ନାଉଗାଁ ବ୍ଲକରେ ମିଳିତ ଜନଶୁଣାଣି ୮୯ ଅଭିଯୋଗ, ୮ ତ୍ୱରିତ ସମାଧାନ

ନାଉଗାଁ ,୧୪।୧ (ସ୍ବ.ପ୍ର.):ନାଉଗାଁ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୮୯ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୮ଟିର ସଙ୍ଗେସଙ୍ଗେ ସମାଧାନ କରାଯାଇଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ଆଧାର କେନ୍ଦ୍ର ବନ୍ଦ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ଏହାକୁ ଖୋଲିବା ପାଇଁ ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ସ୍ବାଇଁ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଶୁଣିବା ପରେ ଜିଲାପାଳ ସଙ୍ଗେ ସଙ୍ଗେ ଉକ୍ତ ବିଭାଗ ସହ କଥା ହେବା ସହିତ ଯଥାଶୀଘ୍ର ଉକ୍ତ ବ୍ଳକରେ ଆଧାର କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି ବ୍ଲକ ଛକଠାରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଅଧିକ ଦାମରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲେ। ନନ୍ଦିଗ୍ରାମରେ ସରକାରୀ ଯୋଜନା ବିଫଳ ପ୍ରସଙ୍ଗରେ ଦିଲ୍ଲୀପ୍‌ କୁମାର ପାଢୀ ଅଭିଯୋଗ କରିଥିଲେ। ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମାଣାଧୀନ ପାଇଖାନା ନିମ୍ନମାନର ହେଉଥିବା ବେଳେ ତୁରନ୍ତ ଏହାର ତଦନ୍ତ କରିବା ପାଇଁ ପ୍ରଦୋଷ ମହାନ୍ତି ଅଭିଯୋଗ କରିଥିଲେ। ସେହିପରି ଅଲଣା ପଞ୍ଚାୟତର ବେଣାପଡ଼ା-ମୁଣ୍ଡାଳ ରାସ୍ତା ଦୀର୍ଘ ଦିନ ହେବ ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ତୁରନ୍ତ ମରାମତି କରିବା ପାଇଁ ତ୍ରିନାଥ ମହାନ୍ତି, ଫକୀର ମୋହନ ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ। ଏହି ଅବସରରେ ଓଷକଣା ଗ୍ରାମର ଭିନ୍ନକ୍ଷମ ତପନ ବାରିକଙ୍କୁ ଜିଲାପାଳ ଟ୍ରାଇସାଇକେଲ ପ୍ରଦାନ କରିଥିଲେ। ଶିବିରରେ ୮ଟି ଅଭିଯୋଗର ତ୍ୱରିତ୍‌ ସମାଧାନ ହୋଇଥିବା ବେଳେ ଅନ୍ୟ ଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ ଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଏସ୍‌ଡିପିଓ ବିଶ୍ୱନାଥ ମିଶ୍ର, ବିଡିଓ ରଶ୍ମିରେଖା ମଲିକ, ତହସିଲଦାର ଜେ.କଳ୍ପନା, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ ଘଟଣା : ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ଥିବାରୁ ସଭ୍ୟପଦ ରଦ୍ଦ ହୋଇଥିଲା। ଏନେଇ ସେ ଉଚ୍ଚ...

ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ...

ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ...

ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସ୍ବାଧୀନ

ସୁନ୍ଦରଗଡ଼,୨୧।୩(ଡି.ଏନ୍‌.ଏ.): ଚଳିତ ପୌର ନିର୍ବାଚନରେ ସୁନ୍ଦରଗଡ଼ରେ କାହାର ହେବ ବାଜିମାତ। ଚା’ ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଏହି...

ଶହୀଦ ପ୍ରକାଶଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ପୋଲିସ ଅଧିକାରୀ

ବରଗଡ଼ ଅଫିସ,୧୨ା୪: ଚନ୍ଦକା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେଉଥିବାବେଳେ ଗତ ୭ ତାରିଖରେ ଶହୀଦ ହୋଇଥିବା ପ୍ରକାଶ ସାହୁଙ୍କ ପରିବାରବର୍ଗଙ୍କୁ ନବନିଯୁକ୍ତ ଡିଏସ୍‌ପିମାନେ ୧ଲକ୍ଷ ୫୫ହଜାର...

ଲଲିପପ୍‌ ଖାଇ ଚାଲିଗଲା ନାବାଳକଙ୍କ ଜୀବନ, ଦୋକାନୀ ଅଟକ

ପାରଳାଖେମୁଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଡିମ୍ବିରିଝୁଳି ଗାଁରେ ଅଘଟଣ ଘଟିଛି। ଏକ ଦୋକାନରୁ ଲଲିପପ୍‌ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ...

ଆନ୍ତଃରାଜ୍ୟ ହକି ଟୁର୍ନାମେଣ୍ଟ ଜିତିଲା ସୁନ୍ଦରଗଡ

ଉଲୁଣ୍ଡା, ୮ା୧(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ପଞ୍ଚାୟତର ଗିନ୍ଦିଲ୍ଲାମାଲଠାରେ ଉଲୁଣ୍ଡା ଯୁବ ମହାସଂଘ ଏବଂ ଆଦିବାସୀ ବିକାଶ କ୍ଲବ ମିଳିତ ଆନୁକୂଲ୍ୟରେ...

ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ...

Advertisement
Archives

Model This Week