ଚଣ୍ଡିଖୋଲ,୭ା୧୧(ଡି.ଏନ୍.ଏ.):କଟକ ଜଗତ୍ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ ବିରୂପା ନଦୀବନ୍ଧ ଭାଙ୍ଗିଥିଲା। ୧୦୦ ବର୍ଷର ଏହି ନଦୀ ବନ୍ଧ କଟକ ଜିଲାର ତ୍ରିବେଣୀଶ୍ୱରଠାରେ ଭାଙ୍ଗିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବନ୍ୟା ଦାଉରୁ ରକ୍ଷା ପାଇଁ ହୋଇଥିବା ନଦୀବନ୍ଧ କେନାଲର ଜଳସେଚନ ପାଇଁ ଯାଉଥିବା ପାଣିରେ ଭାଙ୍ଗିବା ନେଇ ବିଭାଗୀୟ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରି କି ହଜାର ହଜାର ଚାଷୀ ଏହା ମନୁଷ୍ୟକୃତ ଘାଇ ବୋଲି ପ୍ରକାଶ କରିଥିଲେ। ପଟ୍ଟାମୁଣ୍ଡାଇ କେନାଲଟି କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ଦେଇ ପ୍ରବାହିତ। ବର୍ତ୍ତମାନ ଚାଷୀଙ୍କ ଧାନ ଥୋଡ଼ ବାହାରୁଥିବାରୁ କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଚାଷଜମି ଫାଟି ଆଁ କରିଥିଲା। ତେବେ ମହାନଦୀ ନର୍ଥ ଡିଭିଜନ୍ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କେନାଲ ବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ପରୀକ୍ଷଣ ଭାବେ ଗତ ୨ ତାରିଖରୁ କେନାଲରେ ପାଣି ଛଡ଼ାଯିବା ଯୋଗୁ ୩ ଜିଲାର ଚାଷୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ଜଗତ୍ପୁରଠାରୁ ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଲମ୍ବିଥିବା ୮୦ କିଲୋମିଟର ଲମ୍ବ ପଟ୍ଟାମୁଣ୍ଡାଇ କେନାଲ ଉପରେ ୩ଟି ଜିଲାର ଚାଷୀ ନିର୍ଭର କରିଥାନ୍ତି। ସରକାରୀ ଆକଳନ ଅନୁଯାୟୀ ଏହି କେନାଲ ଦ୍ୱାରା ୩୨ ହଜାର ୭ ଶହ ୨୦ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ତେବେ ୨୯ ତାରିଖ ଭୋର ୩ଟାରେ ତ୍ରିବେଣୀଶ୍ୱରଠାରେ ବିରୂପା ନଦୀବନ୍ଧ ଭାଙ୍ଗିଯିବା ଦ୍ୱାରା କେନାଲର ସମସ୍ତ ପାଣି ବିରୂପା ନଦୀକୁ ଚାଲି ଯାଇଥିଲା, ଯେଉଁଥିପାଇଁ ଏହି କେନାଲର ତଳମୁଣ୍ଡକୁ ଆଦୌ ପାଣି ଯାଉ ନ ଥିଲା। କେନାଲ ବନ୍ଧ ଭାଙ୍ଗିବା ନେଇ ଚାଷୀଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିଲା। ଯଦି କେନାଲରେ ପାଣି ନ ଆସେ ତାହାଲେ ସମ୍ପୂର୍ଣ୍ଣ ଧାନଫସଲ ନଷ୍ଟ ହୋଇଯିବ। ସେହିଦିନ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ ଘାଇ ବନ୍ଦ ପାଇଁ ପ୍ରଚେଷ୍ଟା କରିଥିଲେ। ୩ ଦିନ ପରେ ଘାଇକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ପ୍ରଥମକରି ୨ ତାରିଖରେ ୧୦୦ କ୍ୟୁସେକ୍ ଜଳ ପରୀକ୍ଷଣ ଭାବେ ଛାଡ଼ିଥିଲେ। ୩ ତାରିଖରେ ୩୦୦ କ୍ୟୁସେକ୍ ଜଳ ଛଡ଼ାଯାଇଥିଲା। ଘାଇ ମରାମତି ପରେ ୪ ତାରିଖରେ ୬୦୦ କ୍ୟୁସେକ୍ ଜଳ କେନାଲ ମଧ୍ୟ ଦେଇ ଛାଡ଼ିଛନ୍ତି, ଯଦ୍ଦ୍ବାରା ଚାଷୀ କିଛି କିଛି ଅଂଶରେ ଚାଷଜମିରେ ପାଣି ମଡ଼ାଇ ପାରିଛନ୍ତି। ତେବେ ୨ ଦିନ ମଧ୍ୟରେ ୯୦୦ କ୍ୟୁସେକ୍ ଜଳ ଛଡ଼ାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦାସଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ଭୋଇ, ପ୍ରତ୍ୟୁଷ ତରାଇ, ସାରଦା ପ୍ରସନ୍ନ ସେଠୀ ଓ ଅଶୋକ କୁମାର ସାହୁ ପ୍ରମୁଖ ଯନ୍ତ୍ରୀ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଘାଇ ପୋତା କାର୍ଯ୍ୟ ୭୫ ଭାଗ ସରିଗଲେ ସମ୍ପୂର୍ଣ୍ଣ କେନାଲରେ ପାଣି ଛାଡ଼ିବେ ବୋଲି ସେମାନେ ସୂଚନା ଦେଇଛନ୍ତି। ନଦୀବନ୍ଧଟି ବହୁ ପୁରୁଣା ହୋଇଥିବାବେଳେ ୧୯୫୫, ୧୯୭୫, ୧୯୮୨, ୨୦୦୧, ୨୦୧୧ରେ ବିରୂପା ନଦୀରେ ବଡ଼ ବନ୍ୟା ଆସିଥିଲେ ମଧ୍ୟ ତ୍ରିବେଣୀଶ୍ୱରଠାରେ କେବେବି ଘାଇ ସୃଷ୍ଟି ହୋଇନାହିଁ। କେନାଲର ଜଳସେଚନ ପାଣିରେ କିପରି ନଦୀବନ୍ଧ ଭାଙ୍ଗିଲା ଏଥିନେଇ ତଦନ୍ତର ଆବଶ୍ୟକତା ଅଛି ବୋଲି ବହୁ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, କିପରି ଶୀଘ୍ର ଘାଇ ପୋତି କେନାଲରେ ସମ୍ପୂର୍ଣ୍ଣ ପାଣି ଛାଡ଼ିବୁ ତାକୁ ପ୍ରାଥମିକତା ଦେଇଛୁ। ଏହା ସରିଲା ପରେ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ
ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…
ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ
ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…
ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା
ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…
ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ
କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…
ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …
ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…
ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି
ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…
କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ
କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…
ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…
ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…
Archives

