Posted inଜାତୀୟ

ନାଗାଲାଣ୍ଡରେ ଆଫ୍‌ସ୍ପା ସମୟସୀମା ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ (ଆଫ୍‌ସ୍ପା) କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଦିଆଯାଇଛି। ସୋମବାର କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ସମଗ୍ର ନାଗାଲାଣ୍ଡରେ ଅସ୍ଥିର ଅବସ୍ଥା ଲାଗିରହିଥିବାରୁ ଆଫ୍‌ସ୍ପା ଆଇନର ବ୍ୟବହାର କରିବାକୁ ପଡ଼ୁଛି ବୋଲି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି। ଏହି ରାଜ୍ୟରେ ୬ ଦଶନ୍ଧି ହେଲା ଆଫ୍‌ସ୍ପା କାର୍ଯ୍ୟକାରୀ ହୋଇଆସୁଛି। ୨୦୧୫ ଅଗଷ୍ଟ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନାଗା ଉଗ୍ରବାଦୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲାଣ୍ଡ (ଆଇଜାକ୍‌ ମୁଇଭା)ର ସାଧାରଣ ସମ୍ପାଦକ ଥୁଇଙ୍ଗାଲେଙ୍ଗ୍‌ ମୁଇଭାଙ୍କ ସହ ସରକାରଙ୍କ ମଧ୍ୟସ୍ଥି ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ସତ୍ତ୍ୱେ ଉକ୍ତ ଆଇନକୁ ଉଠାଯାଇପାରିନାହିଁ। ଏହି ଆଇନ ଆସାମ ସମେତ ମଣିପୁର ଓ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ...

ସମସ୍ତ ମହିଳା ତଥା ମୋ ମାଆଙ୍କର ଅପମାନ କରିଛନ୍ତି ନୀତୀଶ, ମୋଦିଙ୍କର ଅଛନ୍ତି ୬ ଭାଇ-ଭଉଣୀ: ତେଜସ୍ୱୀ

ପାଟନା,୨୭ ।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ହେଲେ ଏହାରି ଭିତରେ ରାଜନୈତିକ...

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ...

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ...

ପାକିସ୍ତାନ ପଛରେ ଭାରତ

ନୂଆଦିଲ୍ଲୀ, ୧୭ା୧୦: ଭାରତରେ କ୍ଷୁଧାହାର ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ରହିଛି। ଏପରି କି ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ ଅପେକ୍ଷା ଭାରତର ସ୍ଥିତି ଖରାପ ରହିଥିବା...

ମତଦାନ କେନ୍ଦ୍ରରେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୧୯ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦେଶରେ ପ୍ରାୟ ୧୨ଟି ରାଜ୍ୟରେ ୯୫ଟି ଲୋକ ସଭା...

ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍‌ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ...

ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା

ଶାହାଜାହାନ୍‌ପୁର,୭।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ...

Advertisement
Archives

Model This Week