ନର୍ସିଂହୋମ, କ୍ଲିନିକ ଉପରେ ଲଗାମ ନାହିଁ

ବାଲେଶ୍ୱର ଅଫିସ, ୮।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହର ସମେତ ଜଳେଶ୍ୱର, ଭୋଗରାଇ, ସୋର, ସିମୁଳିଆ, ନୀଳଗିରି, ରେମୁଣା ଆଦି ବ୍ଲକରେ ଅନେକ ବେଆଇନ ନର୍ସିଂହୋମ ଓ ଘରୋଇ କ୍ଲିନିକ୍‌ ରହିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଲଗାମ ନ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ଅନ୍ୟପକ୍ଷେ ନର୍ସିଂହୋମ ଓ ଘରୋଇ କ୍ଲିନିକ ନେଇ ସରକାରୀ ଭାବେ ଦିଆଯାଉଥିବା ତଥ୍ୟରେ ତାଳମେଳ ରହୁନାହିଁ। ଜିଲାରେ ମୋଟ୍‌ ୫୨ଟି ଘରୋଇ କ୍ଲିନିକ୍‌ ଏବଂ ନର୍ସିଂହୋମ୍‌ ଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ମେଡ଼ିକାଲ ଏଜୁକେଶନ ଏବଂ ଟ୍ରେନିଂ(ଡିଏମ୍‌ଇଟି) ନିକଟରେ ପଞ୍ଜୀକୃତ ହୋଇଥିବା ବେଳେ ରାଜ୍ୟ ପ୍ରଶାସନ ପକ୍ଷରୁ ମୋଟ ୪୧ଟି ବେସରକାରୀ ନର୍ସିଂହୋମ୍‌ ଓ କ୍ଲିନିକ ଥିବା କୁହାଯାଉଛି। ବିସ୍ମୟର କଥା ଯେ, ଏସବୁ ଘରୋଇ ସଂସ୍ଥା ମଧ୍ୟରୁ ଗୋଟିଏମାତ୍ର ସରକାରୀ ସ୍ବୀକୃତିପ୍ରାପ୍ତ ବୋଲି ଜଣାପଡିଛି। ବିନା ଲାଇସେନ୍ସରେ ଚାଲିଥିବା ବେଳେ କେତେକ ନର୍ସିଂହୋମ ଓ କ୍ଲିନିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ। ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସେମାନଙ୍କ ଜୀବନ ସହ କିଭଳି ଖେଳ ଖେଳାଯାଉଛି ଏହା ତାହାର ନମୁନା ବୋଲି ସଚେତନ ନାଗରିକ ତଥା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ପ୍ରଶାସନ ସୂତ୍ରରୁ ଜଣାଯାଇଛି ଯେ, କେତେକ ନର୍ସିଂହୋମ ଓ କ୍ଲିନିକର ପଞ୍ଜୀକରଣ ଓ ନବୀକରଣର ଅନୁମୋଦନ ପାଇଁ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଆବେଦନ ବିଚାର ପାଇଁ ପଡ଼ିରହିଛି। ଅନୁମୋଦନ ମାସେ କି ଦୁଇ ମାସେ ନୁହେଁ, ୨୦୧୫ରୁ କେତେକ ନର୍ସିଂହୋମ୍‌ର ନବୀକରଣ କିମ୍ବା ପଞ୍ଜୀକରଣ ହୋଇପାରିନାହଁି। ସେହିପରି କେତେକ ନର୍ସିଂହୋମ୍‌ର ଲାଇସେନ୍ସ ଅବଧି ୪ରୁ ୫ବର୍ଷ ତଳେ ସରିଯାଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ନର୍ସିଂହୋମ୍‌ଗୁଡ଼ିକ ନିର୍ଦ୍ଧାରିତ ଶଯ୍ୟା ସଂଖ୍ୟାଠାରୁ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି କରି ଚିକିତ୍ସା କାର୍ଯ୍ୟ ଅବାଧରେ ଚଳାଇଛନ୍ତି। ବେଆଇନ ଭାବେ ଚାଲୁଥିବା ନର୍ସିଂହୋମ୍‌ ଓ କ୍ଲିନିକରେ ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ସେଥିପ୍ରତି କିଏ ଦାୟୀ ରହିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଜିଲା ପ୍ରଶାସନ ଏଭଳି ସମସ୍ୟା ସମ୍ପର୍କରେ ଅବଗତ ରହିଛି। ଯାଞ୍ଚ ତଥା ତଦାରଖ ଲାଗି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଏକ ଟିମ୍‌ ଗଠନ କରାଯାଇଛି। ଉକ୍ତ ଟିମ୍‌ ଏହା ମଧ୍ୟରେ ତଦାରଖ କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ଛୋଟରାୟ ଅନୁରୂପ ମତବ୍ୟକ୍ତ କରି କହିଛନ୍ତି, ସମ୍ପ୍ରତି ନର୍ସିଂହୋମଗୁଡ଼ିକର ଫାୟାର ସେଫ୍ଟି, ପରିମଳ ବ୍ୟବସ୍ଥା, ଉପଯୁକ୍ତ ସ୍ଥାନ ଯାଞ୍ଚ ସମେତ ଆବଶ୍ୟକ କାଗଜପତ୍ର ତଦାରଖ ଆରମ୍ଭ ହୋଇଛି। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଅଗ୍ନି ନିର୍ବାପକ ଅଧିକାରୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟରୁ ଜଣେ ଅଧିକାରୀଙ୍କୁ ମିଶାଇ ମୋଟ ତିନିଜଣିଆ ଦଳ ଏହାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଗୋଷ୍ଠୀ ଖୋଲିଲେ ଖୁଚୁରା ବିକ୍ରୟ କେନ୍ଦ୍ର

ଖଇରା, ୩୧ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ମହିଳା ଗୋଷ୍ଠୀ ଅଣ୍ଟା ଭିଡିଛି। ଖଇରାର...

ଆମ୍ବ ଗଛରେ ଝୁଲୁଛି ମୃତଦେହ

ସୋର,୮।୧(ଡି.ଏନ୍‌.ଏ.): ଆମ୍ବ ଗଛରେ ଝୁଲୁଛି ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ସୋର ଅଞ୍ଚଳରେ...

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ସୋର ବିଧାୟକ

ବାହାନଗା,୧ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ବିଧାନସଭା ନିିର୍ବାଚନ ମଣ୍ଡଳୀର ବିଧାୟକ ପର୍ଶୁରାମ ଧଡ଼ା ବିଶ୍ୱ ମହାମାରୀ କରୋନା ଭାଇରସର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

ଅନ୍ଧାରରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ

ସଜନାଗଡ଼, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ପଞ୍ଚାୟତ ରାସ୍ତା ପାର୍ଶ୍ୱରେ ଥିବା ୩୩ କେଭି ବିଦ୍ୟୁତ୍‌ଖୁଣ୍ଟକୁ ଏକ ଅଜଣା...

ଅପରାହ୍ନ ୨ଟା ପରେ ଗଣ୍ଡିବେଡ ବଜାର ବନ୍ଦ

ଖଇରା, ୧ା୫(ଡି.ଏନ.ଏ.)-କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ବଣିକ ସଂଘ ଡାକରାରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାର ବଣିକ...

ଆୟୁର୍ବେଦିକ ଔଷଧ ବଣ୍ଟନରେ ବିଳମ୍ବ

ବାଲେଶ୍ୱର ଅଫିସ, ୧୪।୫-ମହାମାରୀ କରୋନା ସମୟରେ ଜିଲାରେ ସଂକ୍ରମଣ ହୁ ହୁ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି...

ସୁଣ୍ଢିରା, ପୂର୍ବପଡା ଗ୍ରାମରେ ମାସ୍କ ବଣ୍ଟନ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସୁଣ୍ଢିରା ପଞ୍ଚାୟତ ବାରପଡାସ୍ଥିତ ବାବା ଆଳଣ୍ଡଳେଶ୍ୱର ବୋଲବମ କମିଟି ପକ୍ଷରୁ ରବିବାର ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ...

Advertisement
Archives

Model This Week