ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ା ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ଗୁରୁତର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ୩ଟି ସ୍କ୍ବାଡ ଗଠନ କରିଛନ୍ତି। ସୋମବାର ସୁଦ୍ଧା ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ବ୍ୟକ୍ତିଙ୍କୁ ଧରି ଏସ୍‌ପି ବି.ଗଙ୍ଗାଧର ଫରେନସିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗଣବଳାତ୍କାର ଶିକାର ହୋଇଥିବା ଛାତ୍ରୀ ଜଣକ ଜୁନାଗଡର ଏକ ଘରୋଇ ନର୍ସିଂ କେନ୍ଦ୍ରରେ ତାଲିମ ନେଉଥିଲେ ା ପ୍ରତିଦିନ ସେ ଏକ ଘରୋଇ ବସ୍‌ରେ ଘରୁ ଜୁନାଗଡକୁ ଯାତାୟାତ କରିଥାନ୍ତି। ଗତ ୧୪ ତାରିଖ ଦିନ ସେ ଚିକିତ୍ସା ପାଇଁ ଭବାନୀପାଟଣାକୁ ଯାଇଥିଲେ। ସେଠାରୁ ଅପରାହ୍ନ ୧.୪୫ରେ ଭବାନୀପାଟଣା ବସଷ୍ଟାଣ୍ଡ ରାସ୍ତାକଡରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ଯାତାୟାତ କରୁଥିବା ଘରୋଇ ବସ୍‌ର ଡ୍ରାଇଭରଙ୍କ ସହ ତାଙ୍କର ଦେଖା ହୋଇଥିଲା। କୋକସରାକୁ ଆଉ ବସ୍‌ ନାହିଁ ା ତାଙ୍କ ସହ ଆଉ କେହି ଆସି ନ ଥିବା ଛାତ୍ରୀ ଜଣକ ଡ୍ରାଇଭରଙ୍କୁ କହିଥିଲେ। ତୁମେ ମୋ ବାଇକ୍‌ରେ ଆସ ମୁଁ ତୁମକୁ ଘରେ ଛାଡି ଦେବି ବୋଲି ଡ୍ରାଇଭର ତାଙ୍କୁ କହିଥିଲେ। ଡ୍ରାଇଭରଙ୍କ କଥାରେ ବିଶ୍ୱାସ କରି ଛାତ୍ରୀ ଜଣକ ତାଙ୍କ ବାଇକ୍‌ରେ ଆସିଥିଲେ। ଏହି ସମୟରେ ଡ୍ରାଇଭରଙ୍କୁ ଅନ୍ୟ କାହାର ଫୋନକଲ ଆସିଥିଲା। ମୁଁ ଆସୁଛି କହି ଡ୍ରାଇଭର ଫୋନ୍‌ କାଟି ଦେଇଥିଲେ। ଜୁନାଗଡ ନିକଟସ୍ଥ ବନମାଳୀପୁରଠାରେ ଡ୍ରାଇଭର ନିଜ ବାଇକ୍‌ ଗତିକୁ ମନ୍ଥର କରି ଦେଇଥିଲେ । ଏହାର କିଛି ସମୟ ପରେ ଘଟଣାସ୍ଥଳରେ ୬ରୁ ୭ ଜଣ ବ୍ୟକ୍ତି ପହଞ୍ଚତ୍ ଛାତ୍ରୀଙ୍କ ମୁହଁରେ କପଡା ଘୋଡେଇ ନିକଟସ୍ଥ ଘନା ଜଙ୍ଗଲକୁ ଟେକି ନେଇଥିଲେ। ଏହାପରେ ସେମାନେ ତାଙ୍କୁ ଛୁରୀ ଦେଖାଇ ଜଣକ ପରେ ଜଣେ ବଳାକତ୍ାର କରିଥିଲେ। ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ। ଏପରିକି ଜଣେ ବ୍ୟକ୍ତି ଉକ୍ତ ଘଟଣାର ଭିଡିଓ ସୁଟିଂ କରୁଥିଲେ। ବହୁ କଷ୍ଟରେ ଛାତ୍ରୀ ଜଣକ ସେମାନଙ୍କ କବଳରୁ ଆସି ରାସ୍ତାରେ ପହଞ୍ଚତ୍ ଥିଲେ ା ଏହାର କିଛି ସମୟ ପରେ ଉକ୍ତ ବସ୍‌ ଡ୍ରାଇଭର ତାଙ୍କ ପାଖକୁ ଆସିଥିଲେ। ଏ ସମ୍ପର୍କରେ ପୀଡିତା ଥାନାରେ ଏତଲା ଦେବା ପାଇଁ କହୁଥିଲେ ମଧ୍ୟ ସେ ମନା କରିଥିଲେ। ଏହି ଘଟଣା ପ୍ରଘଟ ହେଲେ ତୁମର ଇଜ୍ଜତ ଯିବ ବୋଲି ସେ ପୀଡିତାଙ୍କୁ କହିଥିଲେ। ହେଲେ ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ଭାଇରାଲ କରି ଦେଇଥିଲେ। ଏ କଥା ଜଣାପଡିବା ପରେ ପୀଡିତା ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଏତଲା ଦେଇଛନ୍ତି। ସମ୍ପୃକ୍ତ ବସ୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଏ ନେଇ ଜୁନାଗଡ ଥାନାରେ ଏକ ମାମଲା (ନଂ. ୨୨୪/୧୯) ରୁଜୁ ହୋଇଛି। ଏହି ଘଟଣାରେ ବସ୍‌ ଡ୍ରାଇଭର ସାମିଲ ଥିବା ଓ ଅଭିଯୁକ୍ତଙ୍କ ପ୍ରତି ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୀଡିତାଙ୍କ ବାପା ଦାବି କରିଛନ୍ତି। ଏ ନେଇ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଖୁବଶୀଘ୍ର ଘଟଣାର ଫର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ…

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ମେସେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ କାର୍ଯ୍ୟକ୍ରମ, ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ….

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୨।୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ମୁକ୍ତେଶ୍ଵର ମହାରୁଦ୍ରଙ୍କ ଜୀର୍ଣ୍ଣ୍ନୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri