ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। ଜଙ୍ଗଲରେ ମୁହଁ। ମୁହିଁ ହେଉଥିବା ମଣିଷଙ୍କୁ ଦଳିଦେବା କି ଗଁାରେ ପଶି ଘର ଭାଙ୍ଗିବା ଆଉ ନୂଆ ଘଟଣା ହୋଇ ନାହିଁ। ଦୈନିକ କେଉଁଠି ନା କେଉଁଠି ଏପରି ଅଘଟଣର ସମ୍ମୁଖୀନ ହେଉଛି ମଣିଷ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଳଚେର ପୌରାଞ୍ଚଳର ଷଣ୍ଢ ଗଁା ଓ ନିକଟସ୍ଥ ସନ୍ଥପଡ଼ାରେ ଯେପରି ହାତୀ ୫ଜଣଙ୍କ ମୃତ୍ୟୁର କାରଣ ହେଲା ତାହା ଅତ୍ୟନ୍ତ ଚିନ୍ତାଜନକ। ପଡ଼ୋଶୀ ଢେଙ୍କାନାଳ ଜିଲାର ମହାବିରୋଡ୍‌ ରେଞ୍ଜରେ ଉତ୍ପାତ ଚଳାଇଥିବା ଏହି ନରହନ୍ତା ଦନ୍ତା ଗତ ୨ ବର୍ଷରେ ୧୯ଜଣଙ୍କ ଜୀବନ ନେବା ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ବ୍ରାହ୍ମଣୀ ନଦୀ ପାର ହୋଇ ଏହି ଦନ୍ତା ମହାବିରୋଡରୁ ତାଳଚେର ରେଞ୍ଜରେ ପ୍ରବେଶ କରିବା ପରେ ଏପରି ନରସଂହାର ଘଟାଇଥିବା ବନ ବିଭାଗ କହିଛି। ତେବେ ମଣିଷ ଓ ଗଜରାଜ ମଧ୍ୟରେ ପ୍ରାୟତଃ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ଜଙ୍ଗଲ ଚାରିପାଖେ ଗଭୀର ଟ୍ରେଞ୍ଚ ଖୋଳାଯିବା ଓ ସୋଲାର ଫେନସିଂ ବ୍ୟବସ୍ଥାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ହେଉ ନ ଥିବାରୁ ଏପରି ଏକ ଭୟାନକ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଥିଯୋଗୁ କେତେବେଳେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ନିରୀହ ମଣିଷକୁ ଦଳି ଦେଉଛି ଦନ୍ତା ହାତୀ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

ଖୋଲା ଆକାଶତଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ: ଅବ୍ୟବସ୍ଥାରେ ସର୍ବପୁରାତନ ପ୍ରାଥମିକ ବିଦ୍ୟାଳୟ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ…

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ: ଉଠିଲା ପ୍ରଶ୍ନବାଚୀ

ପୁରୁଣାଭୁବନେଶ୍ୱର,୧୭ା୭(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ…

ମହାପ୍ରଭୁଙ୍କ ମସ୍ତକରେ କାହିଁକି ନ ଥିଲା ଟାହିଆ; ସବୁ ଗୁମର ଖୋଲିଦେଲେ ସେବାୟତ: ଜାଣନ୍ତୁ ଭିତରେ କ’ଣ ସବୁ ଘଟିଥିଲା

ପୁରୀ,୧୭।୭(ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଥାଏ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ। ପ୍ରତ୍ୟେକ ବର୍ଷ…

ବଡ଼ଦାଣ୍ଡରେ ଭକ୍ତ- ଭଗବାନ ମିଳନ: ଆଜି ସକାଳ ୯ଟା ୩୦ରେ ପୁଣି ଟଣାଯିବ ରଥ

ପୁରୀ,୧୭ା୭(ଅଜିତ୍‌ କୁମାର ମହାନ୍ତି):ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁରୁବାର ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri