‘ନାଗିନ୍‌-୪’ରେ ରଶ୍ମୀ

ବମ୍ବେ: ଦୀର୍ଘଦିନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରଶ୍ମୀ ଦେଶାଇ। ଏକତା କପୁରଙ୍କ ଶୋ’ ‘ନାଗିନ୍‌-୪’ରେ ନଜର ଆସିବେ ସେ। ଶୋ’ରୁ କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଫଟୋରେ ରଶ୍ମୀ ହାତରେ ନାଗମଣି ଧରିଥିବା ଦେଖାଯାଉଛି।

ବିଗତ ଦିନରେ ଅନେକ ହିଟ୍‌ ଧାରାବାହିକ ଭେଟି ଦେଇଛନ୍ତି ରଶ୍ମୀ। ବିଶେଷକରି ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ‘ଦିଲ ସେ ଦିଲ୍‌ ତକ୍‌’ ଶୋ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ହେଲେ ସେ ବିବାହ କରିବା ପରେ ଟେଲି ପରଦାରୁ ଦୂରେଇ ଯାଇଥିଲେ। ଗତବର୍ଷ ବିଗ୍‌ବସ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ ସେ। ପରେ ଶୋ’ରେ ଫାଇନାଲିଷ୍ଟ ହୋଇଥିଲେ ରଶ୍ମୀ। ଲୋକପ୍ରିୟତା ମିଳିବା ପରେ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ରହିଥିଲା। ହେଲେ ସେ ଏକତାଙ୍କ ଶୋ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଥରେ ରଶ୍ମୀଙ୍କୁ ପରଦାରେ ଦେଖିବା ଲାଗି ପ୍ରଶଂସକମାନେ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତେରି ଗଲି’ରେ ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଆସିମ୍‌

ବମ୍ବେ: ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ଜଣେ ମଡେଲରୁ ରାତାରାତି ଷ୍ଟାର ପାଲଟିଥିବା ଆସିମ ରିଆଜ ପୁଣି ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର ଅପ୍‌କମିଂ ପ୍ରୋଜେକ୍ଟ।...

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ବୟଫ୍ରେଣ୍ଡଙ୍କ ସହିତ ସ୍କୁଟିରେ ବୁଲିଲେ ଶ୍ରଦ୍ଧା କପୁର: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୧୦।୬: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଶ୍ରଦ୍ଧା ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌...

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ...

୬୦୦ଟଙ୍କିଆ ଶାଢି ପିନ୍ଧି ଟ୍ରୋଲ ହେଲେ କଙ୍ଗନା

ବଲିଉଡର ବିନ୍ଦାସ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କୁ ଅଧିକାଂଶ ସମୟରେ ଶାଢି ପିନ୍ଧିଥିବାର ଲକ୍ଷ୍ୟ କରାଯାଏ। ଶାଢି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ନିକଟରେ...

ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ।...

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ...

Coronavirus Update

Archives

Model This Week

Why Dharitri