ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବାଲିଆପାଳସ୍ଥିତ ଦୁଧେଇ ନଦୀକୁ ସୁରକ୍ଷା ଦେବାପାଇଁ କରଞ୍ଜ ଘାଇ ନଦୀ ବନ୍ଧ ନିର୍ମାଣ କରାଯାଇଛି। ତେବେ ଉକ୍ତ ବନ୍ଧ ନିକଟରେ ଥିବା ଏକ ବିରାଟକାୟ ଗଛକୁ କାଟି ନେବା ସହିତ କାଠଗଡ଼ ବୋହି ନେବା ପାଇଁ ମାଫିଆମାନେ ବନ୍ଧକୁ କାଟି ଦେଇଛନ୍ତି। ଜଳ ସମ୍ପଦ ବିଭାଗ ଅଧୀନରେ ଏହି ବନ୍ଧ ଥିବାରୁ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଦୈନିକ ବ୍ଲକ ଅଞ୍ଚଳରୁ ବହୁ ଗଛ କଟା ଯାଉଥିବାରୁ ବରୀ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଯିବାକୁ ବସିଛି। ଏହି କାଠ ମାଫିଆମାନଙ୍କ ସହିତ ସ୍ଥାନୀୟ ପୋଲିସ ଓ ରାଜନେତାଙ୍କ ସମ୍ପୃକ୍ତି ରହୁଥିବାରୁ ସେମାନେ ବେଧଡ଼କ କାଠ ଚୋରା ଚାଲାଣ କରିପାରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କଡ଼, ସରକାରୀ ଉଦ୍ୟାନ ଆଦି ସ୍ଥାନରେ ଥିବା ଗଛକୁ ମଧ୍ୟ କାଟି ନିଆଯାଉଛି। ଏଥିସହ ମାଫିଆମାନେ ଗଛ ଗଣ୍ଡିକୁ ବୋହି ନେବାପାଇଁ ନମ୍ବର ବିହୀନ ଟ୍ରାକ୍ଟର, ମିନିଟ୍ରକ୍, ଠେଲାଗାଡି ଆଦି ବ୍ୟବହାର କରୁଥିବା ଦେଖାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…
ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…
କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ
କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…
କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ
ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…
ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…
ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…
କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ
ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…
ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା
କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…
ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା
ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…
କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ
ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…
Archives

