ ନାଡାର ‘ହୋୟାର ଏବାଉଟ କ୍ଲଜ’ ଭାରତୀୟ କ୍ରିକେଟ ଷ୍ଟାରଙ୍କ ପାଇଁ ଚିନ୍ତାର କାରଣ ପାଲଟିପାରେ। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ଆଥ୍‌ଲେଟଙ୍କୁ ଅନ୍ତର୍ଜାତୀୟ କିମ୍ବା ଘରୋଇ କ୍ରିକେଟର ଖେଳୁ ନ ଥିବାବେଳେ ବର୍ଷକୁ ୩ଟି ତାରିଖ ଦେବାକୁ ପଡ଼ିବ। ଏହି ଦିନଗୁଡ଼ିକରେ ସେମାନଙ୍କର ନମୁନା ସଂଗ୍ରହ କରାଯିବ। ଯଦି ଜଣେ ଆଥ୍‌ଲେଟ ନିଜ ପକ୍ଷରୁ ଦେଇଥିବା ତାରିଖରେ ନମୁନା ଦେଇ ନ ପାରିଲେ, ତାଙ୍କୁ ସିଧାସଳଖ ଓ୍ବାଡା ନିୟମ ଅନୁଯାୟୀ ବାସନ୍ଦ କରାଯିବ। ଏଭଳି ଘଟଣା ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ସହ ଘଟିଥିଲା। ଏପର୍ଯ୍ୟନ୍ତ ସ୍ବିଡେନସ୍ଥିତ ଅନ୍ତର୍ଜାତୀୟ ଡୋପ ଟେଷ୍ଟିଂ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ଭାରତୀୟ ଖେଳାଳିଙ୍କ ନମୁନା ସଂଗ୍ରହ କରି ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରି(ଏନ୍‌ଡିଟିଏଲ)ରେ ଦାଖଲ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri