ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। ଇତିମଧ୍ୟରେ ୪ର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ପ୍ରତିଦ୍ୱଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଆୟ, ଆପରାଧିକ ପୃଷ୍ଠଭୂମି ଏବଂ ଋଣଭାରକୁ ନେଇ ବୁଧବାର ରିପୋର୍ଟ ପ୍ରକାଶ ପାଇଛି।
ରାଜ୍ୟର ୬ ଲୋକ ସଭା ଆସନର ୫୨ ପ୍ରାର୍ଥୀଙ୍କ ଦାଖଲ ସତ୍ୟପାଠ ତଥ୍ୟକୁ ଆସୋସିଏଟ୍‌ ଫର ଡେମୋକ୍ରେଟିକ ରିଫର୍ମ (ଏଡିଆର) ପକ୍ଷରୁ ବିଶ୍ଳେଷଣ କରାଯାଇଛି। ଏଥିରେ ବାଲେଶ୍ୱର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ଋଣଭାର ସର୍ବାଧିକ ବୋଲି ଜଣାପଡିଛି। ତାଙ୍କ ଋଣର ପରିମାଣ ୧୦୭,୯୫,୮୨,୦୦୦ଟଙ୍କା ରହିଛି। ସେହିପରି ତାଙ୍କ ସମ୍ପତ୍ତିର ପରିମାଣ ୧୦୪,୨୦,୦୫,୦୦୦ ରହିଛି। ଆୟରେ ନବଜ୍ୟୋତି ଏହି ପର୍ଯ୍ୟାୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। କେନ୍ଦ୍ରାପଡାରୁ ଭାଜପା ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡା ଦେଶର ସର୍ବାଧିକ ତୃତୀୟ ଆୟକାରୀ ପ୍ରାର୍ଥୀ ବୋଲି ଜଣାପଡିଛନ୍ତି। ଗତ ଆର୍ଥିକ ବର୍ଷରେ ବୈଜୟନ୍ତ ୯ କୋଟି ଟଙ୍କା ଆୟ କରିଥିଲେ। ଜାତୀୟସ୍ତରରେ ବୈଜୟନ୍ତଙ୍କଠାରୁ କଂଗ୍ରେସର ପ୍ରିୟା ଦତ୍ତ ଏବଂ ବିବେକ କ୍ରିଷ୍ଣା ତନ୍‌ଖା ଅଧିକ ଆୟକାରୀ ବୋଲି ଜଣାପଡିଛି। ରାଜ୍ୟର ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ କୋଟିପତି ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଆପରାଧିକ ମାମଲା ଥିବା ରହିଛିି। ତନ୍ମଧ୍ୟରୁ ୬ ଜଣଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ଦରଜ କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ହେବାରୁ ଥିବା ଯାଜପୁର ଲୋକ ସଭା ଆସନକୁ ଏଡିଆର ପକ୍ଷରୁ ରେଡ ଆଲର୍ଟ ଶ୍ରେଣୀଭୁକ୍ତ କରାଯାଇଛି। ହାରାହାରି ବିଜେଡି ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ୧୪ କୋଟି ଟଙ୍କା ରଖାଯାଇଛି। ନବଜ୍ୟୋତି ଏବଂ ବୈଜୟନ୍ତଙ୍କ ବ୍ୟତୀତ କୋଟିପତି ତାଲିକାରେ ଅନେକ ନେତା ମଧ୍ୟ ରହିଛନ୍ତି। ସେମାନେ ହେଉଛନ୍ତି- ବିଜେଡିରୁ ରବୀନ୍ଦ୍ର ଜେନା, ମଞ୍ଜୁଲତା ମଣ୍ଡଳ, ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ ଏବଂ ଦେବାଶିଷ ମାରାଣ୍ଡି। ସେହିପରି କଂଗ୍ରେସରୁ ଧରଣୀଧର ନାୟକ, ମାନସ ଜେନା ଏବଂ ମଧୁସ୍ମିତା ସେଠୀଙ୍କ ସମ୍ପତ୍ତିର ପରିମାଣ କୋଟିଏରୁ ଅଧିକ। ଅନ୍ୟମାନଙ୍କ ମଧ୍ୟରେ ଭାଜପାରୁ ଅଭିମନ୍ୟୁ ସେଠୀ, ଅମିୟ ମଲିକ, ଜେଏମ୍‌ଏମ୍‌ରୁ ଅଞ୍ଜଳି ସୋରେନ୍‌ ମଧ୍ୟ କୋଟିପତି ପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୦।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ସହି ନ ପାରି ଗତ ଜୁଲାଇ ୨ରେ କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା...

ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍‌

ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ...

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌...

ଦାବି ପୂରଣ ପାଇଁ ଘାସ ଚୋବାଇଲେ ଗାଁସାଥୀ

ଭୁବନେଶ୍ୱର,୨୬।୧୦: ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ପୁଣି ଏକାଠି ହେଲେ ଗାଁସାଥୀ। ଗାଁସାଥୀ(ମେଟ୍‌) କମିଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶର ଶତାଧିକ...

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ...

ଲଘୁଚାପ: ୮ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ବର୍ଷାଜାରି ରହିଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲଘୁଚାପ ବର୍ଷା ଲାଗିରହିବ। ତେବେ...

ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର...

ବଢ଼ିପାରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେବ ସଂକ୍ରମଣ ହାର ୧୦ ହଜାର ଉପରେ ରହୁଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ...

Advertisement
Archives

Model This Week