ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା ସିଲି ବେହେରାଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ହିଞ୍ଜିଳିକାଟୁ ବ୍ଲକ ଗିରିଆ ନଦୀ ତଟରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ନିଖୋଜ ସିଲିଙ୍କ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି ତାହା ସିଲିଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ଏ ନେଇ ନଂ.୨୧/୧୯ରେ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ବାଲୁଙ୍କା ପୂଜା ପାଇଁ ବାଲି ଆଣିବାକୁ ଋଷିକୂଲ୍ୟା ନଦୀକୁ ଯାଇଥିବା ବେଳେ ସିଲିଙ୍କ ସମେତ ୫ ଯୁବତୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ମଧ୍ୟ ସିଲିଙ୍କୁ ପାଇ ନ ଥିଲେ। ଦମକଳବାହିନୀ ବି ସନ୍ଧ୍ୟା
ପର୍ଯ୍ୟନ୍ତ ନଦୀରେ ଖୋଜିଥିଲେ ମଧ୍ୟ ସିଲିଙ୍କ ପତ୍ତା ମିଳି ନ ଥିଲା।

ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ, ୨୦।୧: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କର ବୁଧବାର ସକାଳେ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ...

ଜେଲ, ମେଡିକାଲ ପରିସରରେ ରକ୍ଷାବନ୍ଧନ
ସୋରଡ଼ା,୧୫।୮(ଡି.ଏନ୍.ଏ.)- ସ୍ବାଧୀନତା ଦିବସ, ରକ୍ଷାବନ୍ଧନ ଉପଲକ୍ଷେ ବିବେକାନନ୍ଦ ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ସବ୍ ଜେଲ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏଥିରେ ଅନ୍ତେବାସୀଙ୍କୁ...

ମନ୍ଦିରରେ କଳାକନା ବୁଲାଇଲେ
ବ୍ରହ୍ମପୁର ଅଫିସ,୧୬।୭: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣନଗର ପଞ୍ଚମ ଲାଇନ୍ ନୂଅଁାବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ଗୁରୁବାର...

କେବେ ସରିବ ଏହି ରାସ୍ତା ନିର୍ମାଣ, ବଢୁଛି ଅସନ୍ତୋଷ
ଗଞ୍ଜାମ,୨୮।୨(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୯ ନଂ ଓ୍ବାର୍ଡର ବରପଲି ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଘୋର...

ବସ୍ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର
ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍ ସିଟି ବସ୍ ଦୁର୍ଘଟଣାଗ୍ରସ୍ତ...

ରାଜ୍ୟର ୩୬ ହଜାର ଲୋକ ପାଇଛନ୍ତି ସେବା
ଛତ୍ରପୁର, ୧୬ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ରବିବାର ଛତ୍ରପୁର ମିନି ଷ୍ଟାଡିୟମରେ ମେଗା ଆଇନ ସେବା...

ଲକ୍ଡାଉନ୍ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କଲା ପ୍ରଶାସନ
ପାଟପୁର,୨୩।୩(ଡି.ଏନ୍.ଏ.): ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ...

୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ
ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର...