ନନ୍ଦନକାନନରେ ଅଣ୍ଡିରା ଧୂସର ଗଧିଆ ମୃତ

ବାରଙ୍ଗ,୧୮।୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ନୀଳଗିରି ବାନର ଛୁଆ ମୃତ୍ୟୁ କରିଥିବାର ଦୁଇଦିନ ନ ପୂରୁଣୁ ଶନିବାର ଭୋରୁ ଏକ ଅଣ୍ଡିରା ଧୂସର ଗଧିଆ ଡାକ୍ତରଖାନାରେ ମୃତ୍ୟୁ କରିବା ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଡାକ୍ତରଖାନାର କର୍ମଚାରୀମାନେ ସକାଳେ ଆସିବାବେଳେ ଗଧିଆଟି ମରିପଡ଼ିଥିବାର ଦେଖିଥିଲେ। ମୃତ୍ୟୁ କରିଥିବା ଅଣ୍ଡିରା ଗଧିଆ ସହ ଏକ ମାଈ ଗଧିଆକୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ମହୀଶୂରରୁ ନନ୍ଦନକାନନକୁ ଆସିଥିଲା। ଏହାମଧ୍ୟରୁ ୨୦୧୯ ମାର୍ଚ୍ଚ ୭ରେ ମାଈ ଗଧିଆଟି ମୃତ୍ୟୁ କରିଥିଲା। ଏହାପରେ ସାଥୀକୁ ହରାଇ ଅଣ୍ଡିରାଟି ଡାକ୍ତରଖାନାର କ୍ୱାରେଣ୍ଟାଟାଇନରେ ନିଃସଙ୍ଗ ଜୀବନ ଜିଇବାକୁ ଆରମ୍ଭ କରିଥିଲା। ଏହାର ସାଥିକୁ ଆଣିବା ପାଇଁ ନନ୍ଦନକାନନର ସ୍ବତନ୍ତ୍ର ପ୍ରକଳ୍ପ ରେଞ୍ଜ ଅଫିସର କୁମର ବେହେରାଙ୍କ ନେତୃତ୍ୱରେ ଏକ ଦଳ ୨ତାରିଖରେ ମଧ୍ୟପ୍ରଦେଶର ଇନଡୋର ଚିଡିଆଖାନାକୁ ଯାଇଥିଲେ। ସେଠାରୁ ଏକ ମାଈ ଗଧିଆକୁ ସାଙ୍ଗରେ ଧରି ଗତ ଅଗଷ୍ଟ ୭ରେ ନନ୍ଦନକାନନରେ ପହଞ୍ଚତ୍ଥିଲେ। କିନ୍ତୁ ସାଥି ଗଧିଆ ଆସିବାପୂର୍ବରୁ ଡାକ୍ତରଖାନାରେ ଥିବା ଅଣ୍ଡିରା ଗଧିଆଟିର ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ଧୀରେ ଧୀରେ ଆହୁରି ଦୁର୍ବଳ ହେବାରୁ ନନ୍ଦନକାନନର ଡାକ୍ତରମାନେ ଚିକିତ୍ସା ସତ୍ତ୍ୱେ ଅଣ୍ଡିରା ଗଧିଆକୁ ବଞ୍ଚଇବାରେ ସକ୍ଷମ ହୋଇପାରି ନ ଥିଲେ। ଏବେ ପୁଣି ମାଈ ଗଧିଆଟି ଏକୁଟିଆ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ସର୍କରା ସ୍ଥିତି

ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ...

ବିଦ୍ୟୁତ୍‌ କାଟ ପାଇଁ ସେସୁ ପ୍ରସ୍ତୁତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଜାନୁୟାରୀ ୧୬ ତାରିଖ ପରଠାରୁ ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ...

ସୁବର୍ଣ୍ଣପୁର ଓଡ଼ିଆ ଭାଷା, ଲିପିର ଅନ୍ତୁଡ଼ିଶାଳ

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁବର୍ଣ୍ଣପୁର ରାଜ ଦରବାରର ବହୁତ ବଡ ଅବଦାନ ରହିଛି। ଏହି ମାଟିର ଶାସକ ମହାରାଜା ବୀର ମିତ୍ରୋଦୟ ସିଂହଦେଓ ସଂସ୍କୃତ,...

କରୋନା ନେଲା ଆଉ ୧୦ ଜୀବନ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ଶନିବାର ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ ଲାଗି କଳିଙ୍ଗ ଷ୍ଟାଡିୟମରେ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨।୬(ବ୍ୟୁରୋ): ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି। ତେବେ କଳ୍ପନାଙ୍କ ଶେଷ ଦର୍ଶନ...

୨ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର,୧ା୮(ଅନିଲ ଦାସ):କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୪...

ଚିଠି ଲେଖିଲେ ପରିବହନ କମିଶନର: ସ୍କୁଲ, କଲେଜ, ବ୍ଲକ ଅଫିସରେ ଖୋଲିବ ଲର୍ଣ୍ଣିଂ ଲାଇସେନ୍ସ କ୍ୟାମ୍ପ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ସରକାରୀ ଛୁଟି ଦିନରେ ଜନସାଧାରଣଙ୍କୁ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଏଥିସହ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମିଳିବା ନେଇ ଅଧିକ ସ୍ଥାନରେ ସ୍ଲଟ୍‌ ଖୋଲିବା ଲାଗି...

ଶିମିଳିପାଳ ୨ ଦିନ ବନ୍ଦ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଶୁକ୍ରବାର ଏବଂ ଶନିବାର ବନ୍ଦ ରହିବ । ଘନ କୁହୁଡି ଯୋଗୁ ରାସ୍ତା ଠିକ୍‌ ଭାବେ ଦେଖାଯାଉ ନ ଥିବାରୁ ପର୍ଯ୍ୟଟକଙ୍କ...

Advertisement
Archives

Model This Week