ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବାଲିଆପାଳସ୍ଥିତ ଦୁଧେଇ ନଦୀକୁ ସୁରକ୍ଷା ଦେବାପାଇଁ କରଞ୍ଜ ଘାଇ ନଦୀ ବନ୍ଧ ନିର୍ମାଣ କରାଯାଇଛି। ତେବେ ଉକ୍ତ ବନ୍ଧ ନିକଟରେ ଥିବା ଏକ ବିରାଟକାୟ ଗଛକୁ କାଟି ନେବା ସହିତ କାଠଗଡ଼ ବୋହି ନେବା ପାଇଁ ମାଫିଆମାନେ ବନ୍ଧକୁ କାଟି ଦେଇଛନ୍ତି। ଜଳ ସମ୍ପଦ ବିଭାଗ ଅଧୀନରେ ଏହି ବନ୍ଧ ଥିବାରୁ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଦୈନିକ ବ୍ଲକ ଅଞ୍ଚଳରୁ ବହୁ ଗଛ କଟା ଯାଉଥିବାରୁ ବରୀ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଯିବାକୁ ବସିଛି। ଏହି କାଠ ମାଫିଆମାନଙ୍କ ସହିତ ସ୍ଥାନୀୟ ପୋଲିସ ଓ ରାଜନେତାଙ୍କ ସମ୍ପୃକ୍ତି ରହୁଥିବାରୁ ସେମାନେ ବେଧଡ଼କ କାଠ ଚୋରା ଚାଲାଣ କରିପାରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କଡ଼, ସରକାରୀ ଉଦ୍ୟାନ ଆଦି ସ୍ଥାନରେ ଥିବା ଗଛକୁ ମଧ୍ୟ କାଟି ନିଆଯାଉଛି। ଏଥିସହ ମାଫିଆମାନେ ଗଛ ଗଣ୍ଡିକୁ ବୋହି ନେବାପାଇଁ ନମ୍ବର ବିହୀନ ଟ୍ରାକ୍ଟର, ମିନିଟ୍ରକ୍, ଠେଲାଗାଡି ଆଦି ବ୍ୟବହାର କରୁଥିବା ଦେଖାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All

ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ
ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ନିମାପଡ଼ା,୧୬।୯(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା: ସମାଧାନ ଲାଗି ଜିଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
ପୁରୁଷୋତ୍ତମପୁର,୨୨ା୭(ଡି.ଏନ୍.ଏ.)-ପୁରୁଷୋତ୍ତମପୁର ଏନ୍ଏସି ମଧ୍ୟ ଦେଇ ଆସିକା-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର କଲେଜଛକ ନିକଟରେ ବିବାଦୀୟ ଜାଗାରେ ପୁନନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ...

ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି
ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ...

‘ମହାଶିବରାତ୍ରୀ’ ଉପଲକ୍ଷେ ସୁଦର୍ଶନଙ୍କ ବାଲୁକାକଳା
ପୁରୀ ଅଫିସ,୧୧।୩: ଗୁରୁବାର ପବିତ୍ର ମହାଶିବରାତ୍ରୀ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳୁଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ବାଲୁକାକଳା ମାଧ୍ୟମରେ...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି
ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି...

୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଯୋଡ଼ା, ୧୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଓ୍ବାର୍ଡର ପୋଷ୍ଟ ଓଫିସ...

ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ
ମାଲକାନଗିରି,୨୦ା୪ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ...