ନକଲି ଶିକ୍ଷକଙ୍କୁ ଝଟକା : ୧ ମାସ ଭିତରେ ଦାଖଲ କରିବାକୁ ପଡ଼ିବ ଜାତିଗତ ପ୍ରମାଣପତ୍ର

କର୍ଲାମୁଣ୍ଡା,୨୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ନକଲି ଶିକ୍ଷକ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରେ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପୁଣି ଜାତିଗତ ପ୍ରମାଣପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଫଳରେ ନକଲି ଜାତିଗତ ପ୍ରମାଣ ଦେଇ ଶିକ୍ଷକ ଚାକିରି ହାତେଇ ଥିବା ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ମନରେ ଛନକା ପଶିଲାଣି। ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ କାର୍ଯ୍ୟାଳୟରେ ସାର୍ଟିଫିକେଟଗୁଡ଼ିକ ଯାଞ୍ଚ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ରାଜ୍ୟ ଗଣଶିକ୍ଷା ବିଭାଗ ପତ୍ରସଂଖ୍ୟା ୧୬୭୦୪, ତା. ୦୭.୯୮.୨୦୧୯ ଅନୁଯାୟୀ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା – ୧୦୧୭, ତା. ୨୮.୦୮.୨୦୧୯ ପତ୍ର ମିଳିବା ପରେ ନକଲି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୧ମସିହାରୁ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ନିଜ ନିଜର ଜାତିଗତ ପ୍ରମାଣପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଚିଠି ପାଇବାର ୧ ମାସ ଭିତରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକରେ ୨୦୧୧ ମସିହା ପୂର୍ବରୁ ମଧ୍ୟ କିଛି ଶିକ୍ଷକ ଯେଉଁମାନେ ଓବିସି ଓ ସାଧାରଣ ବର୍ଗ ହୋଇଥିଲେ ହେଁ କୌଶଳକ୍ରମେ ଆଦିବାସୀ, ହରିଜନ ଜାତିଗତ ପ୍ରମାଣପତ୍ର ହାତେଇ ନିଯୁକ୍ତି ପାଇଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ଏଥିପ୍ରତି ଜିଲାଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?