Posted inଜାତୀୟ

ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ପତାକା ଦାବି

ଗୌହାଟୀ,୨୫ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସେଠାକାର ପତାକା ରଦ୍ଦ ହୋଇଛି। ଅନ୍ୟପକ୍ଷରେ ଏବେ ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ମାନ୍ୟତା ଓ ପତାକା ଦାବି ଜୋର ଧରିଛି। ସ୍ବତନ୍ତ୍ର ପତାକା ଓ ସ୍ବତନ୍ତ୍ର ସମ୍ବିଧାନ ପାଇଁ କେନ୍ଦ୍ର ରାଜି ନ ହେବା ପର୍ଯ୍ୟନ୍ତ ନାଗା ପ୍ରସଙ୍ଗର ସକାରାତ୍ମକ ସମାଧାନ ସମ୍ଭବ ନୁହେଁ। ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନସିଲ ଅଫ୍‌ ନାଗାଲାଣ୍ଡ (ଏନ୍‌ଏସ୍‌ସିଏନ୍‌-ଆଇଏମ୍‌) ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା କହିଥିବା ଜଣାପଡିଛି। ଏହି ସଂଗଠନ ୧୯୯୭ରୁ ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ବୁଝାମଣା ଉଦ୍ୟମ କରିଆସୁଛି। ନାଗା ସମସ୍ୟାର ସମାଧାନ ଲାଗି କେନ୍ଦ୍ର ଓ ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ମଧ୍ୟରେ ତିନି ବର୍ଷ ପୂର୍ବରୁ ରାଜିନାମା ସ୍ବାକ୍ଷରିତ ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ସରକାର କାଳକ୍ଷେପଣ ନୀତି ଗ୍ରହଣ କରୁଥିବାରୁ ନାଗା ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଥିବା ନେଇ ଏନ୍‌ଏସ୍‌ସିଏନ୍‌ ଅଧ୍ୟକ୍ଷ କ୍ୟୁ. ଟୁକୁ ଏବଂ ସାଧାରଣ ସମ୍ପାଦକ ଥୁଇଙ୍ଗାଲେଙ୍ଗ୍‌ ମୁଇଭା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସେମାନଙ୍କର ଦୁଇଟି ମୁଖ୍ୟ ଦାବି ସ୍ବତନ୍ତ୍ର ପତାକା ଓ ସମ୍ବିଧାନ ପାଇଁ ସରକାର ରାଜି ନ ହେବା ପର୍ଯ୍ୟନ୍ତ ନାଗା ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ। ଏହା ସହ ନାଗାମାନଙ୍କ ଗର୍ବ ଓ ପରିଚୟ ଗଭୀର ଭାବେ ଜଡ଼ିତ ବୋଲି ସେମାନେ ଜଣାଇଥିବା ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା...

ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଛି ଜୁଲମ

ନୂଆଦିଲ୍ଲୀ,୨୫।୪: ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌ରେ ମୁସଲମାନ ସମ୍ପ୍ରଦାୟର ଲୋକେ ଯୋଗଦେବା ପରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି। ଏହାକୁ ନେଇ...

ଫଡ୍‌ନବିସ୍‌ଙ୍କ ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ୍‌: ଡିଜାଇନର୍‌ ଗିରଫ

ମୁମ୍ବାଇ ୧୭। ୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସ୍ତ୍ରୀ ତଥା ବ୍ୟାଙ୍କର ଅମୃତା ଫଡ୍‌ନବିସ୍‌ଙ୍କୁ ମୁମ୍ବାଇର ଜଣେ ଡିଜାଇନର୍‌ ବ୍ଲାକ୍‌ମେଲ୍‌ କରିବା ନେଇ ଥାନାରେ ଅଭିଯୋଗ...

ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ: ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୦।୫: ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ରବିବାର...

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ,...

ମୃତ ଶାବକର ଅନ୍ତିମ ସଂସ୍କାର କଲେ ହାତୀପଲ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୧୦।୬: ମଣିଷ ସମାଜରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ। ତେବେ ପ୍ରାଣୀ ଜଗତରେ ଏଭଳି ହେବା ଶୁଣିଲେ ଯେ କେହି...

ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ମତଦାନ କଲେ ରେଖା

ମୁମ୍ବାଇ,୨୯।୪: ସୋମବାର ସକାଳୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ଥାଏ ମାୟାନଗରୀର ଅଭିନେତା ଅଭିନେତ୍ରୀଙ୍କ ଉପରେ। କାରଣ ମୁମ୍ବାଇବାସୀ ସାଧାରଣତଃ ଭୋଟ୍‌...

Advertisement
Archives

Model This Week