Posted inଫୁରସତ

ନବଦମ୍ପତି ହଜାଇଦେଲେ ମନ ପସନ୍ଦର ଜିନିଷ, ପାଇବା ପାଇଁ ଖେଳାଇ ଖୋଜିଲେ ୩୦ ଟନ୍‌ ଅଳିଆ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ନବଦମ୍ପତି ସେମାନଙ୍କ ମନ ପସନ୍ଦର ଏକ ଜିନିଷ ହଜାଇ ଦେଇଥିଲେ। ଫଳରେ ଏହାକୁ ପାଇବା ପାଇଁ ସେମାନେ ୩୦ ଟନ୍‌ର ଅଳିଆ ଖୋଜିବାରେ ଲାଗିଲେ। ଯାହା ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଗଲେ। ଏମିତି କ’ଣ ହଜାଇ ଦେଇଛନ୍ତି ଯେ, ଏତେ ଅଳିଆ ଖୋଜିବାକୁ ପଡୁଛି। ଯିଏ ଦେଖିଲା ଘଡ଼ିଏ ଅଟକି ଚାହିଁଲା। ପରେ ଜାଣିବାକୁ ମିଳିଲା ଏହି ନବଦମ୍ପତି ଏକ ହୀରାର ମୁଦି ଭୁଲ ବଶତଃ ହଜାଇ ଦେଇଛନ୍ତି। ଯାହାକୁ ଖୋଜିବା ପାଇଁ ଏତେ ଅଳିଆ ଘାଣ୍ଟିବାକୁ ପଡ଼ିଲା। ୩ ଘଣ୍ଟାର ପରିଶ୍ରମ ପରେ ସେମାନଙ୍କ ଜୁଏଲାରି ବକ୍ସ ଅଳିଆ ଗଦାରୁ ମିଳିଲା। ଯାହାକୁ ପାଇ ସେମାନେ ବହୁତ ଖୁସି ବ୍ୟକ୍ତି କରିଛନ୍ତି।


ଦମ୍ପତି କୁହନ୍ତି, ସେମାନଙ୍କ ଘର ରେନୋଭେଟ୍‌ ବା ପୁନରୁଦ୍ଧାର କରାଯାଇଥିଲା। ଏହାର ଅଳିଆ ଉଠାଇବା ପାଇଁ ସେ କାଉନସିଲକୁ ଫୋନ୍‌ କରିଥିଲେ। କାଉନସିଲ କର୍ମଚାରୀମାନେ ପହଞ୍ଚି ଗାଡ଼ିରେ ଅଳିଆ ନେଇଥିଲେ। ଏହା ପରେ ତାଙ୍କର ହୀରାମୁଦି ଥିବା ଜୁଏଲାରି ବକ୍ସ ନ ପାଇ ପୁନର୍ବାର କର୍ମଚାରୀଙ୍କୁ ଫୋନ୍‌ କରିଥିଲେ। ଦମ୍ପତି ସହରର ଡମ୍ପିଂୟାର୍ଡରେ ପହଞ୍ଚି ଅଳିଆ ଖୋଜିଥିଲେ। ଶେଷରେ ମୁଦିଟିକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଟିଂ ଆପରୁ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଯୁବତୀ, ପରେ ହୋଟେଲ ନଚେତ ଘରକୁ ନେଇ…

ପୁଣେ: ମହାମାରୀ କରୋନା ସମୟରେ ଚାକିରି ହରାଇଥିଲେ ଅନେକ। ଏହି ସମୟରେ ଜଣେ ଯୁବତୀ ଟଙ୍କା କମାଇବାର ଅଜବ ଉପାୟ ଆପଣାଇଥିଲେ, ଯାହାକୁ ଶୁଣିଲେ ଆପଣ...

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ...

ଦୃଷ୍ଟି ଆକର୍ଷଣ କରୁଛି ଧଳା ବାଦୁଡି: ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ କେବେକେବେ ଏମିତି କିଛି ଭିଡିଓ ଅବା ଫଟୋ ଭାଇରାଲ ହୋଇଥାଏ ଯାହା ଆସିଥାଏ ଚର୍ଚ୍ଚାକୁ। ନିକଟରେ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ଇନଷ୍ଟାଗ୍ରାମରେ...

ପରିବେଶୀୟ ସନ୍ତୁଳନ ଅପରିହାର୍ଯ୍ୟ

ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା...

କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି।...

ସାର୍କ ସହ ୮ ବର୍ଷର ବାଳକ କଲେ ଲଢ଼େଇ, ଶେଷରେ…

କିଏ ସମୁଦ୍ରରେ ପହଁରିବାକୁ ତ କିଏ ସମୁଦ୍ର କୂଳରେ ସମୟ ବିତାଇବାକୁ ଭଲ ପାଏ। ତଥାପି ସମୁଦ୍ର କୂଳରେ ନାନା ବିପଦ ରହିଛି। ଏବେ ଜଣେ...

ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ...

ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର...

Advertisement
Archives

Model This Week