Posted inଜାତୀୟ

ନାଗରିକତ୍ୱ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ଲାଗି ପଥ ପରିଷ୍କାର ହୋଇଯାଇଛି। ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ଧର୍ମୀୟ ଉତ୍ପୀଡ଼ନର ସମ୍ମୁଖୀନ ହୋଇ ଭାରତରେ ରହିଥିବା ଅଣମୁସଲମାନ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଏହା ପକ୍ଷପାତମୂଳକ ଓ ଏହା ପଛରେ ସାମ୍ପ୍ରଦାୟିକତା ମନୋଭାବ ରହିଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଭାରତରେ ରହୁଥିବା ଅଣମୁସଲମାନ, ମୁଖ୍ୟତଃ ହିନ୍ଦୁ ଶରଣାର୍ଥୀମାନଙ୍କୁ ଏନ୍‌ଆର୍‌ସିରୁ ସୁରକ୍ଷା ଦେବା ପାଇଁ ଏହା ଭାଜପାର ଆଦର୍ଶଗତ ପ୍ରକଳ୍ପର ଏକ ମୁଖ୍ୟ ଅଂଶ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଭାରତର ତଥା ପ୍ରତ୍ୟେକଙ୍କର ସ୍ବାର୍ଥର ସୁରକ୍ଷା କରୁଛନ୍ତି ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ କହିଥିଲେ। ବହୁସଂଖ୍ୟାରେ ଶରଣାର୍ଥୀ ବସବାସ କରୁଥିବା ଉତ୍ତରପୂର୍ବାଞ୍ଚଳର ବିଭିନ୍ନ ସଂଗଠନ ବିଲ୍‌କୁ ବିରୋଧ କରୁଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ନାଗରିକତ୍ୱ ବିଲ୍‌ ରାଷ୍ଟ୍ରର ସ୍ବାର୍ଥ ଉଦ୍ଦେଶ୍ୟରେ ହୋଇଥିବାରୁ ଏହାକୁ ଲୋକେ ସ୍ବାଗତ କରିବେ ବୋଲି ସେ କହିଥିଲେ। ଆଗାମୀ ଦୁଇଦିନ ମଧ୍ୟରେ ସରକାର ଉକ୍ତ ବିଲ୍‌କୁ ପାର୍ଲାମେଣ୍ଟରେ ଆଗତ କରିବା ସହ ଗୃହୀତ କରାଇବା ଲାଗି ଉଦ୍ୟମ କରିବେ ବୋଲି ଜଣାପଡିଛି।
କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ସିପିଏମ୍‌ ପ୍ରଭୃତି ଦଳ ସମାଲୋଚନା କରିଛନ୍ତି। ଏହା ଭାରତର ମୂଳ ଚିନ୍ତାଧାରାର ଉଲ୍ଲଂଘନ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ନାଗରିକତ୍ୱ ଲାଗି ଧର୍ମକୁ ଏକ କାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଧର୍ମ ଆଧାରରେ ଜାତୀୟତା ନିର୍ଣ୍ଣୟ କରିବା ପାକିସ୍ତାନୀ ଚିନ୍ତାଧାରା। ଯେଉଁମାନେ ଏଭଳି ଚିନ୍ତାଧାରା ପୋଷଣ କରୁଛନ୍ତି ସେମାନେ ପାକିସ୍ତାନ ସୃଷ୍ଟି କରିବାକୁ ଚାହୁଁଥିବା ଥରୁର କହିଥିଲେ। ଏଭଳି ବିଲ୍‌ ସମ୍ବିଧାନ ବିରୋଧୀ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri