Posted inଜାତୀୟ

‘ନମସ୍ତେ ଟ୍ରମ୍ପ୍‌’

ଅହମଦାବାଦ,୨୫ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଦକ୍ଷିଣ ଏସିଆରେ ଶାନ୍ତି ପ୍ରସାରରେ ନୂଆଦିଲ୍ଲୀ ନେତୃତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନ ସମେତ ପଡୋଶୀ ଦେଶଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ଭାରତ ଏହି ଅଞ୍ଚଳରେ ଶାନ୍ତି ସ୍ଥାପନ କରିପାରିବ ବୋଲି ଟ୍ରମ୍ପ୍‌ ଆଶାବ୍ୟକ୍ତ କରିଛନ୍ତି। ଆତଙ୍କବାଦ ଦମନରେ ପାକିସ୍ତାନର ପଦକ୍ଷେପକୁ ମଧ୍ୟ ଟ୍ରମ୍ପ୍‌ ପ୍ରଶଂସା କରିଛନ୍ତି। ଆତଙ୍କବାଦ ଦମନ ହୋଇପାରିଲେ ଦକ୍ଷିଣ ଏସିଆରେ ଶାନ୍ତି ଫେରିପାରିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।
ଦୁଇ ବୃହତ ଗଣତନ୍ତ୍ର ଭାରତ ଓ ଆମେରିକା ମଧ୍ୟରେ ଅନେକ ବାଣିଜି୍ୟକ ଚୁକ୍ତି ଅଟକି ରହିଛି। ବୃହତ ବଜାରରେ ପ୍ରବେଶ ଏବଂ ଆମେରିକାର କୃଷି ଓ ଡାଏରୀ ଉତ୍ପାଦଗୁଡ଼ିକର ରପ୍ତାନି ଭଳି କେତେକ ପ୍ରସଙ୍ଗରେ ସହମତି ହୋଇପାରି ନାହିଁ। ଆମେରିକାର ବର୍ଦ୍ଧିତ ଆମଦାନି ଶୁଳ୍କ ଭାରତୀୟ ରପ୍ତାନିକୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଟ୍ରମ୍ପ୍‌ ତାଙ୍କ ଅଭିଭାଷଣରେ ଦୁଇଦେଶର ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଦୁଇଦେଶର ଅର୍ଥନୈତିକ ସମ୍ପର୍କକୁ ଆଗେଇ ନେବା ଲାଗି ଟ୍ରମ୍ପ୍‌ ପ୍ରତିଶ୍ରୁତି ଦେଇଛନ୍ତି। ନିବେଶ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ହ୍ରାସ ଲାଗି ଅବିଶ୍ୱସନୀୟ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା ଟ୍ରମ୍ପ୍‌ କହିଥିଲେ। ୨୦୧୭ ଜାନୁୟାରୀରେ ଟ୍ରମ୍ପ୍‌ ରାଷ୍ଟ୍ରପତି ହେବାଠାରୁ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ବଢ଼ିଥିବା ଦାବି କରିଛନ୍ତି। ଉଭୟ ଦେଶ ପରସ୍ପର ରପ୍ତାନି ସାମଗ୍ରୀର ବଡ଼ ବଜାର ବୋଲି ସେ କହିଛନ୍ତି। ନିଯୁକ୍ତି ସୃଷ୍ଟି ଓ ସୁଯୋଗ ବଢ଼ାଇବାର ପ୍ରକୃଷ୍ଟ ଉପାୟ ହେଲା ବ୍ୟବସାୟ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର କରିବା। ଏଥିପାଇଁ ଅନାବଶ୍ୟକ ପ୍ରଶାସନିକ ପ୍ରତିବନ୍ଧକ, ନାଲିଫିତା କଟକଣା, ନିୟମାବଳୀ ଓ ଟିକସ ବ୍ୟବସ୍ଥା ହଟାଇବାକୁ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଏହାକୁ ଧୂସର ତାଲିକାରେ ରଖିବା ସହ ଚେତାବନୀ ଦେଇଥିବାବେଳେ ଟ୍ରମ୍ପ୍‌ ଇସ୍‌ଲାମାବାଦକୁ ପ୍ରଶଂସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନ ସହ ଆମେରିକାର ଉତ୍ତମ ସମ୍ପର୍କ ରହିଥିବା ସେ କହିଛନ୍ତି। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ଉତ୍ତେଜନା ହ୍ରାସ ପାଇବା ସହ ସ୍ଥିରତା ଓ ସଦ୍ଭାବନା ବଢ଼ିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି। ତେବେ ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଇସ୍‌ଲାମାବାଦ ସହ ଆଲୋଚନା ସମ୍ଭବ ନୁହେଁ ନିଷ୍ପତ୍ତିରେ ନୂଆଦିଲ୍ଲୀ ଅଟଳ ରହିଛି। ଭାରତ-ପାକିିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଟ୍ରମ୍ପ୍‌ ପ୍ରଥମ ଥର ଉଦ୍ୟମ କରିନାହାନ୍ତି, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ସେ ଏକାଧିକ ଥର ପ୍ରସ୍ତାବ ଦେଲେଣି। ତେବେ କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଆସିଛି।
ତାଜମହଲ ଦେଖିଲେ ଟ୍ରମ୍ପ୍‌ ଦମ୍ପତି


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଫାଷ୍ଟ ଲେଡି ମେଲାନିଆ ସୋମବାର ସନ୍ଧ୍ୟାରେ ଆଗ୍ରା ଯାଇ ବିଶ୍ୱପ୍ରସିଦ୍ଧ ତାଜମହଲ ଦର୍ଶନ କରିଛନ୍ତି। ସେମାନଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ୍‌ ମଧ୍ୟ ତାଜମହଲ ବୁଲି ଦେଖିଥିଲେ। ସପ୍ତଦଶ ଶତାବ୍ଦୀରେ ପ୍ରେମର ପ୍ରତୀକ ସ୍ବରୂପ ମୋଗଲ ସମ୍ରାଟ୍‌ ଶାହାଜାହାନ ନିର୍ମାଣ କରିଥିବା ଏହି କୀର୍ତ୍ତିରାଜି ଦେଖି ଟ୍ରମ୍ପ୍‌ ଦମ୍ପତି ବିମୋହିତ ହେବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ। ସେଠାରେ ଆମେରିକା ରାଷ୍ଟ୍ରପତି ଭିଜିଟର ପୁସ୍ତିକାରେ ସ୍ବାକ୍ଷର କରିଥିଲେ। ତାଜମହଲର ଇତିହାସ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଟ୍ରମ୍ପ୍‌ ଦମ୍ପତିଙ୍କୁ ଅବଗତ କରାଯାଇଥିଲା। ଆଗ୍ରା ବିମାନବନ୍ଦରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଥିଲେ। ସେଠାରେ ୨୫୦ରୁ ଊର୍ଦ୍ଧ୍ୱ କଳାକାର ମୟୂର ନୃତ୍ୟ, ରାଇ ଲୋକନୃତ୍ୟ ଆଦି ପ୍ରଦର୍ଶନ କରିଥିଲେ। ୧୫,୦୦୦ ସ୍କୁଲ ପିଲା ରାସ୍ତାର ଉଭୟ ପାର୍ଶ୍ୱରେ ଭାରତ ଓ ଆମେରିକା ପତାକା ଧରି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଥିଲେ। ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଆଗ୍ରାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଚର୍ଚ୍ଚାରେ ଟ୍ରମ୍ପ୍‌ଙ୍କ କାର୍‌

ବିଶ୍ୱର ସବୁଠୁ କ୍ଷମତାଶାଳୀ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦରେ ପହଞ୍ଚତ୍ବା ପରେ ତାଙ୍କ କାର୍‌ ‘ଦି ବିଷ୍ଟ’କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଅଧିକାଂଶଙ୍କ ନଜର ବିଶ୍ୱର ଏହି ସବୁଠୁ ନିରାପଦ କାର୍‌ ଉପରେ ରହିଥିଲା। ଏଆରଫୋର୍ସ ଓ୍ବାନ୍‌ରେ ଟ୍ରମ୍ପ୍‌ ଆସି ଅହମଦାବାଦରେ ପହଞ୍ଚତ୍ବା ପୂର୍ବରୁ ଏହି କାର୍‌ ସେଠାରେ ପହଞ୍ଚତ୍ଥିଲା। କାଡିଲାକ୍‌ କମ୍ପାନୀ ଦ୍ୱାରା ନିର୍ମିତ ଏହି କାର୍‌ରେ ଅନେକ ସୁରକ୍ଷା ଫିଚର ରହିଛି। ୧.୫ ନିୟୁତ ଡଲାର ମୂଲ୍ୟର ୯୦୦୦ କିଲୋଗ୍ରାମ ଲିମୋସିନରେ ନିର୍ମିତ ବିଷ୍ଟ୍‌ ବୁଲେଟ ଓ ବିସ୍ଫୋରକ ପ୍ରତିରୋଧି। ଏଥିରେ ୫ ଇଞ୍ଚ ମୋଟେଇର ମିଲିଟାରୀ ଗ୍ରେଡ୍‌ ଆର୍ମର ରହିଛି। ଏହାର ଡୋର୍‌ ଆର୍ମର ୮ ଇଞ୍ଚ ମୋଟେଇର ଆର୍ମର ପ୍ଲେଟ୍‌ରେ ନିର୍ମିତ, ଯାହା ରାସାୟନିକ ଆକ୍ରମଣରୁ ରକ୍ଷା କରିପାରିବ। କାର୍‌ର ଝରକା କାଚ ୫ ସ୍ତରୀୟ କାଚ ଓ ପଲିକାର୍ବୋନେଟରେ ତିଆରି ଯାହା ବୁଲେଟ ପ୍ରତିରୋଧ କରିବାକୁ ସକ୍ଷମ। ଏହାର ଟାୟାର ପଙ୍କ୍‌ଚରନିରୋଧୀ। ଆର୍ମର ପ୍ଲେଟରେ ନିର୍ମିତ ଏହାର ଇନ୍ଧନ ଟାଙ୍କି ଫୋମ୍‌ ଆବୃତ୍ତ ହୋଇଥିବାରୁ ବିସ୍ଫୋରଣ ନିରୋଧୀ। କାର ଭିତର ପମ୍ପ୍‌ ଆକ୍ସନ ସଟ୍‌ଗନ୍‌, ଟିଅର ଗ୍ୟାସ୍‌ କାନନ୍‌, ଫାୟାର ଫାଇଟିଂ ସିଷ୍ଟମ ସହିତ ଟିଅର ଓ ସ୍ମୋକ୍‌ ସ୍କ୍ରିନ୍‌ ଡିସ୍‌ପେନ୍‌ସର ରହିଛି। ଏଥିରେ ସାଟେଲାଇଟ ଫୋନ୍‌ ରହିଛି ଯାହାଦ୍ୱାରା ପେଣ୍ଟାଗନ ସହ ସିଧାସଳଖ ଯୋଗାଯୋଗ କରାଯାଇପାରିବ। ଏଥିରେ ପାନିକ୍‌ ବଟନ, ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥା ରହିଛି। ଆମେରିକା ସିକ୍ରେଟ ସର୍ଭିସ ଦ୍ୱାରା ପରିଚାଳିତ ଏହି କାର ସମ୍ଭାବ୍ୟ ବିପଦ ଏଡାଇବା ପାଇଁ ୧୮୦ ଡିଗ୍ରୀ ଟର୍ନ କରିପାରିବ।

ସ୍ବତନ୍ତ୍ର ଡାଏଟ୍‌ ପ୍ଲାନ୍‌

 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାର ଫାଷ୍ଟ ଲେଡି ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ୍‌ କୁଶନର ସୋମବାର ଭାରତ ପରିଭ୍ରମଣରେ ଆସିଛନ୍ତି। ପୂର୍ବରୁ ଇଭାଙ୍କା ଭାରତ ଗସ୍ତରେ ଆସିଥିଲେ। ଏହା ସତ୍ତ୍ୱେ ଟ୍ରମ୍ପ ଓ ତାଙ୍କ ପରିବାର ସଦସ୍ୟଙ୍କ ଭାରତ ଗସ୍ତ ସମଗ୍ର ଦେଶବାସୀଙ୍କ ମନରେ ଉତ୍ସୁକତା ଭରିଦେଇଛି। ଇଭାଙ୍କାଙ୍କ ଡାଏଟ୍‌ ପ୍ଲାନ୍‌ ଓ ଟ୍ରମ୍ପଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଖାଦ୍ୟ ଶୈଳୀକୁ ନେଇ ଅନେକ ପ୍ରଶ୍ନ ରହିଛି। ଇଭାଙ୍କା କୋଶର ଡାଏଟ୍‌ ଫଲୋ କରନ୍ତି। ସେ ଜାରେଡ୍‌ କୁଶନରଙ୍କୁ ବିବାହ ପୂର୍ବରୁ ହିଁ ଏହି ଡାଏଟ୍‌ ଫଲୋ କରୁଥିଲେ। କିଟୋ ବା ଜିଏମ୍‌ ଡାଏଟ୍‌ ଭଳି ଏହି ଡାଏଟ୍‌ ଓଜନ ଘଟାଇବା ପାଇଁ ନୁହେଁ। ଏହା ଏକ ପାରମ୍ପରିକ ଡାଏଟ୍‌, ଯେଉଁଥିରେ ଇହୁଦୀ ନିୟମ ଆଧାରରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟକୁ ସାମିଲ କରାଯାଇଥାଏ। କୋଶର ହେବ୍ର୍ୟୁ ଶବ୍ଦ କ୍ୟାଶରରୁ ଆସିଛି, ଯାହାର ଅର୍ଥ ଶୁଦ୍ଧ ବା ଖାଇବାଯୋଗ୍ୟ। କୋଶର ଡାଏଟ୍‌ରେ କିଛି ବିଶେଷ ନିୟମ ରହିଥାଏ, ଯେପରି କି କେଉଁ କେଉଁ ଖାଦ୍ୟ ଖାଇପାରିବେ, କେଉଁ ଖାଦ୍ୟ କାହା ସହିତ ଖାଇପାରିବେ ଓ କେଉଁ ଖାଦ୍ୟକୁ ଆଦୌ ଖାଇପାରିବେ ନାହିଁ। ଏଥିସହ ଖାଇବା ପୂର୍ବରୁ ସେହି ଖାଦ୍ୟ କେଉଁଠୁ ଆସିଛି ଓ କିପରି ପ୍ରସ୍ତୁତ କରାଯାଇଛି ସେ ସମ୍ପର୍କରେ ଜାଣିବା ଆବଶ୍ୟକ। ଇଭାଙ୍କା ଇହୁଦୀ ଧର୍ମ ପାଳନ କରୁଥିବା ବେଳେ ଷ୍ଟ୍ରିକ୍ଟ କୋଶର ଡାଏଟ୍‌ ଫଲୋ କରନ୍ତି।

ଟ୍ରମ୍ପ୍‌ଙ୍କ ଲାଗି ମେନୁରେ ଶାକାହାରୀ ଖାଦ୍ୟ

 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ୍‌, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚସ୍ତରୀୟ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍‌ ଟମାଟୋ ସସ୍‌ ସହ ବିଫ୍‌ ଖାଇବାକୁ ବହୁତ ପସନ୍ଦ କରନ୍ତି। ହେଲେ ଭାରତ ଭିତରେ ମେନୁରୁ ବିଫ୍‌କୁ ବାଦ୍‌ ଦିଆଯାଇଛି। ତାଙ୍କ ଖାଦ୍ୟରେ ଅଧିକ ମାତ୍ରାରେ ଶାହାକାରୀ ଖାଦ୍ୟ ଗୁଜରାଟୀ ଷ୍ଟାଇଲରେ ତିଆରି କରାଯାଇଛି। ଫର୍ଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲର ଶେଫ୍‌ ସୁରେଶ ଖାନ୍ନାଙ୍କୁ ଟ୍ରମ୍ପ୍‌ଙ୍କ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସେ ସିଗନେଚର କୁକିଜ୍‌, ଗୁଜରାଟର ସ୍ପେଶାଲ ଖମଣ ଢୋକ୍‌ଲା, ବ୍ରୋକ୍‌ଲି-କର୍ଣ୍ଣ ସମୋସା ତିଆରି କରିଛନ୍ତି। ଟ୍ରମ୍ପ୍‌ଙ୍କୁ ଖମଣ ଢୋକ୍‌ଲା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଶାଲ ଅଦା ଓ ମସଲା ଚା’ ପସନ୍ଦ ଥିବାରୁ ଏହାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ବ୍ୟତୀତ ଆଇସ୍‌ ଟି ଓ ଗ୍ରୀନ ଟି’ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦିଲ୍ଲୀ ଜଳୁଥିବା ବେଳେ ‘ନମସ୍ତେ ଟ୍ରମ୍ପ୍‌’

ଶ୍ରୀନଗର: ସିଏଏ ବିରୋଧୀ ହିଂସାକାଣ୍ଡରେ ଦିଲ୍ଲୀ ଜଳୁଛି, ୮୦ ଲକ୍ଷ କଶ୍ମୀରୀ ସେମାନଙ୍କର ମୌଳିକ ଅଧିକାରରୁ ଦୀର୍ଘଦିନ ଧରି ବଞ୍ଚିତ ହୋଇଆସୁଛନ୍ତି। ଏତିକିବେଳେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମକୁ ନେଇ ଉତ୍ସବ ପାଳନ କରାଯାଉଛି। ଏଭଳି ମତ ରଖିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ମୁଫ୍‌ତି। ମା’ଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିବା ଇଲ୍‌ତିଜା କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସେମାନେ ଭୁଲିଗଲେଣି ବୋଲି କହିଛନ୍ତି। ୩୭୦ ଧାରା ଉଚ୍ଛେଦ ସହ ମା’ ମେହବୁବା ଏବଂ ଅନ୍ୟ ପ୍ରମୁଖ କଶ୍ମୀରୀ ନେତାଙ୍କୁ ଅଟକ ରଖାଯିବାକୁ ସେ ତୀବ୍ର ସମାଲୋଚନା କରିଛନ୍ତି। କଶ୍ମୀରରେ ସୋସିଆଲ ମିଡିଆ ବ୍ୟାନ୍‌ କରାଯିବା ଓ ଏଠାକାର ସ୍ଥିତି ଜଟିଳ ହେବା ପଛରେ କେନ୍ଦ୍ରର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri